ମହାପ୍ରଭୁଙ୍କ କାମରେ ଏଭଳି ମିଛ ନ କହିବା ପାଇଁ ଧର୍ମେନ୍ଦ୍ରଙ୍କୁ ପରାମର୍ଶ ଦେଲେ ପାଣ୍ଡିଆନ, କଲେ ମିଛର ପର୍ଦ୍ଦାଫାସ
ଓଡ଼ିଆ ଗସିପ୍ ବ୍ୟୁରୋ: ନବକଳେବରକୁ ନେଇ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିବା ମିଛର ପର୍ଦ୍ଦାଫାସ କରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ଗତକାଲି ସମ୍ବଲପୁରରେ ସାମ୍ବାଦିକ ସମ୍ମିଳନୀ କରି ଧର୍ମେନ୍ଦ୍ର ପ୍ରଧାନ କହିଥିଲେ କେନ୍ଦ୍ର ସରକାର ୨୦୧୫ରେ ନବକଳେବର ସମୟରେ ୫୦ କୋଟି ଦେଇଥିଲେ। କିନ୍ତୁ ଅସଲରେ କେନ୍ଦ୍ର ସରକାର ୧୦ କୋଟି ଟଙ୍କା ମଞ୍ଜୁର କରିଥିଲେ।
ଅଧିକ ପଢନ୍ତୁ : ନଖରୁ ଜାଣନ୍ତୁ ଆପଣଙ୍କ ଲିଭର୍ ଠିକ୍ ଅଛି କି ନାହିଁ ? ନଖର ରଙ୍ଗ ଏସବୁ ଗମ୍ଭୀର ରୋଗର ଦିଏ ସଙ୍କେତ...
ଭାରତୀୟ ଟୁରିଜିମ ଡେଭଲପମେଣ୍ଟ କର୍ପୋରେସନ (ITDC) ଜରିଆରେ ୧୦ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଏହି ଅର୍ଥରୁ ୬.୫ କୋଟି ଲକ୍ଷ ଖର୍ଚ୍ଚ ହୋଇଛି। କିନ୍ତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟବାସୀଙ୍କ ଆଗରେ ମିଛ ତଥ୍ୟ ରଖିଥିଲେ।
ମହାପ୍ରଭୁଙ୍କ କାମରେ ଏଭଳି ମିଛ ନ କହିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ। ଏଥି ସହିତ ନିଜ ଇନଷ୍ଟାଗ୍ରାମରେ ତଥ୍ଯ ଭିତ୍ତିକ ପ୍ରମାଣ ଦେଇଛନ୍ତି ପାଣ୍ଡିଆନ।
ଅଧିକ ପଢନ୍ତୁ : ଏହି ୬ ଟି ଖାଦ୍ୟ ବଢ଼ାଉଛି ଡାଇବେଟିସ୍ ହୋଇଯାଆନ୍ତୁ ସାବଧାନ! ନଚେତ୍...