ଆସିଲା ମୃତ ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଏବେ ବି ସସପେନ୍ସ ଘେରରେ ମୃତ୍ୟୁର କାହାଣୀ...

woman cricketer suspicious death here comes the post mortem report

ଓଡ଼ିଆ ଗସିପ ବ୍ୟୁରୋ: ଆସିଲା ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଶ୍ବାସରୁଦ୍ଧ ହୋଇ ରାଜଶ୍ରୀଙ୍କ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ଅଛି । ମୃତ୍ୟୁ ପରେ ମୁଣ୍ଡରେ କ୍ଷତ ଚିହ୍ନ ରହିଛି ।

ଗୁରୁଡିଝାଟିଆ ପୋଲସକୁ ପୋଷ୍ଟମଟମ୍ ରିପୋର୍ଟ ହସ୍ତାନ୍ତର କରାଯାଇଛି । ମୃତ୍ୟୁର କାରଣ ଜାଣିବାକୁ ଭିସେରା ରିପୋର୍ଟକୁ ଅପେକ୍ଷା । ମୃତ୍ୟୁ ପୂର୍ବରୁ ରାଜଶ୍ରୀ କପୁରସିଂହ ପେଟ୍ରୋଲ ପମ୍ପରେ ଶେଷଥର ପାଇଁ ପେଟ୍ରୋଲ ପକାଇଥିଲେ ।

ତାଙ୍କ ଗାଡ଼ି ଡ଼ିକିରୁ ପେଟ୍ରୋଲ ପକାଇଥିବା ବିଲ୍‌ ସହ ଏଟିଏମ୍ କାର୍ଡ ଜବତ ହୋଇଛି । ପେଟ୍ରୋଲ ପମ୍ପ ଠାରୁ ମାତ୍ର ୧ କିଲୋମିଟର ଦୁରରେ ମିଳିଥିଲା ମୃତଦେହ । ପେଟ୍ରୋଲ ପକାଇବାର ସିସିଟିଭି ଦୃଶ୍ୟ ଯାଞ୍ଚ କରୁଛି ପୋଲସି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ପୂର୍ବତନ ରେଳ କର୍ମଚାରୀଙ୍କ ଲକର୍‌‌ ରୁ ଠାବ ହେଲା ୧୭ କେଜି ସୁନା, ନଗଦ ଦେଢ଼କୋଟି ଟଙ୍କା, ଜମାଖାତାରେ ୫ କୋଟି

ଗତ ୧୩ ତାରିଖରେ ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ ଆଠଗଡ ସୁବାସିଂ ଜଙ୍ଗଲରୁ ମିଳିଥିଲା । ୨୦୧୪-୧୫ ଓଡିଶା ସିନିୟର ମହିଳା କ୍ରିକେଟ ଟିମରେ ଖେଳୁଥିଲେ ରାଜଶ୍ରୀ ।

ତେବେ ପୁଡୁଚେରୀ ଦିନିକିଆ ପାଇଁ ଚୂଡାନ୍ତ ଦଳରେ ତାଙ୍କ ନାଁ ନରହିବାକୁ ନେଇ ଦୁଶ୍ଚିନ୍ତାରେ ଥିଲେ । ୧୧ତାରିଖରେ ଘରକୁ ଯିବାକୁ କହି ହୋଟେଲରୁ ବାହାରିଥିଲେ, ହେଲେ ଘରେ ପହଞ୍ଚିନଥିଲେ ।

ଏନେଇ କଟକ ମଙ୍ଗଳାବାଗ ଥାନାରେ ତାଙ୍କ କୋଚ୍ ଏତଲା ଦେଇଥିଲେ । ଏତଲା ପରେ ଖୋଜାକୋଜି ବେଳେ ସୁବାସିଂ ଜଙ୍ଗଲରୁ ତାଙ୍କ ସ୍କୁଟି ଓ ହେଲମେଟ୍ ମିଲିଥିଲା । ପରେ ଜଙ୍ଗଲ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ପୋଲିସ ଏହି ଘଟଣାରେ ତଦନ୍ତ ଜାରି ରଖିଛି ।

ସେପଟେ ପୋଲିସ ହାତରେ ପଡିଛି ରାଜଶ୍ରୀଙ୍କ ଚିଠି । କ୍ରିକେଟର ରାଜଶ୍ରୀ ସ୍ୱାଇଁ ତାଙ୍କ ଶେଷ ଚିଠିରେ କୋଚ ମାଣ୍ଡେଲା ସାରଙ୍କ ବିଷୟରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ତେବେ କିଏ ଏହି ମାଣ୍ଡେଲା ସାର?

ଓସିଏ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଓଡିଶା କ୍ରିକେଟ ଆସୋସିଏସନର ସଦସ୍ୟ ଅଛନ୍ତି ମାଣ୍ଡେଲା ସାର । କୁହାଯାଉଛି ଚୟନ କମିଟିରେ ନଥାଇ ସୁଦ୍ଧା ଓଡିଶା କ୍ରିକେଟ ଦଳ ପାଇଁ ଖେଳାଳି ଚୟନ ବେଳେ ତାଙ୍କର ପ୍ରଭାବ ରହିଥାଏ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ପ୍ରେମିକାକୁ 'ଲାଇଭ' ଭିଡିଓ କଲ୍‌ କରି ନିଜ ଜୀବନ ହାରିଲେ MCA ଛାତ୍ର !

ଏପରି କି ସେ କୌଣସି ପଦପଦବୀରେ ନାହାନ୍ତି, ତଥାପି ତାଙ୍କ ଅନୁମିତି ବିନା ଟିମରେ ସ୍ଥାନ ମିଳେ ନାହିଁ ତେବେ କିଏ ଏହି ମାଣ୍ଡେଲ ସାର । ସେ କେମିତି ଏତେ ପ୍ରଭାବଶାଳୀ ହେଲେ? ସେ କାହା ବଳରେ ଏତେ ବଳୀୟାନ?

ଯାହାଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି ରାଜଶ୍ରୀ । ଓଡିଶା ସିନିୟର ମହିଳା ଦଳ ପାଇଁ ଚୟନ ନହେବା ଏବଂ ଗଛରେ ଝୁଲି ଜୀବନ ହାରି ଦେବା ପଛରେ ଏହି ବ୍ୟକ୍ତିଙ୍କର କଣ ଭୂମିକା ରହିଛି । ହାତ ଲେଖା ଚିଠିକୁ ଆଧାର କରି ଓସିଏର ଏହି ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିରୋଧରେ ପୁଲିସ ତଦନ୍ତ କରିବ କି ?

Share this story

World Odia Language Conferene