ପୁଲିସ ଗାଡିରୁ ହଟିବ ହଳଦିଆ ରଙ୍ଗର ସାଇରନ୍‌ ଲାଇଟ୍‌, ଜାଣନ୍ତୁ କାହିଁକି 
 

Yellow light will removed from police vehicles know details
ସର୍କୁଲାର ଜାରି କଲା କ୍ରାଇମବ୍ରାଞ୍ଚ

ଓଡ଼ିଆ ଗସିପ୍ ବ୍ୟୁରୋ: ପୁଲିସ ଗାଡିରୁ ହଟିବ ହଳଦିଆ ରଙ୍ଗର ସାଇରନ୍‌ ଲାଇଟ୍‌। ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସର୍କୁଲାର ଜାରି କରାଯାଇଛି। ହଳଦିଆ ରଙ୍ଗର ସାଇରନ୍‌ ଲାଇଟ୍‌ ବଦଳରେ ଏଣିକି ପୁଲିସ ଗାଡିରେ ଧଳା-ନାଲି-ନିଳ ମିଶା ସାଇରନ୍‌ ଲାଗିବ। 

ଅଧିକ ପଢନ୍ତୁ : ଅଚାନକ୍ “ହୃଦଘାତ” ଆସିଲେ କରିବେ କଣ ? ଜାଣିଲେ ଆପଣ ମଧ୍ୟ ବଞ୍ଚାଇପାରିବେ ଜଣଙ୍କ ଜୀବ

ଏନେଇ ସମସ୍ତ ଜିଲ୍ଲାର ଏସପିଙ୍କ ସମେତ କଟକ-ଭୁବନେଶ୍ବର ଡିସିପି, କମାଣ୍ଟାଣ୍ଡ ଓ ପୁଲିସ ଅଧିକାରୀଙ୍କୁ ଚିଠି କରିଛି ଓଡ଼ିଶା କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚର ଚିଠି ଅନୁସାରେ କେବଳ ଅଗ୍ନିଶମ, ପାଟ୍ରୋଲିଂରେ ନିୟୋଜିତ ଗାଡ଼ିରେ ହଳଦିଆ ସାଇରନ୍‌ ଲାଗିପାରିବ। 

ପୁଲିସ ଗାଡିରେ ଧଳା-ନାଲି-ନିଳ ମିଶା ସାଇରନ୍‌ ଲାଇଟ୍‌ ବ୍ୟବହାର ନେଇ ୨୦୧୭ ମସିହାରେ ବିଜ୍ଞପ୍ତି ପ୍ରକାଶ କରିଥିଲେ କେନ୍ଦ୍ର ସରକାର ।କିନ୍ତୁ ରାଜ୍ୟରେ ଏହାର ବ୍ୟତିକ୍ରମ ଦେଖା ଦେବା ପରେ କ୍ରାଇମବ୍ରାଞ୍ଚର ତତ୍ପରତା ପ୍ରକାଶ କରିବା ସହ ଏନେଇ ସମସ୍ତ ଜିଲ୍ଲାର ଏସପିଙ୍କୁ ଚିଠି କରିଛି।

ଅଧିକ ପଢନ୍ତୁ : ମେଷ ରାଶିରେ ଶୁକ୍ରଙ୍କ ଚଳନ ଯୋଗୁଁ ଏହି ୩ ରାଶି ପାଇଁ ବଢିବ ସମସ୍ୟା!

Share this story