ପୁରୀରେ ଟ୍ରେନ୍ ଆଗକୁ ଡେଇଁଲେ କୋରାପୁଟର ପ୍ରେମୀଯୁଗଳ, ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର

Young couple committed suicide by jumping infront of a running train in Odishas Puri City
ପୁରୀରେ ରେଳଧାରଣାରୁ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର
 

ଓଡ଼ିଆ ଗସିପ୍ ବ୍ୟୁରୋ: ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ ଯୁବତୀ । ପୁରୀ ଜିଲ୍ଲା ତାଳବଣିଆ ଲେଭଲ କ୍ରସିଂଠାରୁ ୨୦୦ ମିଟର ଦୂର ରେଳ ଧାରଣାରେ ମୃତଦେହ ପଡ଼ିଛି । ଘଟଣାସ୍ଥଳରୁ ଆଧାର କାର୍ଡ, ଭୋଟ୍ ପରିଚୟପତ୍ର, ଡ୍ରାଇଭିଂ ଲାଇସେନ୍ସ ମିଳିଛି ।

ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍

ମୃତକମାନେ ହେଲେ ତୃପ୍ତିମୟୀ ସାହୁ (୨୧) ଓ ଯତୀନ ଶଙ୍କର ପାଢ଼ୀ (୨୩)। ସୂଚନା ଅନୁସାରେ ପୁରୀ ରେଳଷ୍ଟେସନ ନିକଟରେ ଗତ ସନ୍ଧ୍ୟାରେ ରେଳଧାରଣାରେ ଦୁଇ ଜଣ ଯୁବକ-ଯୁବତୀଙ୍କ ମୃତଦେହ ପଡ଼ିଥିବା ନେଇ ସ୍ଥାନୀୟ ଲୋକେ ଦେଖିଥିଲେ। ସେମାନେ ଏହି ଘଟଣା ସଂପକରେ ଜିଆରପିକୁ ସୂଚନା ଦେଇଥିଲେ।

ଅଧିକ ପଢ଼ନ୍ତୁ: ମଙ୍ଗଳ ଗ୍ରହର ଗୋଚର ଫଳରେ ଏହି ତାରିଖରୁ ୩ ରାଶିଙ୍କ ଜୀବନରେ ଭରିଯିବ ସୁଖ-ଶାନ୍ତି ସହ ଧନ-ସମ୍ପତ୍ତି 

ଲୋକଙ୍କ ଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହ ଉଦ୍ଧାର କରିଥିଲା। ଏଥି ସହିତ ପୁଲିସ ମୃତଦେହ ପାଖରେ ପଡ଼ିଥିବା ଆଧାରକାର୍ଡ ଏବଂ ଅନ୍ୟ ସାମଗ୍ରୀ ଜବତ କରିଥିଲା। ପୁଲିସ କହିଛି ମୃତକମାନେ ତୃପ୍ତୀମୟୀ ସାହୁ ଓ ଯତୀନ ଶଙ୍କର ପାଢ଼ୀ।

ଅଧିକ ପଢ଼ନ୍ତୁ: ଏମାନଙ୍କ ପାଇଁ ଆଜି ଦିନଟି ଖରାପ; ଜାଣନ୍ତୁ ଆପଣଙ୍କ ରାଶିଫଳ, କେମିତି କଟିବ ଆଜିର ଦିନ 

ଜିଆରପି ପୁଲିସ ଘଟଣାସ୍ଥଳରୁ ଜବତ କରିଥିବା ଆଧାରକାର୍ଡ ଓ ଅନ୍ୟ ଗୁରୁତ୍ବପୂର୍ଣ୍ଣ କାଗଜପତ୍ରରୁ ଜାଣିବାକୁ ପାଇଛି ଯେ, ମୃତକମାନେ କୋରାପୁଟ ଜିଲ୍ଲା କୋଟପାଡ଼ ଅଞ୍ଚଳର। ପୁଲିସ ମୃତକଙ୍କ ସଂପର୍କରେ ଅଧିକ ତଥ୍ୟ ହାସଲ କରିବା ପାଇଁ ଜବତ କାଗଜପତ୍ର କୋଟପାଡ଼ ଥାନାକୁ ପଠାଇ ଘଟଣାର ତଦନ୍ତ କରୁଛି। ତେବେ ମୃତ୍ୟୁର କାରଣ କଣ ତାହା ଜଣାପଡ଼ି ନାହିଁ।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

Share this story