ନବୀନଙ୍କ ରାଜନୈତିକ ଉତ୍ତରାଧିକାରୀ ହେବେ କି ପାଣ୍ଡିଆନ?

Will Naveen stage VK Pandian as his successor

ଓଡ଼ିଆ ଗସିପ୍ ବ୍ୟୁରୋ: 'ନବୀନ ଓଡ଼ିଶା'ର ବିକାଶକୁ ଆଗକୁ କିଏ ନେବ? ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ବିକାଶ ପୁରୁଷ ନବୀନ ପଟ୍ଟନାୟକଙ୍କ ପରେ ଓଡ଼ିଶାକୁ କିଏ ଦେଖାଇବ ରାହା? ଏବେ ଏହାର ଉତ୍ତର ଖୋଜୁଛି ଓଡ଼ିଶା । କାହିଁକି ନା ନବୀନ ଏବେ କିଙ୍ଗ ନୁହଁ କିଙ୍ଗ ମେକର୍ ହେବାର ସମୟ ଆସିଯାଇଛି । ରାଜଧର୍ମ ପାଳନ କରିବାର ବି ଅବସର ଆସିଗଲାଣି । ଏଣୁ ଏହି ପ୍ରଶ୍ନ ମନକୁ ଆସିବା କୌଣସି ନୂଆ କଥା ନୁହଁ ।

କାହିଁକି ନା ନବୀନ ଏଯାଏଁ ନିଜ ପରିବାରର କାହାକୁ ମଧ୍ୟ ନିଜର ଉତ୍ତରାଧିକାରୀ ଭାବେ ଘୋଷଣା କରି ନାହାନ୍ତି । ମଝିରେ ମଝିରେ ପୁତୁରା ଅରୁଣ ପଟ୍ଟନାୟକ ଙ୍କୁ ନେଇ କେବେ କେମିତି ଚର୍ଚ୍ଚା ହୁଏ । ହେଲେ ଏବେ ଗତ କିଛିଦିନ ଧରି ଓଡ଼ିଶାରେ ଜଣେ ସଚିବଙ୍କୁ ନେଇ ଯେଉଁ ଚର୍ଚ୍ଚା ଓ ଆଲୋଚନା ହେଉଛି ସେଥିରୁ ସ୍ପଷ୍ଟ ଯେ ନବୀନ ବୋଧ ହୁଏ ନିଜ ଲିଗାସିକୁ ଆଗକୁ ନେବାକୁ ବ୍ୟକ୍ତିକୁ ବାଛି ସାରିଲେଣି । ସେ କିଏ ବୋଲି ଲୋକେ ମଧ୍ୟ ଉଣା ଅଧିକେ ଅନୁମାନ ଲଗେଇ ସାରିଲେଣି ।

VK Pandian

ଦିନେ ସେ ଅଜଣା ଥିଲେ କେବଳ ନାଁ ଶୁଣିବାକୁ ମିଳୁଥିଲା । ନବୀନଙ୍କ ଅତି ପ୍ରିୟ ବୋଲି ଗଣା ହେଲେ । ଧିରେ ଧିରେ ତୃତୀୟ କ୍ଷମତା କେନ୍ଦ୍ର କଥା ଉଠିଲା । କିଛି ପୁରୁଖା ବିଜେଡି ନେତା ଜଣେ ସଚିବଙ୍କ କ୍ଷମତା ବୃଦ୍ଧି ପାଉଥିବା ଖୁଲମ୍ ଖୁଲା ଆଲୋଚନା ହେଲା । କେବଳ ଗୋଟିଏ ଫଟୋକୁ ଛାଡିଦେଲେ ଅନ୍ୟ କିଛି ତାଙ୍କ ବିଷୟରେ ଜଣା ନଥିଲା । ମିଡିଆ ଅଧିକରୁ ଅଧିକ ତାଙ୍କୁ ନେଇ ଖବର କଲା, ସମାଲୋଚନା ସାଙ୍ଗକୁ ପ୍ରଶ୍ନ ବି ଉଠାଇଲା । ହେଲେ ଦିନେ ସବୁକିଛି ବଦଳି ଗଲା ।

ଅଧିକ ପଢ଼ନ୍ତୁ : ଅନୁଭବ ନୁହେଁ, କେନ୍ଦ୍ରାପଡା ରୁ ବିଜେଡି ଟିକେଟ ପାଇବେ ଜୟନ୍ତ ! ଦେଖନ୍ତୁ ଏହି ଭିଡିଓ

