ମେଷ ରାଶିରେ ଶୁକ୍ରଙ୍କ ଚଳନ ଯୋଗୁଁ ଏହି ୩ ରାଶି ପାଇଁ ବଢିବ ସମସ୍ୟା!
 

Shukra Gochar 2024 These 3 Zodiac Signs Need To Be care full
ଶୁକ୍ରଙ୍କ ଚଳନ, ବଢ଼ିବ ଏହି ୩ ରାଶିଙ୍କ ଅଡ଼ୁଆ !
 

ଓଡ଼ିଆ ଗସିପ୍ ବ୍ୟୁରୋ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବର୍ତ୍ତମାନ ମୀନ ରାଶିରେ ଚଳନ କରୁଥିବା ଶୁକ୍ର ଚଳିତ ମାସ ଅର୍ଥାତ ଏପ୍ରିଲ୍ ୨୫ ତାରିଖରେ ମେଷ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ମେଷ ରାଶିରେ ଶୁକ୍ରଙ୍କ ଚଳନ ହେତୁ ଅନେକ ରାଶିର ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ।

ତେବେ ସେମାନଙ୍କର ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ଆର୍ଥିକ କ୍ଷତିର ମଧ୍ୟ ସମ୍ଭାବନା ରହିଛି। ଆସନ୍ତୁ ଜାଣିବା, ଶୁକ୍ରଙ୍କ ରାଶି ପରିବର୍ତ୍ତନ ଦ୍ୱାରା କେଉଁ ରାଶି ପ୍ରତି ନକାରାତ୍ମକ ପ୍ରଭାବିତ ହେବେ...

ଅଧିକ ପଢନ୍ତୁ : ମାନସିକ ଅବସାଦର ଶିକାର ହେବା ସହ ଅକସ୍ମାତ୍‌ ଦୂରଯାତ୍ରା କରି କରିପାରନ୍ତି! ପଢନ୍ତୁ ଏ ସପ୍ତାହର ରାଶିଫଳ

କନ୍ୟା ରାଶି: ଶୁକ୍ରଙ୍କ ରାଶି ପରିବର୍ତ୍ତନ କନ୍ୟା ରାଶିର ଲୋକଙ୍କ ଜୀବନରେ ସମସ୍ୟା ଆଣିପାରେ। ଯଦି ଆପଣ ଖାଦ୍ୟପେୟର ଯତ୍ନ ନେଉନାହାଁନ୍ତି, ଆପଣଙ୍କ ସ୍ୱାସ୍ଥ୍ୟ ଅସୁସ୍ଥ ହୋଇପାରେ। ଏହା ବ୍ୟତୀତ, ଯଦି ଆପଣ ଆପଣଙ୍କର ଖର୍ଚ୍ଚକୁ ନିୟନ୍ତ୍ରଣ ନକରନ୍ତି, ତେବେ ଆପଣଙ୍କୁ ଆର୍ଥିକ ସଙ୍କଟର ମଧ୍ୟ ସାମ୍ନା କରିବାକୁ ପଡିପାରେ।

ବିଛା ରାଶି: ଶୁକ୍ରଙ୍କ ରାଶି ପରିବର୍ତ୍ତନ ହେତୁ ବିଛା ରାଶିର ଲୋକଙ୍କ ଜୀବନରେ ସମସ୍ୟା ବଢ଼ିପାରେ। ଏହି ସମୟରେ କୌଣସି ଜିନିଷ ଉପରେ ଅଜଥା ଚାପ ପକାନ୍ତୁ ନାହିଁ, ନଚେତ୍ ଆପଣଙ୍କର ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇପାରେ। ଏହା ବ୍ୟତୀତ, ଅଫିସରେ ନିଜ ସହକର୍ମୀଙ୍କ ସହିତ ଝଗଡ଼ା ମଧ୍ୟ ହୋଇପାରେ। ଆପଣଙ୍କ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ, ନଚେତ୍ ଭବିଷ୍ୟତରେ ଆପଣଙ୍କୁ ଟଙ୍କା ଅଭାବର ସାମ୍ନା କରିବାକୁ ପଡିପାରେ।

ଅଧିକ ପଢନ୍ତୁ : ଏହି ୪ ରାଶିଙ୍କ ପାଇଁ ସତର୍କ ଘଣ୍ଟି, ବୁଧଙ୍କ ଚଳନ ଯୋଗୁଁ ବିବାଦ ସହ ଧନହାନୀର ରହିଛି ଯୋଗ!

ମକର ରାଶି: ମକର ରାଶିର ବ୍ୟକ୍ତିମାନେ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଉଚିତ୍। ନଚେତ୍ ଆପଣ ମଧ୍ୟ ଅସୁସ୍ଥ ହୋଇପାରନ୍ତି। ଯଦି ଆପଣ ଚିନ୍ତା କରିବା ବନ୍ଦ ନକରନ୍ତି, ତେବେ ଡାକ୍ତରଖାନାରେ ଭର୍ତ୍ତି ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ଆପଣଙ୍କୁ ଅର୍ଥ ଅଭାବର ମଧ୍ୟ ସାମ୍ନା କରିବାକୁ ପଡିପାରେ।

ଅଧିକ ପଢନ୍ତୁ : ସୃଷ୍ଟି ହେବ ଗଜକେଶରୀ ରାଜଯୋଗ, ଚମକିବ ୪ ରାଶିଙ୍କ ଭାଗ୍ୟ! ଜାଣନ୍ତୁ କେବେ ?

Share this story