ପେଟ୍ରୋଲ ଢାଳି ପ୍ରେମିକାକୁ ଜିଅନ୍ତା ଜାଳିବାକୁ ଉଦ୍ୟମ, ୩ ଜଣଙ୍କ ସ୍ୱାସ୍ଥ୍ୟ ସଙ୍କଟାପନ୍ନ

woman critically injured after attacked by boy friend

ଓଡ଼ିଆ ଗସିପ ବ୍ୟୁରୋ : ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅର୍ନ୍ତଗତ ମେହେରପଡା ଠାରେ ଜଣେ ଯୁବତୀଙ୍କୁ ପେଟ୍ରୋଳ ଢାଳି ଜିଅନ୍ତା ଜାଳିଦେବାକୁ ଉଦ୍ୟମ ହୋଇଛି । ଘଟଣାରେ ପ୍ରେମିକା ଓ ତାଙ୍କର ମା’ ଏବଂ ଭାଇ ଗୁରୁତର ହୋଇଥିବାବେଳେ ପ୍ରେମିକ ମଧ୍ୟ ସାମାନ୍ୟ ପୋଡିଥିବା ଜଣାପଡିଛି। ସେମାନେ ହେଲେ ମିକି କଲେତ,ତାଙ୍କର ମା ସୂର୍ଯ୍ୟ କଲେତ ଓ ଭାଇ ରିକୁ କଲେତ ।

ସୂଚନା ଅନୁଯାୟୀ, ମେହେରପଡାର ମିକି ଢେଙ୍କାନାଳର ସ୍ୱସ୍ତିକ ଦାସ ନାମକ ଜଣେ ପିଲାଙ୍କୁ ଭଲ ପାଉଥିଲେ । ଯୁବତୀ ଜଣକ ଲାଠୋର ଚିକିତ୍ସାଳୟରେ ଏଏନଏମ ଭାବରେ କାର୍ଯ୍ୟରତ ଥିଲେ । ସେହିଭଳି ସ୍ୱସ୍ତିକ ବିକାଶ ହସ୍ପିଟାଲରେ ଓଟି ମ୍ୟାନେଜର ଭାବରେ କାର୍ଯ୍ୟରତ ଅଛି ।

ଅଧିକ ପଢ଼ନ୍ତୁ : ଓଡିଶାରେ ଲଜ୍ଜା: ଆଠ ବର୍ଷର ନାବାଳିକାକୁ ଦୁଷ୍କର୍ମ କଲେ ଯୁବକ

ଅଧିକ ପଢ଼ନ୍ତୁ : ୬୦ ବର୍ଷ ବୟସରେ ଦ୍ବିତୀୟ ବିବାହ ଏହି ଜଣାଶୁଣା ବଲିଉଡ ଅଭିନେତା, ଧରିଲେ ଆସାମର ରୁପାଲିଙ୍କ ହାତ

ଦୀର୍ଘ ଦିନରୁ ଦୁହେଁ ଲିଭଇନ ରିଲେସନରେ ରହି ଆସୁଥିଲେ । ପରେ କିନ୍ତୁ ମିକି ସ୍ୱସ୍ତିକଙ୍କ ପ୍ରସ୍ତାବକୁ ମନା କରୁଥିଲେ । ଫଳରେ ଦୁହିଁଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା ।

ଶନିବାର ଉକ୍ତତ୍ୟ ଅବସ୍ଥାରେ ସ୍ୱସ୍ତିକ ଯୁବତୀଙ୍କ ଘରକୁ ପହଞ୍ଚିଥିଲେ । ଦୁହିଁଙ୍କ ମଧ୍ୟ ଯୁକ୍ତିତର୍କ ହେବାରୁ ସ୍ୱସ୍ତିକ ତାଙ୍କ ଉପରେ ପେଟ୍ରୋଲ ଢାଳି ପୋଡି ଦେବାକୁ ଉଦ୍ୟମ କରିଥିଲେ । ଏଥିରେ ଯୁବତୀ ଜଣକ ପୋଡି ଗୁରୁତର ହୋଇଥିଲେ ।

ପ୍ରେମିକର ଆକ୍ରମଣରୁ ଯୁବତୀଙ୍କୁ ରକ୍ଷା କରିବାକୁ ଯାଇ ତାଙ୍କର ମାଆ ଓ ଭାଇ ମଧ୍ୟ ପୋଡିଥିଲେ । ସ୍ଥାନୀୟଲୋକେ ଯୁବକଙ୍କୁ କାବୁ କରି ପୁଲିସ କୁ ଖବର କରିଥିଲେ ।

ଯୁବତୀ ଓ ତାଙ୍କର ପରିବାର ଲୋକଙ୍କୁ ଉଦ୍ଧାର କରି ଭୀମଭୋଇ ମେଡିକାଲକୁ ଅଣାଯାଇଛି । ସେହିଭଳି ପ୍ରେମିକ ମଧ୍ୟ ସାମାନ୍ୟ ପୋଡି ଖପ୍ରାଖୋଲ ଡାକ୍ତରଖାନାରେ ଭର୍ତ୍ତି ହୋଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Share this story