ମିଥ୍ୟା ଦୁଷ୍କର୍ମ ଏତଲା ଦେଇ ଲୋକଙ୍କୁ କରୁଥିଲେ ବ୍ଲାକ୍‌‌ମେଲ୍‌, ବହୁରୂପୀ ମହିଳାଙ୍କୁ ଗିରଫ କଲା ପୋଲିସ

woman used to threaten male person levelling rape case against them

ଓଡ଼ିଆ ଗସିପ ବ୍ୟୁରୋ : ପୁରୀର ଏକାଧିକ ସେବାୟତ, ହୋଟେଲ ମାଲିକ ଓ ମ୍ୟାନେଜରଙ୍କ ନାଁରେ ମିଛ ଦୁଷ୍କର୍ମ ଏତଲା ଦେଇଥିଲା । ଏମିତିକି ଏତଲା ଉଠାଇବା ପାଇଁ ସେମାନଙ୍କୁ ଟଙ୍କା ମାଗି ବ୍ଲାକମେଲିଂ କରୁଥିଲା । ଏଭଳି ଜଣେ ବହୁରୂପୀ ମହିଳା ଟାଉନ ଥାନା ପୁଲିସ ଗିରଫ କରିଛି ।

ସେ ହେଲା କଟକ ଜିଲ୍ଲା ମଙ୍ଗଳାବାଗ ଥାନା ବଣିଆସାହିର ଅଞ୍ଜଳି ତ୍ରିପାଠୀ(୪୫) । ଏନେଇ ପୁଲିସ ଏକ ମାମଲା(ନଂ-୧୬୫/୨୩) ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।

ସୂଚନା ଅନୁଯାୟୀ, ଟାଉନ ଥାନା ଅନ୍ତର୍ଗତ ମୋଚିସାହି ଛକରେ କ୍ରିଷ୍ଣା ହୋଟେଲ ରହିଛି । ଗତ ୧ତାରିଖରେ ଅଞ୍ଜଳି ସେଠାକୁ ଯାଇ କାମ କରିବାକୁ କହିଥିଲା । ଏହାପରେ ହୋଟେଲ ମ୍ୟାନେଜର ତାକୁ କାମରେ ରଖିଥିଲେ । ୨ ତାରିଖରେ ସେ ମ୍ୟାନେଜରଙ୍କୁ ୮୦୦ଟଙ୍କା ମାଗି ନେଇଥିଲା । କିନ୍ତୁ ୩ ତାରିଖରେ ୫ହଜାର ଟଙ୍କା ମାଗିଥିଲା ।

ଆହୁରି ପଢ଼ନ୍ତୁ : ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ତିନି ବାଇକ୍‌ ଆରୋହୀଙ୍କ ଜୀବନ

ଏତେ ଟଙ୍କା ଦେଇ ହେବ ନାହିଁ ବୋଲି ମ୍ୟାନେଜର କହିବାରୁ ଦୁଷ୍କର୍ମ ଅଭିଯୋଗ କରିବାକୁ ଧମକାଇଥିଲା । ହୋଟେଲ ମ୍ୟାନେଜର ଟାଉନ ଥାନାରେ ଅଭିଯୋଗ କରିଥିଲେ । ପରେ ପୁଲିସ ତଦନ୍ତ କରି ଅଞ୍ଜଳିକୁ ଗିରଫ କରିଥିଲା ।

ଏ ସମ୍ପର୍କରେ ପୁଲିସ କହିଛି ଯେ, ଅଞ୍ଜଳି ବିଭିନ୍ନ ହୋଟେଲ, ଲଜିଂ ଓ ସେବାୟତଙ୍କ ଘରେ ରହି କାମ କରେ । ପରେ ସମ୍ପୃକ୍ତ ଲୋକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ କରେ । କିଛିବର୍ଷ ହେବ ସେ ଏଭଳି କରି ଟଙ୍କା ଆଦାୟ କରୁଛି । ଗତବର୍ଷ ନଭେମ୍ବର ୨୨ ତାରିଖରେ ସିଂହଦ୍ୱାର ଥାନା ଅଞ୍ଚଳରେ ଥିବା ଏକ ଜୋତାଷ୍ଟାଣ୍ଡ୍‌‌ ମାଳିକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଥିଲା ।

ସେହିପରି ଗତବର୍ଷ ଏପ୍ରିଲ ମାସରେ ମାଟିମଣ୍ଡପ ସାହିର ଜଣେ ଯାତ୍ରୀଗୁମାସ୍ତାଙ୍କ ଘରେ ରହି କାମ କରୁଥିଲା । କିଛିଦିନ ରହିବା ପରେ ହଠାତ୍‌‌ ଯାତ୍ରୀ ଗୁମାସ୍ତାଙ୍କୁ ୫ହଜାର ଟଙ୍କା ମାଗିଥିଲା । ସେ ଟଙ୍କା ନ ଦେବାରୁ ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଥିଲା । ଏହାସହ ବାସେଳି ସାହି ଥାନାରେ ମଧ୍ୟ ଏକ ଦୁଷ୍କର୍ମ ଅଭିଯୋଗ କରିଥିଲା ।

ଆହୁରି ପଢ଼ନ୍ତୁ : ଝାରସୁଗୁଡ଼ା ଉପ-ନିର୍ବାଚନ : ବାପା ନବ ଦାସଙ୍କ ରେକର୍ଡ ଭାଙ୍ଗିଲେ ଝିଅ ଦୀପାଳି

ଛପନଛକର ଜଣେ ବ୍ୟକ୍ତି ତାଙ୍କୁ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଥିଲା । ଗତ ବୁଧବାର ରାତିରେ ଶ୍ରୀକ୍ରିଷ୍ଣା ସିନେମା ହଲ ଗଳି ପାଖ ଏକ ହୋଟେଲରେ କାମ କରିବା ପାଇଁ ଛିଡା ହୋଇଥିଲା । ସେହି ହୋଟେଲ୍‌‌ ମାଲିକ କାମ ନ ଦେବାରୁ ସେଠି ପାଟିତୁଣ୍ଡ କରୁଥିଲା । ପୁଲିସ ପହଞ୍ଚି ତାକୁ ଗିରଫ କରିଥିଲା ।

ଖାଲି ପୁରୀ ନୁହେଁ, ଅଞ୍ଜଳି ଭୁବନେଶ୍ୱରରେ ମଧ୍ୟ ନିଜର ରୂପ ଦେଖାଇଛି । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଓ ଏୟାରଫିଲ୍ଡ ଥାନାରେ ତା ବିରୋଧରେ ଦୁଇଟି ମାମଲା ରହିଛି । ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କା ମାଗିଥିଲା । ସେହିପରି ଏୟାରଫିଲ୍ଡ ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ୧୫ହଜାର ଟଙ୍କା ମାଗିଥିଲା । ସେମାନେ ଟଙ୍କା ନ ଦେବାରୁ ସେମାନଙ୍କ ବିରୋଧରେ ଦୁଷ୍କର୍ମ ଏତଲା ଦେଇଥିଲା ।

Share this story

World Odia Language Conferene