ଓଡିଶାରେ ଲଜ୍ଜା: ଆଠ ବର୍ଷର ନାବାଳିକାକୁ ଦୁଷ୍କର୍ମ କଲେ ଯୁବକ

youth raped minor inside room

ଓଡ଼ିଆ ଗସିପ ବ୍ୟୁରୋ : କନ୍ଧମାଳରେ ପୁଣି ଲଜ୍ୟା । ଜଣେ ଆଠ ବର୍ଷର ନାବାଳିକା ଝିଅକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏନେଇ କୋଟଗଡ଼ ଥାନାରେ ପରିବାର ପକ୍ଷରୁ ଏତଲା ଦିଆଯାଇଛି ।

ସୂଚନ ଅନୁଯାୟୀ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡର କୋଟଗଡ଼ ଥାନା ଅନ୍ତର୍ଗତ ମଦାଙ୍ଗି ଗ୍ରାମରେ ପୁଣି ଏକ ଲଜ୍ଜା ଜନକ ଘଟଣା ଘଟିଥିବା ଜଣାପଡ଼ିଛି । ସେହି ଅଞ୍ଚଳର ସମ୍ପୃକ୍ତ ଯୁବକ ଘରେ ଦୁଇଜଣ ନାବାଳିକା ଟିଭି ଦେଖୁଥିବା ବେଳେ ଜଣେ ନାବାଳିକାକୁ ଘରୁ ତଡ଼ିଦେଇ ଅନ୍ୟ ଜଣେ ଆଠ ବର୍ଷର ନାବାଳିକାକୁ ଯୁବକ ଜଣକ ଦୁଷ୍କର୍ମ କରିଥିବା ଜଣା ପଡିଛି ।

ଅଧିକ ପଢ଼ନ୍ତୁ : ପୁରୁଷମାନେ କାନ୍ଦିବା ସ୍ବାସ୍ଥ୍ୟ ପ୍ରତି କେତେ ଉପଯୋଗୀ, ନିହାତି ଜାଣନ୍ତୁ ହୋଇଥିବା ଏହି ରିପୋର୍ଟ/ରିସର୍ଚ୍ଚ ରୁ...

ଏନେଇ କୋଟଗଡ଼ ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । କୋଟଗଡ଼ ଥାନା ଏକ ପୋକ୍ସୋ ଧାରା ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ୍ ।

ସେପଟେ ଘଟଣା ପରେ ସମ୍ପୃକ୍ତ ଯୁବକ ଫେରାର ହୋଇଯାଇଥିବା ବେଳେ ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିବା ତଦନ୍ତକାରୀ ଅଧିକାରୀ ଲଳିତ ମୋହନ ସାଗର ସୂଚନା ଦେଇଛନ୍ତି ।

Share this story