ବସରେ ପ୍ରଥମ ମହିଳା ଯାତ୍ରୀ ଚଢ଼ିଲେ ହେଉଛି କି ଦୁର୍ଘଟଣା ? କାହିଁକି ବସ କର୍ମଚାରୀ ପ୍ରଥମେ ମହିଳାଙ୍କୁ ଚଢିବା ପାଇଁ ମନା କରନ୍ତି ?

why women are not allowed first inside a bus

ଓଡ଼ିଆ ଗସିପ୍ ବ୍ୟୁରୋ: ସତରେ କଣ ଜଣେ ମହିଳା ଯାତ୍ରୀ ପ୍ରଥମେ ବସରେ ଚଢ଼ିଲେ ଅଘଟଣ ଘଟିଥାଏ ? ସତରେ କଣ ବସ୍ କଣ୍ଡକ୍ଟର ମହିଳାଙ୍କୁ ପ୍ରଥମେ ଚଢ଼ିବାକୁ ଦିଏ ନାହିଁ ? ଆଜି ବି ଏମିତି ସମାଜରେ କଣ ସତରେ ଘଟୁଛି ? ଯଦି ଆପଣମାନେ କେବେ ଭାବି ନଥିବେ କି ଚିନ୍ତା କରିନଥିବେ ତେବେ ଆମ ଉତ୍ତର ହଁ ।

ସତରେ ବସ୍ ରେ ପ୍ରଥମେ ମହିଳାଙ୍କୁ ଚଢ଼ା ଯାଇନଥାଏ । ବସ୍ କର୍ମଚାରୀଙ୍କ ବିଶ୍ୱାସ (ଅନ୍ଧ ବିଶ୍ୱାସ ) ଯେ, କୌଣସି ବସଷ୍ଟାଣ୍ଡ ରେ ଯଦି ପ୍ରଥମ ଯାତ୍ରୀ ଭାବେ ଜଣେ ମହିଳା ଚଢି ଯାଆନ୍ତି, ତେବେ ଅଶୁଭ ।

ଜାଣିକି ଆଶ୍ଚର୍ଯ୍ୟ ହେବେ ଯେ, ଜଗନ୍ନାଥଙ୍କ ଦେଶ ଓଡ଼ିଶାରେ ଏହା ଏବେଠୁ ନୁହେଁ କେବେଠୁ ଚାଲି ଆସୁଛି । ଆଉ ଏହି ଅନ୍ଧ ବିଶ୍ୱାସର ଫଳ ସ୍ୱରୂପ ମହିଳା ଯାତ୍ରୀମାନେ ଅନେକ ସମୟରେ ଅପମାନିତ ଓ ନିନ୍ଦିତ ହୋଇଛନ୍ତି । କଥା କିନ୍ତୁ ଏତିକିରେ ଅଟକି ନଥିଲା । ବାରମ୍ବାର ଏଭଳି ଅଭିଯୋଗ ଆସିବା ପରେ ରାଜ୍ୟ ପରିବହନ ବିଭାଗକୁ ଚିଠି ଲେଖିଛନ୍ତି ରାଜ୍ୟ ମହିଳା କମିଶନ ।

ଅଧିକ ପଢ଼ନ୍ତୁ : ଦୁଇଫାଳ ହେବ ଆଫ୍ରିକା, ଜନ୍ମ ନେବ ନୂଆ ସମୁଦ୍ର; ଜାଣନ୍ତୁ କେମିତି ଘଟିବାକୁ ଯାଉଛି ଏହି ରହସ୍ୟମୟ ଘଟଣା

