ଭୁବନେଶ୍ୱରରେ ଚାଞ୍ଚଲ୍ୟ: ରେଲ ଷ୍ଟେସନ ଦୁଇ ନାବାଳିକାଙ୍କୁ ହାତ ଗୋଡ଼ ବାନ୍ଧି ରାତିସାରା ଗଣଦୁଷ୍କର୍ମ

two minor gang raped in Bhubaneswars Patia Railways Station

ଓଡ଼ିଆ ଗସିପ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱର ରେ ଚାଞ୍ଚଲ୍ୟ । ଭୁବନେଶ୍ବର ପଟିଆ ଷ୍ଟେସନ ଠାରେ ୨ ନାବାଳିକା ଗଣଦୁଷ୍କର୍ମ କଲେ ୨ ଦୁର୍ବୃତ୍ତ । ୨ ଦୁର୍ବୃତ୍ତଙ୍କ ଦ୍ବାରା ୨ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି ।

୨ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରିଛନ୍ତି ଦୁର୍ବୃତ୍ତ । ୨ ନାବାଳିକାଙ୍କ ହାତ ଗୋଡ଼ ବାନ୍ଧି ସାରାରାତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଚାଇଲଡଲାଇନ ଓ  ଇନୋଫସିଟି ଥାନା ପୁଲିସ ସହାୟତାରେ ୨ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି ।

ପୀଡିତା ନାବାଳିକାଙ୍କ ବୟସ ୧୨ ଓ ୧୪ ବର୍ଷ ବୋଲି ଜଣାପଡ଼ିଛି । ପରିବାର ସହ ପଟିଆ ଷ୍ଟେସନ ନିକଟରେ ରହୁଥିଲେ ପୀଡିତା । ଘରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ଦୁର୍ବୃତ୍ତ । ମାମଲା ରଫାଦପା କରିବାକୁ ଅଭିଯୁକ୍ତକ ପରିବାର ପୀଡିତାଙ୍କ ପିରବାରଙ୍କୁ ଟଙ୍କା ଯାଚିଥିବା ମଧ୍ୟ ଅଭିଯୋଗ ହେଇଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ରାଜଧାନୀ ରାସ୍ତାରେ ଟଳି ଟଳି ଯାଉଥିଲେ ମାତାଲ ଚାକିରିଆ ଯୁବତୀ, ଅସମ୍ଭାଳ ଦେହର ତାତି, ପୋଲିସ୍ ଝାଳନାଳ! ଦେଖନ୍ତୁ ଭିଡିଓ...

ଏ ନେଇ ଜିଆରପି ଥାନାରେ ଏତଲା ଦେଇଛନ୍ତି ପୀଡିତାଙ୍କ ମାଆ । ସୂଚନା ଥାଉକି, ଦୁଷ୍କର୍ମର ଶିକାର ହୋଇଥିବା ଦୁଇ ନାବାଳିକାଙ୍କ ମଧ୍ୟରୁ ଜଣେ ଦିବ୍ୟାଙ୍ଗ ଥିବା ଜଣାପଡିଛି । ରାତି ତମାମ ଦୁଇ ନାବାଳିକା ଗଣଦୁଷ୍କର୍ମର ଶିକାର ହେବା ପରେ ସକାଳୁ ସକାଳୁ କୌଣସି ମତେ ଘରକୁ ଫେରିଥିଲେ । ରାତିର ସେ କଳା କାହାଣୀ କଥା ଘରେ କହିଥିଲେ । ପରିବାର ଲୋକେ ପ୍ରଥମେ ଇନଫୋସିଟି ଥାନାରେ ଅଭଯୋଗ କରିଥିଲେ ।

ତେବେ ଘଟଣାଟି ପଟିଆ ରେଳ ଷ୍ଟେସନରେ ଘଟିଥିବା ରୁ ରେଳବାଇ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଏହି ଘଟଣାରେ ଚାଇଲଡ ଲାଇନ (ଯିଏ ଶିଶୁଙ୍କ ସୁରକ୍ଷା କରେ) ହସ୍ତକ୍ଷପରେ ପୋଲିସ ମୁଣ୍ଡ ପୁରାଇଥିବା ଜଣାପଡିଛି ।

ସେପଟେ ପୋଲିସ ରେଳ ଷ୍ଟେସନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ଦୁଇ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୋଲିସ ତନାଘନା ଚଳାଇଛି । ହକି ୱାର୍ଲଡ କପ 2023 ଚାଲିଥିବାରୁ ପୋଲିସ ଏହି ଘଟଣାକୁ ଭାରି ଗମ୍ଭୀରତାର ସହ ନେଇଛି । ଏପଟେ ସିଆରପିସିର ଧାରା 161 ଅନୁଯାୟୀ ପୋଲିସ ନାବାଳିକାଙ୍କୁ ବୟାନ ରେକର୍ଡ କରିଛି ।

Share this story

World Odia Language Conferene