ଓଡିଶା କେଉଁଠି ଜାଣନ୍ତି ନାହିଁ କି ଓଡିଶାବାସୀଙ୍କୁ ଜାଣନ୍ତିନି, ସୂର୍ଯ୍ୟଙ୍କୁ ଟର୍ଚ୍ଚ ପକାଇବାକୁ ଚେଷ୍ଟା କରୁଛି ବିଜେପି: କାର୍ତ୍ତିକ ପାଣ୍ଡିଆନ
 

BJD leader Kartik Pandian Speech at Kantabanjhi targets Nadda
ସୂର୍ଯ୍ୟଙ୍କୁ ଟର୍ଚ୍ଚ ମାରୁଛନ୍ତି ଜେପି ନଡ୍ଡା
 

ଓଡ଼ିଆ ଗସିପ୍ ବ୍ୟୁରୋ: ସ୍ୱଚ୍ଛତାର ଅର୍ଥ ଜାଣିନାହାନ୍ତି ବିରୋଧୀ। ସୂର୍ଯ୍ୟଙ୍କୁ ଟର୍ଚ୍ଚ ପକାଇବାକୁ ଚେଷ୍ଟା କରୁଛି ବିଜେପି। କିଛି ଏଭଳି କହି ଆଜି କଂଟାବାଞ୍ଜି ସଭାରୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଆଜି ଟିଟିଲାଗଡ, କଂଟାବାଞ୍ଜି ଓ ପାଟଣାଗଡରେ ନିର୍ବାଚନ ପ୍ରଚାର କରିଥିଲେ ପାଣ୍ଡିଆନ। 

ପ୍ରଚାର କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମଧ୍ୟ ମାଗିଥିଲେ। ଆଉ ଓଡିଶା ଗସ୍ତରେ ଆସି ପଶ୍ଟିମଓଡିଶାରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ପଶ୍ଟିମ ଓଡିଶାରୁ ହିଁ କଡା ଜବାବ ଦେଇଛନ୍ତି ପାଣ୍ଡିଆନ୍‌ । ସେ କହିଛନ୍ତି, ଯଦି ବିରୋଧୀ ନବୀନଙ୍କୁ ସ୍ୱଚ୍ଛ କହୁନାହାନ୍ତି ତେବେ ଏମାନେ ସ୍ୱଚ୍ଛତାର ପ୍ରକୃତ ଅର୍ଥ ଜାଣିନାହାନ୍ତି ।

ଅଧିକ ପଢନ୍ତୁ : କିଡନୀକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି କି ? ତେବେ ପ୍ରତିଦିନ ଖାଆନ୍ତୁ ଏହିସବୁ ଖାଦ୍ୟ

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ କହୁଛନ୍ତି ସ୍ୱଚ୍ଛ ମୁଖ୍ୟମନ୍ତ୍ରୀ ଦେବେ, ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛତା ନାହିଁ । ଯଦି ନବୀନ ସ୍ୱଚ୍ଛ ନୁହଁନ୍ତି ତେବେ ବିରୋଧୀ ସ୍ୱଚ୍ଛତାର ଅର୍ଥ ଜାଣିନାହାନ୍ତି ବୋଲି କହି ନଡ୍ଡାଙ୍କୁ କଡା ସମାଲୋଚନା କରିଛନ୍ତି ପାଣ୍ଡିଆନ। ଏହାସହ ସେ କହିଛନ୍ତି, ସୂର୍ଯ୍ୟକୁ ଟର୍ଚ୍ଚ ପକାଇବାକୁ ଚେଷ୍ଟା କରୁଛନ୍ତି ବିରୋଧୀ। ନବୀନ ସୂର୍ଯ୍ୟଙ୍କ ଭଳି ସ୍ୱଚ୍ଛ ହେଲେ ବିରୋଧୀଙ୍କ ସ୍ୱଚ୍ଛତା ନାହିଁ । 

ବିଜେପି ଟିକେଟ ଦେଇଥିବା ଏକାଧିକ ପ୍ରାର୍ଥୀମାନଙ୍କ ନାଁରେ ଅପରାଧୀକ ମାମଲା ରହିଛି । ଏଭଳି ଲୋକଙ୍କୁ ପ୍ରାର୍ଥୀ କରି ଏମାନେ ନବୀନଙ୍କୁ ସ୍ୱଚ୍ଛତା ଶିଖାଇବେ ବୋଲି ପ୍ରଶ୍ନ କରି ସଭାମଂଚରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି କାର୍ତ୍ତିକ।

ଅଧିକ ପଢନ୍ତୁ : ମେଷ ରାଶିରେ ମଙ୍ଗଳ ଚଳନ ଯୋଗୁଁ ସୃଷ୍ଟି ହେବ ରୁଚକ ରାଜଯୋଗ, ବଦଳିବ ଏହି ୪ ରାଶିର ଆର୍ଥିକ ସ୍ଥିତି!

ନିର୍ବାଚନ ଥିବାରୁ ବାହାରୁ ଆସି ବଡ ବଡ କଥା କହୁଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି । ଏମାନଙ୍କୁ ଆପଣ ୨୦ ତାରିଖରେ ଉଚିତ ଜବାବ ଦେବେ ବୋଲି ଜନସାଧାରଣଙ୍କୁ ନିବେଦନ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ନିର୍ବାଚନ ସମୟରେ ବିରୋଧୀ ଦଳର ନେତା ଓ ବାହାର ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଆସୁଛନ୍ତି । ହେଲେ ସେମାନେ ଓଡିଶା କେଉଁଠି ଜାଣନ୍ତି ନାହିଁ କି ଓଡିଶାବାସୀଙ୍କୁ ଜାଣନ୍ତିନି । 

ପର୍ଯ୍ୟଟକ ଭଳି ଆସି ମିଛ କଥା କହି ପଳାଇବେ । ସେମାନଙ୍କ ପ୍ରତିଶ୍ରୁତିକୁ ବିଶ୍ବାସ କରନ୍ତୁନି ବୋଲି ପାଟଣାଗଡରେ କହିଛନ୍ତି ପାଣ୍ଡିଆନ। ହରିଶଙ୍କର ମନ୍ଦିରର ରୂପାନ୍ତରଣ ପାଇଁ ୨୮ କୋଟି, ବାଇପାସ ଲାଗି ୧୫୦ କୋଟି ଟଙ୍କା ଦିଆଯାଇଛି ବୋଲି ସେ କହିଛନ୍ତି ।

ଅଧିକ ପଢନ୍ତୁ : ବୁଧଙ୍କ ଗୋଚର, ଏହି ୨ଟି ରାଶି ପାଇଁ ଖରାପ ସମୟ! ଜାଣନ୍ତୁ ସେହି ରାଶି ବିଷୟରେ 
 

Share this story