ଏଭଳି ଏକ ଅନ୍ଧ ବିଶ୍ୱାସ ଓ ରାଜ୍ୟ ମହିଳା କମିଶନଙ୍କ ଏଭଳି ପଦକ୍ଷେପ ପରେ ଆପଣଙ୍କ ମନରେ ନିଶ୍ଚିତ ଭାବେ ଆଉ ଥରେ ପ୍ରଶ୍ନ ଉଠୁଥିବ ଯେ, ସତରେ ବସରେ ପ୍ରଥମ ମହିଳା ଯାତ୍ରୀ ଚଢ଼ିଲେ ହେଉଛି କି ଦୁର୍ଘଟଣା ? ଏମିତି କାହିଁକି ହୁଏ ଯେ, ଇଞ୍ଜିନ ଉପରେ ବସିବାକୁ ମହିଳାଙ୍କୁ ମନା କରାଯାଏ ? ସେ ଯାହା ହେଉନା କାହିଁକି ଏଭଳି ଅନ୍ଧବିଶ୍ୱାସ ଦୂର ପାଇଁ ଏବେ ଅଣ୍ଟା ଭିଡ଼ିଛନ୍ତି ମହିଳା କମିଶନ । ସରପ୍ରାଇଜ ଚେକିଂ ସହ ଗାଡ଼ିରେ ପୋଷ୍ଟର ଲଗାଇବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେବା କଥା ନିହାତି ସ୍ୱାଗତ ଯୋଗ୍ୟ ।

ଖବର ନେବାରୁ ଜଣାପଡ଼ିଛି ଯେ, ବସ ଟିଏ ଯାତ୍ରା ଆରମ୍ଭ କରିବା ବେଳେ ଯଦି ପ୍ରଥମ ଯାତ୍ରୀ ଭାବେ ଜଣେ ମହିଳା ଉଠନ୍ତି, ତେବେ ମା' କାଳୀ କୋପ କରିବେ । ଗାଡିର ଚକା ଫାଟିବ, ଦୁର୍ଘଟଣା ହେବ । ବସ କର୍ମଚାରୀ ଓ ମାଲିକ ଏଭଳି ଅନ୍ଧବିଶ୍ୱାସର କବଳିତ ହେବା ନେଇ ମହିଳାଙ୍କୁ ଅପମାନିତ କରିବା ଘଟଣାକୁ ରାଜ୍ୟ ମହିଳା କମିଶନଙ୍କ ସାମ୍ନାକୁ ଆଣିଛନ୍ତି ସାମାଜିକ କର୍ମୀ ଘାସିରାମ ପଣ୍ଡା ।

ଅଧିକ ପଢ଼ନ୍ତୁ : ବିଜେଡିକୁ ବାମ୍ଫ ଦେଇ ଆସାମର ରାଜ୍ୟପାଳ ହେବେ ସୌମ୍ୟ!, ଦେଖନ୍ତୁ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସହ ଡିଲର ଭିଡିଓ...

ଏଭଳି କୁସ୍ଚିତ ଘଟଣା ଘଟୁଥିବା ନେଇ ପ୍ରମାଣ ପାଇବା ପରେ ପରିବହନ କମିଶନରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ମହିଳା କମିଶନ । ତୁରନ୍ତ ଗାଡ଼ିରେ ସଚେତନତା ମୂଳକ ପୋଷ୍ଟର ଲଗାଇବା ସହ ସରପ୍ରାଇଜ ଚେକିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏଭଳି ନିଷ୍ପତ୍ତିକୁ ମାନିବାକୁ ନାରାଜ ବସ କର୍ମଚାରୀ । ତାଙ୍କର କହିବା କଥା ମୁତାବକ ଋତୁସ୍ରାବ ହେଉଥିବାରୁ ମହିଳା ପ୍ରଥମେ ଗାଡ଼ିରେ ଚଢ଼ିଲେ ବିଘ୍ନ ଘଟିବାର ଅନେକ ଉଦାହରଣ ରହିଛି ।

ତେଣୁ ଏଭଳି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ଦରକାର । ସେପଟେ ମହିଳା ଯାତ୍ରୀଙ୍କର କହିବା କଥା ହେଉଛି ଅନେକ ସମୟରେ ସେମାନଙ୍କୁ ଅପମାନିତ କରାଯାଉଛି । ଯଦି ଟ୍ରେନରେ ଲୋକ ପାଇଲଟ ମହିଳା ରହିପାରୁଛନ୍ତି, ଫ୍ଲାଇଟରେ ପାଇଲଟ ମହିଳା ରହୁଛନ୍ତି ତେବେ ବସ ରେ ପ୍ରଥମ ଯାତ୍ରୀ କାହିଁକି ଜଣେ ମହିଳା ହୋଇପାରିବେନି ?

Share this story