ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ତିନି ବାଇକ୍‌ ଆରୋହୀଙ୍କ ଜୀବନ

accident kills three bike rider on spot

ଓଡ଼ିଆ ଗସିପ ବ୍ୟୁରୋ : ଏକ ଅଜଣା ଗାଡି ଧକ୍କା ଦେବା ଫଳରେ କେତେକ ନିରୀହ ଜୀବନ ଚାଲିଯାଇଛି । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ତିନି ଜଣକ ଜୀବନ ।

NH 16 ଚଣ୍ଡିଖୋଲ ଛତିଆ ରାସ୍ତାର କଡେଇ ଛକ ନିକଟରେ ଅଜଣା ଗାଡି ଧକ୍କାରେ ବାଇକରେ ଥିବା ତିନି ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା ।

ଆହୁରି ପଢ଼ନ୍ତୁ : ଝାରସୁଗୁଡ଼ା ଉପ-ନିର୍ବାଚନ : ବାପା ନବ ଦାସଙ୍କ ରେକର୍ଡ ଭାଙ୍ଗିଲେ ଝିଅ ଦୀପାଳି

ମୃତକ ମାନେ ଧର୍ମଶାଳା ଅଂଚଳର ବୋଲି ଜଣା ପଡିଛି । ବିଳମ୍ୱିତ ରାତିରେ ବାଇକ୍‌କୁ ଏକ ଅଜଣା ଗାଡି ପିଟିଦେଇଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Share this story

World Odia Language Conferene