ରାଜଧାନୀ ରାସ୍ତାରେ ଟଳି ଟଳି ଯାଉଥିଲେ ମାତାଲ ଚାକିରିଆ ଯୁବତୀ, ଅସମ୍ଭାଳ ଦେହର ତାତି, ପୋଲିସ୍ ଝାଳନାଳ! ଦେଖନ୍ତୁ ଭିଡିଓ...

Drunkard woman create ruckus in odisha capital

ଓଡ଼ିଆ ଗସିପ୍ ବ୍ୟୁରୋ: ଯୁବତୀଙ୍କ ଅସମ୍ଭାଳ ଦେହର ତାତି ସମସ୍ତଙ୍କୁ କଲବଲ କରିଛି । ରତିଧିଆ ମଦ ନିଶାରେ ସଂପୃକ୍ତ ଯୁବତୀ ଏକ ଆଇଟି କମ୍ପାନୀର ଚାକିରିଆ ଓ ଜଣେ ସମ୍ଭ୍ରାନ୍ତ ଘରର ଝିଅ ବୋଲି ମଧ୍ୟ କୁହାଯାଉଛି ।

କିନ୍ତୁ ରାଜଧାନୀ ରାସ୍ତାରେ ମାତାଲ ହୋଇ ବୁଲୁଥିଲେ ଯୁବତୀ । ଉଠାଇନେଲା ପୋଲିସ । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ତେବେ ଭାଇରାଲ ଭିଡିଓରୁ ଯାହା ଜଣାପଡ଼ୁଛି, ବିଳମ୍ବିତ ରାତିରେ ଯୁବତୀ ଜଣକ ଏକ ବ୍ଲୁ ରଙ୍ଗର ସାର୍ଟ ପିନ୍ଧିଥିବା ବେଳେ ଏକ ହାପ୍‌ ପ୍ୟାଣ୍ଟ ପିନ୍ଧି ରାସ୍ତାରେ ଯାଉଥିଲେ । ପୋଲିସ ଯୁବତୀଙ୍କୁ ଦେଖିଥିଲା । ଯୁବତୀଙ୍କ ପାଦ ଏପଟ ସେପଟ ପଡ଼ୁଥିବା ଦେଖି ପୋଲିସ ସନ୍ଦେହ କରିଥିଲା ।

ଅଧରାତିରେ ମଦ୍ୟପ ଯୁବତୀଙ୍କ କାରନାମା ଦେଖି ପୋଲିସ୍ ପୁରା ନକେଦମ୍ ହୋଇଯାଇଥିଲା । ରାସ୍ତାରେ ବୁଲିଲେ, ଯାହାକୁ ପାରିଲେ ଗାଳିକଲେ । ପୋଲିସ ଓ ପିସିଆରକୁ ମଧ୍ୟ ନାକେଦମ କଲେ ।

ଘଟଣା ଘଟିଛି କଳ୍ପନା ଛକ ନିକଟରେ । ଏଭଳି ଅଭାବନୀୟ ଘଟଣା ଘଟାଇଛନ୍ତି ଏହି ଯୁବତୀଙ୍କ ଜଣଙ୍କ ଯାହାର ବୟସ ପାଖାପାଖି ୨୫ ହେବ । ଲେଟ ନାଇଟ ପାର୍ଟି ପରେ ଉନ୍ମତ ହେଲେ ଯୁବତୀ ।

ତେଣୁ ପୋଲିସ ଉକ୍ତ ଯୁବତୀଙ୍କୁ ସୁରକ୍ଷା ଦେବାକୁ ଯାଇ କିଛି ସମୟ ଯୁବତୀଙ୍କୁ ଫଲୋ କରିଥିଲା । ପରେ ପୋଲିସ ଗାଡ଼ି ଦେଖି ଯୁବତୀ ଜଣକ ଡରି ଯାଇଥିଲେ । ଏହାସହ ସାମାନ୍ୟ ଦୌଡ଼ିବାକୁ ଲାଗିଥିଲେ । ରାସ୍ତାରେ ଟଳି ଟଳି ଯାଉଥିବା ଦେଖି ତାଙ୍କର ପିଛା କରିଥିଲା ପୋଲିସ । ପରେ ଯୁବତୀ ଜଣକ ଅଧିକ ମାତାଲା ହେବା ଦେଖି ପୋଲିସ ତାଙ୍କୁ କାବୁ କରିଥିଲା ଏବଂ ଗାଡ଼ିରେ ବସାଇ ଥାନାକୁ ନେଇଥିଲା ।

ତେବେ ଏହି ଘଟଣାର ପ୍ରତ୍ୟେକ୍ଷ ଦର୍ଶୀଙ୍କ କହିବାନୁଯାୟୀ, ଯୁବତୀ ଜଣକ ମଦ ପିଇ ମାତାଲ ହୋଇ ରାସ୍ତାରେ ଯାହାକୁ ପାରୁଥିଲେ ତାକୁ ଗାଳି ଗୁଲଜ କରୁଥିଲେ । ଏମିତିକି ପିସିଆରକୁ ମଧ୍ୟ ନାକେଦମ କରିଥିଲେ ।

ଏହି ଘଟଣା କଳ୍ପନା ଛକ ନିକଟରେ ଘଟିଛି । ଯୁବତୀଙ୍କ ବୟସ ପାଖାପାଖି ୨୫ ବର୍ଷ ହେବ । ସେ ଏକ ଆଇଟି କମ୍ପାନୀର ଚାକିରିଆ ବୋଲି ଜଣାପଡ଼ିଛି । ଜଣେ ସମ୍ଭ୍ରାନ୍ତ ଘରର ଝିଅ ବୋଲି ମଧ୍ୟ କୁହାଯାଉଛି ।

Share this story

World Odia Language Conferene