ଘର ଭିତରୁ ଉଦ୍ଧାର ହେଲା ଶିକ୍ଷୟିତ୍ରୀ ମା’ ଓ ୨୭ ବର୍ଷ ପୁଅଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ

Woman and son commit suicide in Sambalpur
ଘର ଭିତରୁ ଉଦ୍ଧାର ହେଲା ଶିକ୍ଷୟିତ୍ରୀ ମା’ ଓ ୨୭ ବର୍ଷ ପୁଅଙ୍କ ମୃତଦେହ

ଓଡ଼ିଆ ଗସିପ୍ ବ୍ୟୁରୋ: ସମ୍ବଲପୁରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଘର ଭିତରୁ ମା’ପୁଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଅଇଁଠାପାଲି ଥାନା ଅନ୍ତର୍ଗତ ଅନୁଗୁଳିଆପଡ଼ାର ଘଟଣା । 

ଅଧିକ ପଢନ୍ତୁ : କମ୍ ବୟସରେ ହେଉଥିବା ମୃତ୍ୟୁକୁ ରୋକା ଯାଇପାରିବ, ବାସ୍ ଆଜିଠୁ କରନ୍ତୁ ଏହି କାମ

ଅଇଁଠାପାଲି ଥାନା ଅନ୍ତର୍ଗତ ଟାଙ୍ଗରପାଲି ଅଂଚଳରେ ଏକ ଘର ଭିତରୁ ମା’ ଓ ପୁଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ସେମାନେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବାରୁ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେବା ପରେ ଘରେ ମା’ ଓ ପୁଅ ଙ୍କ ଝୁଲନ୍ତା ମୃତଦେହ ଥିବା ଜଣାପଡିଥିଲା।

ଅଧିକ ପଢନ୍ତୁ : କେମିତି ଜାଣିବେ ଆପଣଙ୍କୁ ହୋଇଛି ଲିଭର୍ କ୍ୟାନ୍ସର, ଜାଣନ୍ତୁ ରୋଗର ଲକ୍ଷଣ ଏବଂ କାରଣ

ମୃତ ମା’ ଙ୍କର ନା ଜ୍ୟୋସ୍ନାରାଣୀ ଦାସ ହୋଇଥିବା ବେଳେ ସେ ଜଣେ ଶିକ୍ଷୟିତ୍ରୀ ବୋଲି ଜଣାପଡିଥିବାବେଳେ ଆତ୍ମହତ୍ୟା କରିଥିବା ପୁଅର ବୟସ ୨୭ ବର୍ଷ ଓ ତାଙ୍କ ନା ସୁଧିର ପଣ୍ଡା ବୋଲି ଜଣାପଡିଛି। ତେବେ କାହିଁକି ଓ କ’ଣ ପାଇଁ ଆତ୍ମହତ୍ୟା କଲେ ତାହା ଜଣାପଡି ନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

Share this story