ପ୍ରେମିକାକୁ 'ଲାଇଭ' ଭିଡିଓ କଲ୍ କରି ନିଜ ଜୀବନ ହାରିଲେ MCA ଛାତ୍ର !

ଓଡ଼ିଆ ଗସିପ ବ୍ୟୁରୋ: ଭିଡିଓ କଲ୍ କରି ଜୀବନ ହାରିଲେ ଛାତ୍ର ! ମୃତଦେହ ଉଦ୍ଧାର ବେଳେ ମୋବାଇଲ୍ ଓ ଲାପ୍ଟପ୍ ଖୋଲାଥିବା ଦେଖିବାକୁ ମିଳିଥିଲା । ତେଣୁ ସେ ଭିଡିଓ କଲ୍ କରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ଭିଡିଓ କଲ୍ କରି ଜୀବନ ହାରିଲେ ଛାତ୍ର ! ମୃତ ଛାତ୍ର ଯାଜପୁରର ମନୋଜ ବେହେରା ବୋଲି ଜଣାପଡ଼ିଛି । କଟକ ଗୋଡ଼ିସାହି ସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟର MCA ପ୍ରଥମ ବର୍ଷରେ ସେ ପଢ଼ୁଥିଲେ ।
ଗତକାଲି ଷଣ୍ଢପୁର ଅଞ୍ଚଳରେ ଭଡ଼ା ଘର ଭିତରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ପରେ ମୃତ୍ୟୁକୁ ନେଇ ସସ୍ପେନ୍ସ ସୃଷ୍ଟି ହୋଇଛି । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ସୂଚନା ଅନୁସାରେ, ଗତକାଲି ଅପରାହ୍ଣରେ ମନୋଜ ଘର ଭିତର ପଟୁ ବନ୍ଦ କରି ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବାରୁ ମାଲିକଙ୍କ ସନ୍ଦେହ ହୋଇଥିଲା । ପରେ ଝରକା ପଟୁ ଘର ଭିତରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖି ସେ ପୋଲିସକୁ ଖବର ଦେଇଥିଲେ । ଖବରପାଇ ବାରଙ୍ଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରିଥିଲା ।
ଏଠି କ୍ଲିକ କରି ଅଧିକ ପଢନ୍ତୁ: ପୂର୍ବତନ ରେଳ କର୍ମଚାରୀଙ୍କ ଲକର୍ ରୁ ଠାବ ହେଲା ୧୭ କେଜି ସୁନା, ନଗଦ ଦେଢ଼କୋଟି ଟଙ୍କା, ଜମାଖାତାରେ ୫ କୋଟି
ମୃତଦେହ ଉଦ୍ଧାର ବେଳେ ମୋବାଇଲ୍ ଓ ଲାପ୍ଟପ୍ ଖୋଲାଥିବା ଦେଖିବାକୁ ମିଳିଥିଲା । ତେଣୁ ସେ ଭିଡିଓ କଲ୍ କରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ହେଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନାହିଁ । ଘର ମାଲିକଙ୍କ କହିବା ଅନୁସାରେ, ଜଣେ ଯୁବତୀ ତାଙ୍କୁ ଖୋଜିବା ପାଇଁ ଭଡ଼ା ଘରକୁ ଆସିଥିଲେ ଓ କବାଟ ବାଡ଼େଇ ଥିଲେ । ତେବେ କିଛି ଉତ୍ତର ନମିଳିବାରୁ ସେ ପଳାଇଥିଲେ ।
ଯଦି ମନୋଜ ଆତ୍ମହତ୍ୟା କରିଛନ୍ତି, ତା’ହେଲେ ଏହା ପୂର୍ବରୁ ସେ କାହାକୁ ଭିଡିଓ କଲ୍ କରିଥିଲେ ? କାହିଁକି ସେ ଏଭଳି ଚରମ ପଦକ୍ଷେପ ନେଲେ ? ଏହା ଅସ୍ପଷ୍ଟ ରହିଛି। ପ୍ରେମ ଜନିତ ଆତ୍ମହତ୍ୟା ସନ୍ଦେହ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି ।