ପୂର୍ବତନ ରେଳ କର୍ମଚାରୀଙ୍କ ଲକର୍‌‌ ରୁ ଠାବ ହେଲା ୧୭ କେଜି ସୁନା, ନଗଦ ଦେଢ଼କୋଟି ଟଙ୍କା, ଜମାଖାତାରେ ୫ କୋଟି

CBI traced crores of rupees from former IRTS officer clutches in DA case

ଓଡ଼ିଆ ଗସିପ ବ୍ୟୁରୋ: ଅବସରପ୍ରାପ୍ତ ରେଳ କର୍ମଚାରୀ ପ୍ରମୋଦ କୁମାର ଜେନାଙ୍କ ବ୍ୟାଙ୍କ ଲକରରୁ ୧୭ କେଜି ସୁନା, ଦେଢ଼କୋଟି ନଗଦ ଟଙ୍କା ଜବତ କରି ସିବିଆଇ ଅଧିକାରୀଙ୍କ ଆଖି ଖୋସି ହୋଇଯାଇଥିଲା । ଏକାଧିକ ଜମାଖାତାରୁ ୪.୮୪ କୋଟି ଟଙ୍କା ଠାବ ହୋଇଛି ।

ଡାକ ଅଫିସରେ ସଞ୍ଚୟ ୩.୩୩ କୋଟି ଟଙ୍କା ରହିଥିବା ବେଳେ ବ୍ୟାଙ୍କ୍‌‌ ଆକାଉଣ୍ଟରେ ୧.୫୧ କୋଟି ଏବଂ ମ୍ୟୁଚୁଆଲ ଫଣ୍ଡରେ ୪୭.୭୫ ଲକ୍ଷ ଥିବା ସିବିଆଇ ଚଢ଼ଉ ସମୟରେ ଜାଣିବାକୁ ପାଇଛି । ଏଥିସହ ବ୍ୟାଙ୍କ୍‌‌ ଲକରରୁ ପ୍ରମୋଦ ଏବଂ ତାଙ୍କ ପରିବାର ନାମରେ ଥିବା ଅନ୍ୟାନ୍ୟ ସମ୍ପତ୍ତିର ଦସ୍ତାବିଜ୍‌‌ ପାଇଛନ୍ତି ସିବିଆଇ ଅଧିକାରୀ ।

ଗତ ୩ ତାରିଖରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର, ଜଗତସିଂପୁର ଏବଂ କଲିକତାରେ ସିବିଆଇ ଚଢ଼ଉ କରିଥିଲା । ଏହି ସମୟରେ ଆଖି ଖୋସି ହୋଇଗଲା ପରି ସମ୍ପତ୍ତି ମିଳିଥିଲା ପ୍ରମୋଦଙ୍କ ଘରୁ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଭୁବନେଶ୍ୱରରେ ଚାଞ୍ଚଲ୍ୟ: ରେଲ ଷ୍ଟେସନ ଦୁଇ ନାବାଳିକାଙ୍କୁ ହାତ ଗୋଡ଼ ବାନ୍ଧି ରାତିସାରା ଗଣଦୁଷ୍କର୍ମ

ଆୟ ଠାରୁ ସେ ୧କୋଟି ୯୨ଲକ୍ଷରୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିଲେ । ୨୦୧୫ ଏପ୍ରିଲ ୧ତାରିଖରୁ ୨୦୨୦ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ସେ ଏହି କଳାଧନ ଅର୍ଜନ କରିଥିଲେ । ସିବିଆଇ ଚଢଉ ବେଳେ ତାଙ୍କ ପତ୍ନୀଙ୍କ ନାମରେ ଥିବା ୩ଟି ବ୍ୟାଙ୍କ୍‌‌ ଲକ୍‌‌ରର ଚାବି ମିଳିଥିଲା ।

କିନ୍ତୁ ଆଶ୍ଚର୍ଯ୍ୟର କଥା ଆଉ ୫ଟି ବ୍ୟାଙ୍କ୍‌‌ ଲକ୍‌‌ରର ଚାବି ପାଇଥିଲା ସିବିଆଇ । କିନ୍ତୁ ଏହି ଲକ୍‌‌ର କାହା ନାମରେ ରହିଛି ତାହା ଜାଣିନଥିଲା ସିବିଆଇ । ପରେ ବ୍ୟାଙ୍କରେ ଏ ନେଇ ଅନୁସନ୍ଧାନ କରାଯିବା ପରେ ପେଡ଼ି ଖୋଲିଥିଲା । ଲକରରୁ ୧୭ କେଜିର ସୁନା କଏନ୍‌‌, ବିସ୍କୁଟ ଓ ଗହଣା ସହ ନଗଦ ଟଙ୍କା ମିଳିଥିଲା ।

