୩ ଭାଲୁଙ୍କ ସଙ୍ଗେ ଏକାକୀ ଅଧଘଣ୍ଟା ଲଢ଼ି ନିଜ ଜୀବନ ବଞ୍ଚାଇଲେ ଯୁବକ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

young man saved his life after fighting 3 bears alone
୩ ଭାଲୁଙ୍କ ସଙ୍ଗେ ଏକାକୀ ଅଧଘଣ୍ଟା ଲଢ଼ି ନିଜ ଜୀବନ ବଞ୍ଚାଇଲେ ଯୁବକ
 

ଓଡ଼ିଆ ଗସିପ୍ ବ୍ୟୁରୋ: କଥାରେ ଅଛି ଯାହାକୁ ରଖିବେ ଅନନ୍ତ କେ କରି ପାରେ ବଳବନ୍ତ, ଠିକ ଏହି ଭଳି ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି। ୩ ଭାଲୁଙ୍କ ସଙ୍ଗେ ଏକାକୀ ଅଧଘଣ୍ଟା ଲଢ଼ି ନିଜ ଜୀବନ ବଞ୍ଚାଇଲେ ଜଣେ ଯୁବକ । ଭାଲୁଙ୍କ ଆକ୍ରମଣରେ ଗୁରୁତର ହୋଇ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଏଭଳି ଏକ ଘଟଣା ଘଟିଛି ନୀଳଗିରି ବ୍ଲକ ଜାମୁଡିହା ପଞ୍ଚାୟତ କେଶୁରା ଗ୍ରାମରେ ।

ଅଧିକ ପଢ଼ନ୍ତୁ: ଆଜିଠୁ ଦେଶରେ ପରିବର୍ତ୍ତନ ହେବ ଏହି ୫ଟି ନିୟମ, ସିଧା ଆପଣଙ୍କ ପକେଟ୍‌ ଉପରେ ପଡିବ ପ୍ରଭାବ 

ସୂଚନା ଅନୁସାରେ, ସକାଳ ୫ଟା ସମୟରେ କେଶୁରା ଗ୍ରାମର ବାସିନ୍ଧା ଗଣିଆ ଦଳେଇଙ୍କ ପୁଅ ଭାସ୍କର ଦଳେଇ (ବୟସ ୫୫ ବର୍ଷ) ଶୌଚ ହେବା ପାଇଁ ଯାଉଥିଲେ । ଏତିକି ବେଳେ ମହାଦେବଙ୍କ ମନ୍ଦିର ସାମ୍ନାରେ ତିନୋଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ। ତିନିଭାଲୁଙ୍କ ସହିତ ଏକାକୀ ଅଧଘଣ୍ଟା ଲଢିଥିଲେ ଯୁବକ ଜଣକ । 

ଅଧିକ ପଢ଼ନ୍ତୁ: କାଉନସିଲରରୁ ବାଚସ୍ପତି ହେବ ଯାଏଁ ସୂର୍ଯ୍ୟ ପାତ୍ରଙ୍କ ପଲିଟିକାଲ ଯାତ୍ରା ବିଷୟରେ ଜାଣନ୍ତୁ ସଂକ୍ଷେପରେ...

ମାତ୍ର କୌଶଳ କରି ଭାଲୁ ଆକ୍ରମଣରୁ ବର୍ତ୍ତି ନିଜର ଜୀବନ ବଞ୍ଚାଇବା ସହିତ ଘରକୁ ଦୌଡ଼ିଥିଲେ। ଭାସ୍କରଙ୍କ ମୁଣ୍ଡ ଓ ଦୁଇ ହାତରେ ଗଭୀର ଆଘାତ ଲାଗିଥିବାର ଜଣାପଡିଛି । ପରିବାର ଲୋକେ ତାଙ୍କୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରି ନୀଳଗିରି ମେଡିକାଲରେ ଭର୍ତ୍ତି କରିଥିଲେ। 

Share this story