World Odia Language Conferene

ସୁନାର ସଂସାର ଉପରେ ଲାଗିଲା ନଜର; ସ୍ୱାମୀ ସୁକାନ୍ତଙ୍କ ମୃତ୍ୟୁକୁ ମାସେ ପୂରିନି, ଆରପାରିରେ ୨ ବର୍ଷର ପୁଅ

wife suffers after husband and then son died in odisha

ଓଡ଼ିଆ ଗସିପ୍ ବ୍ୟୁରୋ: "ମୋ ସୁନାର ସଂସାର ଉପରେ କାହା ନଜର ଲାଗିଗଲା । ପ୍ରଥମେ ଭଗବାନ ମୋ ସ୍ୱାମୀକୁ ନେଇଗଲେ, ଏବେ ପୁଣି ପୁଅକୁ ହରାଇଲି । ଭଗବାନ ବହୁତ ନିଷ୍ଠୁର । ଯେପରି ସବୁ ଦୁଃଖ ମୋ ଭାଗ୍ୟରେ ଲେଖି ଦେଇଛନ୍ତି । ମୁଁ କିପରି ବଞ୍ଚିବ?" ବୋଲି କାନ୍ଦି କାନ୍ଦି କହିଲେ ପୁଅ ହରାଇଥିବା ଜଣେ ମହିଳା ।

ଖାଲି ଏତିକି ନୁହେଁ, "ଏ ଦୁନିଆରେ ମୋର ଆଉ କିଏ ଅଛି? କହି ଏମିତି କାନ୍ଦିକାନ୍ଦି ଗଡ଼ିଯାଉଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍ ଧକ୍କାରେ ପ୍ରାଣ ହରାଇଥିବା ସୁକାନ୍ତ ବେହେରାଙ୍କ ପତ୍ନୀ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ବିଚଳିତ କରୁଛି ଓଡ଼ିଶାରେ ଚୀନ ଭୂତାଣୁ ! ଆପଣାନ୍ତୁ ଏସବୁ ନିୟମ; ରହିବେ ସୁସ୍ଥ ଓ ଚିନ୍ତାମୁକ୍ତ...

କଟକ ଜିଲ୍ଲା ରାଜନଗର ଗାଁର ସୁକାନ୍ତ ବେହେରାଙ୍କ ମୃତ୍ୟୁକୁ ମାସେ ପୂରି ନଥିବା ବେଳେ ଆଜି ସକାଳେ ତାଙ୍କର ୨ ବର୍ଷର ପୁଅର ମୃତ୍ୟୁ ଘଟିଛି । ସ୍ୱାମୀଙ୍କ ପରେ ପୁଅର ମୃତ୍ୟୁରେ ଧୈର୍ଯ୍ୟହରା ହୋଇ ପଡ଼ିଛନ୍ତି ସୁକାନ୍ତଙ୍କ ସ୍ତ୍ରୀ ।

ଗତ ୧୦ ଦିନ ତଳେ ସ୍ୱର୍ଗତ ସୁକାନ୍ତ ବେହେରାଙ୍କ ୨ ବର୍ଷର ପୁଅ ଖେଳୁଥିବା ସମୟରେ ତା’ ଉପରେ ଗରମ ପେଜ ପଡ଼ିଯାଇଥିଲା । ପରିବାର ଲୋକେ ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଥିବାବେଳେ ଆଜି ସକାଳେ ତାର ମୃତ୍ୟୁ ଘଟିଥିଲା । ଶିଶୁଟିର ଶରୀରର ପ୍ରାୟ ୩୬ ଭାଗ ପୋଡ଼ି ଯାଇଥିଲା ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ହୋସ ଉଡ଼ାଇଲା ଗୟା ସାନ୍ତରାଙ୍କ ସମ୍ପତ୍ତି ଗଣିବା, ଗଣି ଗଣି ଭିଜିଲାନ୍ସ ନୟାନ୍ତ, କୋଟି କୋଟି ଟଙ୍କା ଠାବ...

ସୂଚନାଯୋଗ୍ୟ, ନଭେମ୍ବର ୨୫ ତାରିଖରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍ ଧକ୍କାରେ ସୁକାନ୍ତଙ୍କ ମୃତ୍ୟୁ ଘଟିଥିଲା । ସୁକାନ୍ତଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଗୋଟେ ପୁଅ ଓ ଗୋଟେ ଝିଅର ବାପା ଥିଲେ ସୁକାନ୍ତ ।

Share this story