ଜବତ ସୁନାର ମୂଲ୍ୟ ୯.୫ କୋଟି ଟଙ୍କା ହେବ ବୋଲି ସିବିଆଇ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ୮ଟି ଲକର ମଧ୍ୟରୁ ପତ୍ନୀଙ୍କ ନାମରେ ୩ଟି ଓ ଦୂର ସମ୍ପର୍କୀୟଙ୍କ ନାମରେ ୫ଟି ରହିଛି । ପ୍ରମୋଦ ଆହୁରି ଲକର ବ୍ୟବହାର କରୁଥିବା ସିବିଆଇ ସନ୍ଦେହ କରୁଛି ।

ପ୍ରମୋଦ୧୯୮୯ ମସିହାରେ ଚାକିରି ଜୀବନ ଆରମ୍ଭ କରିଥିଲେ । ସେ ରେଲୱେର ଏଡିଆରଏମ୍‌‌, ସିଏଫ୍‌‌ଟିଏମ୍‌‌, ସିଟିଏମ୍‌‌, ସିସିଏମ୍‌‌, ସିଟିପିଏନ୍‌‌, ପିସିସିଏମ୍‌‌ ଆଦି ପଦବୀରେ ରହି ସେ କାର୍ଯ୍ୟ କରିଥିଲେ । ୨୦୨୨ ମସିହାରେ ରେଲୱେର ପ୍ରିନିସିପାଲ ଚିଫ୍‌‌ ଅପରେସନ ମ୍ୟାନେଜର ପଦବୀରୁ ଅବସର ନେଇଥିଲେ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ନାମ ନେବେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ପତ୍ନୀ ଆଣିଲେ ଘରୋଇ ହିଂସା ଅଭିଯୋଗ

ସିବିଆଇ ଆକଳନ ଅନୁସାରେ ୨୦୦୫ରୁ ୨୦୨୦ ମସିହା ଭିତରେ ଶ୍ରୀ ଜେନା ଓ ତାଙ୍କ ପରିବାର ଲୋକଙ୍କ ସମ୍ପତ୍ତି ୩ କୋଟି ୨୫ ଲକ୍ଷ ରହିଥିଲା । ସେଥିରୁ ୮୮ ଲକ୍ଷ ୫୮ ହଜାର ଖର୍ଚ୍ଚ ଯିବା ପରେ ୨ କୋଟି ୩୬ ଲକ୍ଷ ଟଙ୍କା ସମ୍ପତ୍ତି ରହିବା କଥା । ହେଲେ ଏବେ ତାଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି ୪ କୋଟି ୨୮ ଲକ୍ଷ ଟଙ୍କାରୁ ଅଧିକ ରହିଛି ।

ସିବିଆଇ ଜାଲରେ ଛନ୍ଦି ହେବା ପରେ ଅବସରପ୍ରାପ୍ତ ଅଧିକାରୀଙ୍କ ପାଇଁ ଅଡୁଆ ବଢ଼ିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ ୪ ତାରିଖରେ ପି.କେ. ଜେନାଙ୍କ ଘରେ ଚଢଉ କରିଥିଲା ସିବିଆଇ ।

ଶ୍ରୀ ଜେନାଙ୍କ ଭୁବନେଶ୍ୱର, କଟକ ଓ ଜଗତସିଂହପୁର ସ୍ଥିତ ଘର ଓ ଅଫିସ୍‌‌ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢ଼ଉ ହୋଇଥିଲା । ରେଡ୍‌‌ ବେଳେ ୧ କୋଟି ୯୨ ଲକ୍ଷରୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ପ୍ରମାଣ ପାଇଥିଲା ସିବିଆଇ । ଆୟ ତୁଳନାରେ ତାଙ୍କର ଏହି ସମ୍ପତ୍ତି ୫୯ ପ୍ରତିଶତ ଅଧିକ ରହିଛି ।

Share this story

World Odia Language Conferene