ଅନୁଭବ ନୁହେଁ, କେନ୍ଦ୍ରାପଡା ରୁ ବିଜେଡି ଟିକେଟ ପାଇବେ ଜୟନ୍ତ ! ଦେଖନ୍ତୁ ଏହି ଭିଡିଓ

BJD to field anti party worker son

ଓଡ଼ିଆ ଗସିପ ବ୍ୟୁରୋ : ଖରା ବଢିବା ସହ ବଢୁଛି ରାଜନୈତିକ ଉଷ୍ମତା । ଏଥର କେନ୍ଦ୍ରାପଡା ଦେଖିବା ନୂଆ ଚେହେରା । ବିଜେଡି କରିବ ପରିବର୍ତନ । ଅନୁଭବ ମହାନ୍ତିଙ୍କୁ ଘରେ ଶୁଆଇ ଦେଇ ଦିଲୀପ ରାୟଙ୍କୁ କେନ୍ଦ୍ରାପଡ଼ାକୁ ଉଠାଇ ଆଣିବ ବିଜେଡି । ଆଉ ଦିଲୀପ ରାୟଙ୍କ ପୁଅ ଜୟନ୍ତ ରାୟଙ୍କୁ ଦେବ କେନ୍ଦ୍ରାପଡା ଟିକେଟ । ଏ  ନେଇ କଥା ବାର୍ତ୍ତା କୁଆଡେ ସରିଥିବା ବେଳେ ଖାଲି ଶୁଭ ମୁହୂର୍ତ୍ତକୁ ଅପେକ୍ଷା ରହିଛି ।

ରଥ ଯାତ୍ରାରେ ପ୍ରଭୁ ଜଗନ୍ନାଥଙ୍କ ରଥରେ ବସିବା ପରେ ଏ ନେଇ ହୋଇପାରେ ଘୋଷଣା । ବିଜେଡିରେ ସାମିଲ ହେବେ ବିଜେଡି ଛାଡି ଯାଇଥିବା ଦୁଇ ବରିଷ୍ଠ ନେତା ବିଜୟ ମହାପାତ୍ର ଏବଂ ଦିଲୀପ ରାୟ । ଏକା ନୁହେ ବରଂ ନିଜ ପୁଅ ମାନଙ୍କୁ ନେଇ ଶଙ୍ଖ ଫୁଙ୍କିବା ପାଇଁ ନବୀନ ନିବାସ ଯିବେ ବିଜୟ ଏବଂ ଦିଲୀପ । ସେପଟେ ନବୀନ ପଟ୍ଟନାୟକ ମଧ୍ୟ ଉଭୟଙ୍କୁ ପାଖରେ ବସାଇବା ପାଇଁ ଅନୁମତି ଦେଇଥିବା ନେଇ ଆଲୋଚନା ଚାଲିଛି ।

ଅଧିକ ପଢ଼ନ୍ତୁ : ମହିଳାଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ଭାଇରାଲ କରି ଗିରଫ ହେଲେ ହତାଶିଆ ଯୁବକ

ପୁରୁଣା ରାଗରୁଷାକୁ ଭୁଲି ନୂଆ କରି ରାଜନୀତି ଆରମ୍ଭ କରିବାକୁ ଯାଉଛନ୍ତି ନବୀନ ପଟ୍ଟନାୟକ, ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟ । ନବୀନ ନିଜେ ତଡି ଦେଇଥିବା ନେତା ମାନଙ୍କୁ ପୁଣି ଦଳକୁ ଫେରାଇ ଆଣିବାକୁ ଯୋଜନା କରୁଛନ୍ତି । କିନ୍ତୁ ସେମମାନଙ୍କୁ କେବଳ ଘରେ ବସାଇ ସେମାନଙ୍କ ପୁଅ କୁ ଓଲ୍ହାଇ ଆଣିବାକୁ ଚାଁହୁଛନ୍ତି ନବୀନ । ଗଲା କଥାତ ଗଲାଣି ଯାହା ହେବାର କଥାତ ହେଇ ସାରିଲାଣି ଏବେ ପୁରୁଣା ମାନଅଭିମାନ କୁ ଭିଳି ଯାଇ ସମସ୍ତେ ଏକାଠି ହେବାକୁ ଏବେ ମାନେ କଲେଣି । ଆଉ ବିଜେଡି ଏବେ ନିଜର ରଣନୀତି ପରିବର୍ତନ କରି ଘର ବାହୁଡା ପର୍ବ ଆରମ୍ଭ କରିଦେଲାଣି ।

