ଗଞ୍ଜାମରେ ବିଦ୍ୟୁତ ବିଲ୍ ଅଧିକ ଆସିବାରୁ ବିଦ୍ୟୁତ କର୍ମଚାରୀଙ୍କ ବେକକୁ ହାଣି ହତ୍ୟା କଲା ଉତ୍ତକ୍ତ୍ୟ ଘର ମାଲିକ

Shocking, brutally murder due to high electricity bill in Ganjam
ବିଦ୍ୟୁତ ବିଲ୍ ଅଧିକ ଆସିବାରୁ ବିଦ୍ୟୁତ କର୍ମଚାରୀଙ୍କୁ ହାଣି ହତ୍ୟା କଲା ଘର ମାଲିକ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ ସୋମବାର ଓଡିଶାର ଗଞ୍ଜାମ ଜିଲ୍ଲାର ଏକ ଗାଁରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇ ଥିବା ବିଶ୍ୱସ୍ତ ରିପୋର୍ଟରୁ ଜଣା ପଡିଛି। ଓଡିଶାର ଭଞ୍ଜନଗର ବ୍ଲକ ଅନ୍ତର୍ଗତ ତାରାସିଂ ଥାନା କୁପାଟି ଗାଁରେ ଘଟିଯାଇଛି ଏହି ଅଭାବନୀୟ ଘଟଣା । 

ଅଧିକ ପଢନ୍ତୁ :- ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ଏଠାରେ ଜଣେ ଉପଭୋକ୍ତା ମିଟର ରିଡିଂ କରିବାକୁ ଆସିଥିବା ଜଣେ ବିଦ୍ୟୁତ କର୍ମଚାରୀଙ୍କୁ ଧ।ରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି । ମୃତ ବ୍ୟକ୍ତି ଜଣକ ଓଡିଶାର ବିଦ୍ୟୁତ୍ ଯୋଗାଣ ବିଭାଗ ସହିତ ମିଟର ରିଡର୍ ଭାବରେ କାର୍ଯ୍ୟ କରୁଥିବା ଜଣା ପଡିଛି।  ମୃତକ ହେଉଛନ୍ତି ନିକଟସ୍ଥ ଗାଲେରୀ ଗାଁର ବାବୁ ତ୍ରିପାଠୀ ।

ଅଧିକ ପଢନ୍ତୁ :- ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଗ୍ୟାଲେରୀ ପୋଲିସର ଆଉଟପୋଷ୍ଟ କର୍ମଚାରୀମାନେ ଘଟଣାସ୍ଥଳରେ ଅଛନ୍ତି। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଅଧିକ ବିଲ୍ ଆସିବାରୁ ଘର ମାଲିକ ଉତ୍ତକ୍ତ୍ୟ ହୋଇ ଏକ ଧାରୁଆ ଅସ୍ତ୍ରରେ ବିଦ୍ୟୁତ କର୍ମଚାରୀଙ୍କର ବେକକୁ କାଟି ଦେଇଥିଲେ । ଅଭିଯୁକ୍ତକୁ ଧରିବା ଲାଗି ପୋଲିସ ଉଦ୍ୟମ ଆରମ୍ଭ କରିଦେଇଛି ।

Share this story