ଦୀପାଲି ଲଜ୍‌‌ରୁ ଯୁବତୀଙ୍କ ମୃତଦେହ ମିଳିବା ଘଟଣା: ରୁମ ନମ୍ବର '୨୦୫'ରେ ହୋଇଥିଲା ସବୁ ଖେଳ!

young girl death follow up

ଓଡ଼ିଆ ଗସିପ ବ୍ୟୁରୋ: କଟକ ରୋଡ଼ରେ ଥିବା ଦୀପାଳି ବାର୍‌‌ ଓ ଲଜର ୨୦୫ ନମ୍ବର ରୁମରୁ ଶୁଭଲକ୍ଷ୍ମୀଙ୍କ ଝୁଲନ୍ତା ମୃତ ଦେହ ମିଳିବା ଘଟଣା । ଏକ ସପ୍ତାହ ହେବ ମାନସିକ ଅବସାଦରେ ଥିଲେ ଶୁଭଲକ୍ଷ୍ମୀ ।

ତାଙ୍କ ଇନଷ୍ଟାଗ୍ରାମ ଷ୍ଟାଟସରେ ଥିବା ଯୁବକ ଜଣଙ୍କୁ ନେଇ ବଢୁଛି ସନ୍ଦେହ । ଶୁଭଲକ୍ଷ୍ମୀଙ୍କ ସହ ତାଙ୍କର ସମ୍ପର୍କ କଣ? ଏ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ । ଯୁବକଙ୍କୁ ଥାନାକୁ ଡାକି ଜେରା କରୁଛି ପୋଲିସ ।

ଆହୁରି ପଢ଼ନ୍ତୁ: ଗଞ୍ଜାମରେ ବିଦ୍ୟୁତ ବିଲ୍ ଅଧିକ ଆସିବାରୁ ବିଦ୍ୟୁତ କର୍ମଚାରୀଙ୍କ ବେକକୁ ହାଣି ହତ୍ୟା କଲା ଉତ୍ତକ୍ତ୍ୟ ଘର ମାଲିକ

ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପଛର ରହସ୍ୟ ଫିଟିନଥିବା ବେଳେ ୧୦ ଜଣଙ୍କୁ ପୁଲିସ ଜେରା କରିଛି । ସେପଟେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ସନ୍ଦେହ ଘେରରେ ବାର କର୍ମଚାରୀଙ୍କ ଭୂମିକା । କାହିଁକି ପୋଲିସକୁ ନ ଜଣାଇ ୨୦୫ ନମ୍ବର ରୁମ କବାଟ ଭଙ୍ଗାଯାଇଥିଲା ।

ଆଜି SFSL ରୁ ଆସିବ ଶୁଭଲକ୍ଷ୍ମୀଙ୍କ ମୋବାଇଲର ତଥ୍ୟ । ସେପଟେ ପୋଲିସ ଆଉ ଏକ ଦିଗକୁ ନେଇ ଖୋଳତାଡ ଆରମ୍ଭ କରିଛି । ତାଙ୍କୁ ଲଜକୁ କିଏ ଡାକିଥିଲା? କାହିଁକି ଲଜକୁ ଆସିଥିଲେ ଶୁଭଲକ୍ଷ୍ମୀ ?

ଆହୁରି ପଢ଼ନ୍ତୁ: ମାତ୍ର ୫ ହଜାର ଟଙ୍କାରେ ନିଜ ନାଁରେ କରିପାରିବେ କୋଟି କୋଟି ଟଙ୍କାର ସମ୍ପତ୍ତି

ଗୋଟେ ବର୍ଷ ହେବ ଭୁବନେଶ୍ୱରରେ ରହି ପଢୁ ଥିଲେ ମଧ୍ୟ କେଉଁଠି ରହୁଥିଲେ କିଭଳି ଜାଣି ନଥିଲେ ପରିବାର ଲୋକେ ? ଶୁଭଲକ୍ଷ୍ମୀଙ୍କ ସାଙ୍ଗମାନଙ୍କୁ ପୋଲିସ ପଚରାଉଚରା କରିବ ବୋଲି ଜଣାପଡିଛି ।

Share this story