ବିଜୟ ମହାପାତ୍ର ଏବଂ ଦିଲୀପ ରେ ସାଙ୍ଗ ହୋଇ ପୁଅ ମାନଙ୍କୁ ସାଥିରେ ଧରି ବିଜେଡି କୁ ଆସିବେ ଆଉ ନବୀନ ପଟ୍ଟନାୟକ ସମସ୍ତଙ୍କୁ କୋଳାଇ ନେବେ ନାଟକ ଆରମ୍ଭ ହେବ ଆଗରୁ ରିଏଲସେଲ ସରିଛି । କେବଳ ନାଟକ ଦେଖିବା ପାଇଁ ବାକି ରହିଛି । ଏଥର ନୂଆ ଜେନେରେସନ ଆଉ ଯୁବ ପିଢ଼ିକୁ ନେଇ ମଇଦାନକୁ ଓଲ୍ହାଇବ ବିଜେଡି । ଦିଲୀପ ରାୟଙ୍କୁ ରାଉଲକେଲାରୁ ଫେରାଇ ଆଣି କେନ୍ଦ୍ରାପଡାରେ ବସାଇବାକୁ ଯାଉଛି ବିଜେଡି ।

ଅଧିକ ପଢ଼ନ୍ତୁ : ଦେଖନ୍ତୁ ଭିଡ଼ିଓ : ବବିଙ୍କ ଘରେ ସରିଲା କଥା, ଶେଷରେ ନବୀନଙ୍କ ଆଶୀର୍ବାଦରେ ବିଧାୟକ ହେବେ ଲେଖାଶ୍ରୀ!

ବାପାଙ୍କ ବଦଳରେ ପୁଅ ଜୟନ୍ତ ରାୟଙ୍କୁ କେନ୍ଦ୍ରାପଡା ଲୋକସଭା ଆସନରୁ ପ୍ରାର୍ଥୀ କରିବ ଦଳ । ସେପଟେ ବିଜୟ ମହାପାତ୍ରଙ୍କୁ ଦଳକୁ ଆଣି ତାଙ୍କ ପୁଅକୁ ବାପାଙ୍କ ଆସନରେ ବସେଇବେ ନବୀନ ବାବୁ । ତାଙ୍କ ପୁଅଙ୍କୁ ବିଧାନସଭା ଆସନରୁ ଟିକେଟ ଦେଇ ବିଜୟ ମହାପାତ୍ରଙ୍କ ମନ ଖୁଶି କରିବ ଦଳ । ବିଜେପି କୁ ମାତ ଦେବାପାଇଁ ଏମିତି କିଛି ଷ୍ଟାରଟେଜି ତିଆରି କରିଛି ବିଜେଡି ଟିମ । ଆଉ ଯାହାକୁ ନେଇ ଏବେ ଚାରିଆଡେ ଜୋର ଧରିଛି ଚର୍ଚ୍ଚା ।

ଦେଖନ୍ତୁ ଭିଡ଼ିଓ :

ବିଜେଡି ତଡ଼ି ଦେଇଥିବା ସବୁ ପୁରୁଣା ନେତାଙ୍କୁ ପୁଣି ଥରେ ଦଳକୁ ଫେରାଇଆଣିବାକୁ ଯାଉଛି । କିନ୍ତୁ ଆଉ ସେମାଙ୍କୁ ନୁହେଁ ସେମାନଙ୍କ ପୁଅ ମାନଙ୍କୁ ଟିକେଟ ଦେବ ଦଳ । ଆଉ ନୂଆ ପିଢିଙ୍କୁ ଆଗକୁ ଆଣି ଦଳକୁ ସଶକ୍ତ କରିବ କଲେ ଅସନ୍ତୁଷ୍ଟ ନେତାମାନେ ସନ୍ତୁଷ୍ଟ ହୋଇଯିବେ ଆଉ ଦଳକୁ ବି ଭୋଟ ମିଳିବାର ଫାଇଦା ମିଳିଯିବ । ଏଥର ଉଭୟ ଦଳ ଆଉ ଅସନ୍ତୁଷ୍ଠ ନେତାମାନଙ୍କର ମଧ୍ୟ ମଙ୍ଗଳ ହେବ ଆଉ ବିଜେଡି ପୁଣିଥରେ ରାଜ୍ୟରେ ସରକାର ଗଠନ କରିବ । ତେବେ ସେହି ରଥଯାତ୍ରା ପରେ ହିଁ ସବୁ କିଛି ସ୍ପଷ୍ଟ ହୋଇଯିବ ।

Share this story