ନାମ ନେବେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ପତ୍ନୀ ଆଣିଲେ ଘରୋଇ ହିଂସା ଅଭିଯୋଗ

Wife alleges torture against singer Humane Sagar

ଓଡ଼ିଆ ଗସିପ ବ୍ୟୁରୋ: ବିବାଦ ଘେରକୁ ଆସିଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ହ୍ୟୁମାନଙ୍କ ପତ୍ନୀ ତାଙ୍କ ନାଁରେ ଘରୋଇ ହିଂସା ନିର୍ଯାତନା ଭଳି ଅଭିଯୋଗ ଆଣିଛନ୍ତି । ପତ୍ନୀ ଶ୍ରେୟା ମିଶ୍ର ହ୍ୟୁମାନ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ନେଇ ଗତକାଲି ଡିସିପି ପିନାକ ମିଶ୍ରଙ୍କୁ ଭେଟି ଅଭିଯୋଗ କରିଥିଲେ ।

ଏନେଇ ଆଜି ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପତ୍ନୀ ଶ୍ରେୟା । ଘଟଣାର ତଦନ୍ତ କରାଯିବା ସହ ଆପୋଷ ବୁଝାମୁଣା ନେଇ ଉଭୟ ପକ୍ଷକୁ ଡାକା ଯାଇ କାଉନସିଲିଂ କରାଯିବା ବୋଲି ସୂଚନା ଦେଇଛନ୍ତି ଡିସିପି ପିନାକ ମିଶ୍ର ।

ଆସନ୍ତା କାଲି ଉଭୟଙ୍କୁ ଥାନାରେ ହାଜର ହେବାକୁ କୁହାଯାଇଛି । କଟକ ଡିସିପି ପିନାକ ମିଶ୍ର କହିଛନ୍ତି, ଅଭିଯୋଗପତ୍ର ମହିଳା ଥାନାକୁ ପଠାଯାଇଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଭୁବନେଶ୍ୱରରେ ଚାଞ୍ଚଲ୍ୟ: ରେଲ ଷ୍ଟେସନ ଦୁଇ ନାବାଳିକାଙ୍କୁ ହାତ ଗୋଡ଼ ବାନ୍ଧି ରାତିସାରା ଗଣଦୁଷ୍କର୍ମ

ସେ ଆହୁରି କହିଛନ୍ତି ଆସନ୍ତା କାଲି ତାଙ୍କ ପତ୍ନୀ ପାରିବାରିକ ହିଂସା ଓ ଦାମ୍ପତ୍ୟ କଳହ ସଂପର୍କରେ ଥାନାରେ ଅଭିଯୋଗ କରିଥିଲେ । ନିୟମାନୁସାରେ ପ୍ରଥମେ ଉଭୟଙ୍କୁ ଥାନାକୁ ଡାକି ବୁଝାସୁଝା କରାଯିବ । ଏହାପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ।

ଆସନ୍ତା କାଲି ପୂର୍ବାହ୍ନ ୧୧ଟାରେ କାଉନସେଲିଂ ପାଇଁ ଥାନାରେ ଉଭୟ ପକ୍ଷ ପହଞ୍ଚିବାକୁ ସମନ କରାଯାଇଛି । ଏହି ସମୟରେ ମହିଳା ଥାନା ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ ।

କାଉନସେଲର ଉଭୟ ପକ୍ଷଙ୍କ ଅଭିଯୋଗ ଶୁଣିବା ସହ ଏହାର ସତ୍ୟତା ପରଖିବେ । ଏହାବାଦ ଏହି ମାମଲାରେ ହ୍ୟୁମାନଙ୍କ ପତ୍ନୀ ଅଭିଯୋଗ କରିଥିବା ବେଳେ ହ୍ୟୁମାନଙ୍କ ପ୍ରତିକ୍ରିୟା ମଧ୍ୟ ନିଆଯିବ । ଏଥିରେ ବିବାଦର ସମାଧାନ ନ ହେଲେ ପରବର୍ତ୍ତୀ ଏକ ତାରିଖରେ ପୁଣି ଥରେ କାଉନସେଲିଂ କରାଯିବ ।

Share this story

World Odia Language Conferene