ଗୋଟିଏ ଫଟୋ ଲୋକ ଦେଖୁଥିଲେ କିନ୍ତୁ ଏବେ ଘଣ୍ଟାକୁ ଡଜନେ ଫଟୋ ସାମ୍ନାକୁ ଆସୁଛି । ଲାଗୁଛି ଯେମିତି ସୋସିଆଲ ମିଡ଼ିଆ ପାଣ୍ଡିଆନଙ୍କୁ ପ୍ରଶଂସାରେ ପୋତି ପକାଉଛି ।  ନିର୍ଦ୍ଧିଷ୍ଟ କିଛି ମିଡିଆ ତାଙ୍କୁ ନବୀନ ଓଡ଼ିଶାର ପରବର୍ତ୍ତୀ ଯୁଗ ପୁରୁଷ ଭାବେ ଗ୍ରହଣ କରିବାକୁ ସତେ ଯେମିତି ଏକ ପ୍ରକାର ବାଧ୍ୟ କରୁଛି । ବର୍ତ୍ତମାନ ପାଣ୍ଡିଆନଙ୍କ ଲୋକପ୍ରିୟତା ଏତେ ବଢ଼ି ଯାଇଛି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବି ଯଦି କୌଣସି କାର୍ଯ୍ୟକ୍ରମରେ ସାମିଲ ନ ହୁଅନ୍ତି ତେବେ ବି ପାଣ୍ଡିଆନଙ୍କ ଉପସ୍ଥିତିରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିବ ।

ଏବେ ଚର୍ଚ୍ଚା ଯେ ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ଏବେ ସାରା ଓଡ଼ିଶା ପାଣ୍ଡିଆନ୍ ମୟ ହେବା ପଛରେ କଣ ରହିଛି ପ୍ରକୃତ ରହସ୍ୟ ? ଏହାର ଉତ୍ତର ଖୋଜିବାକୁ ଯାଇ ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ ଏକ ସଂପାଦକୀୟ ରେ ଏହି ସମ୍ଭାବନାକୁ ଲୋକ ଲୋଚନକୁ ଆଣି ପ୍ରମାଣିତ କରିବାକୁ ଚାହାନ୍ତି ଯେ, ହୁଏତ ନବୀନ ନିଜେ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ନିଜର ରାଜନୈତିକ ଦାୟାଦ ବା ଉତ୍ତରାଧିକାରୀ ଭାବେ ଦେଖିବାକୁ ଚାହାନ୍ତି ।

VK Pandian

ଅଧିକ ପଢ଼ନ୍ତୁ : ଓଡ଼ିଶାରେ ପ୍ରଭାବ ପକାଇଲା 'ଲଘୁଚାପ'; ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିରହିଛି ବର୍ଷା

ଆଉ ଏଥିପାଇଁ ଘନ ଘନ ଜିଲ୍ଲା ଗସ୍ତ, ପ୍ରକଳ୍ପ ସମୀକ୍ଷା ସାଙ୍ଗକୁ ଘୋଷଣା, ସେଲିବ୍ରେଶନ, ଫଟୋ ସେଶନ ସବୁ ଚାଲିଛି । ଠିକ୍ ଜଣେ ବରିଷ୍ଠ ଓ ଲୋକପ୍ରିୟ ରାଜନେତାଙ୍କ ଭଳି ସମ୍ମାନ ପାଉଛନ୍ତି । ଅନେକ ସମ୍ମାନ ଓ ପ୍ରଶଂସା ମଧ୍ୟରେ ବିରୋଧୀଙ୍କ କଡ଼ା ସମାଲୋଚନା ମଧ୍ୟ ଶୁଣୁଛନ୍ତି ପାଣ୍ଡିଆନ୍ । ହେଲେ ବିଜେଡି ସବୁବେଳେ ଢାଲ ହୋଇ ଛିଡା ହୋଇଛନ୍ତି । ଏବେ ଦେଖିବାର କଥା ଆସନ୍ତା ୨୦୨୪ ସାଧାରଣ ନିର୍ବାଚନର ପାଣ୍ଡିଆନ୍ କିମ୍ବା ତାଙ୍କ ଧର୍ମ ପତ୍ନୀ ସୁଜାତା ପାଣ୍ଡିଆନ ରାଜନୀତିକୁ ଆସି ବିଜେଡିର ମଙ୍ଗ ଧରିବା ସହ ମୁଖ୍ୟମନ୍ତ୍ରୀ ହେବେ ନା ଶଶିକଳା ଙ୍କ ଭଳି ଦଶା ଭୋଗିବେ ।

Share this story