ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଥିବା ହୋଟେଲରେ ତାଲା ? କାହିଁକି ବିପଦକୁ ଡାକିଲେ ମାଲିକ, କିଏ ଏହି ଅନୀଲ ଭୋଳ

who is this anil bhola in subhalaxmi death case

ଓଡ଼ିଆ ଗସିପ୍ ବ୍ୟୁରୋ: ଶୁଭଲକ୍ଷ୍ମୀ ଓ ସଞ୍ଜୟଙ୍କ ମଧ୍ୟରେ କିଏ ଏହି ଟୁଙ୍ଗୁରୁ ଭୋଳ ? ଏଠି ଭାଉଜ ପ୍ରେମରେ ପଡ଼ିଥିବା ଟୁଙ୍ଗୁରୁ ଭୋଳ କଥା କହୁନୁ ଆମେ କହୁଛୁ ଶୁଭଲକ୍ଷ୍ମୀ ଓ ସଞ୍ଜୟଙ୍କ ମଧ୍ୟରେ ଆସିଥିବା ଅନୀଲ ଭୋଳଙ୍କ କଥା । କିଏ ଏହି ଅନୀଲ ଭୋଳ ?

ଏହି ଦୁଇ ପ୍ରେମ ପକ୍ଷୀଙ୍କ ମଧ୍ୟରେ ତାହାର ଥିଲା କି କାମ ? ସେପଟେ ଅଘଟଣର ପରେ ଅଚାନକ କାହିଁକି ହୋଟେଲ୍ ବନ୍ଦ କରିଦେଲେ ମାଲିକ ? କାହିଁକି କିଳାକୁ ନିଜ ଆଡକୁ ଡାକି ଆଣିଲେ ? ଏବେ ଏସବୁ ପ୍ରଶ୍ନର ଉତ୍ତର ଚାହୁଁଛନ୍ତି ଜନତା...

ସେପଟେ ଶୁଭଲକ୍ଷ୍ମୀ ସୁଇସାଇଡ଼ ସସପେନ୍ସରୁ ଉଠୁଛି ପରଦା । ସାମ୍ନାକୁ ଆସିଲା ଶୁଭଲକ୍ଷ୍ମୀଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଲକ୍ଷ୍ମୀସାଗର ପୋଲିସ ହାତରେ ଲାଗିଛି ପୋଷ୍ଟମର୍ଟମ ରିପୋର୍ଟ । ପୋଷ୍ଟମର୍ଟମ ରିପୋର୍ଟରେ ଶୁଭଲକ୍ଷ୍ମୀ ନିଶା ସେବନ କରିଥିବା ସ୍ପଷ୍ଟ ହୋଇଛି । ତେବେ କିଏ ଓ କାହିଁକି ନିଶା ଦେଇଥିଲା ସେ ନେଇ ଚାଲିଛି ତଦନ୍ତ । ସେପଟେ SFSL ଗଲା ଭିସେରା ଓ ପୋଷ୍ଟମର୍ଟମ ସାମ୍ପୁଲ । ମୃତ୍ୟୁର ୪ରୁ ୬ ଘଣ୍ଟା ପୂର୍ବରୁ ନିଶା ସେବନ କରିଥିଲେ ଶୁଭଲକ୍ଷ୍ମୀ ।

ଅଧିକ ପଢ଼ନ୍ତୁ: ପୁଣି ଚର୍ଚ୍ଚାରେ ରାଜ ପରିବାର: ଏହି କାରଣ ପାଇଁ ଟାଉନ୍ ଥାନାର ଦ୍ବାରସ୍ଥ ହେଲେ ରାଜା ଘର ବୋହୂ ଅଦ୍ରିଜା ମଞ୍ଜରୀ ସିଂଦେଓ

ବାର୍‌ କର୍ମଚାରୀ, ପରିବାର ସଦସ୍ୟ ଓ ବୟଫ୍ରେଣ୍ଡଙ୍କୁ ମିଶାଇ ୧୨ ଜଣଙ୍କୁ ଜେରା କରିଛି ପୋଲିସ । କଟକ ରୋଡ଼ ଦୀପାଳି ଲଜ୍‌ରୁ ଶୁଭଲକ୍ଷ୍ମୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତ୍ୟୁ ପୂର୍ବରୁ ଶୁଭଲକ୍ଷ୍ମୀଙ୍କ ପାଖକୁ କିଏ ଅବା ଶୁଭଲକ୍ଷ୍ମୀ କାହାକୁ ଫୋନ କରିଥିଲେ । କାହା ସହିତ ଶେଷଥର ପାଇଁ କଥା ହୋଇଥିଲେ ଶୁଭଲକ୍ଷ୍ମୀ । ଏନେଇ ଏସଏଫଏସଏଲ ରିପୋର୍ଟ ତଥ୍ୟ ଅନୁସାରେ ତଦନ୍ତକୁ ଆହୁରି ଜୋରଦାର କରାଯିବ ।

ସେପଟେ ଶୁଭଲକ୍ଷ୍ମୀଙ୍କ ରିଲ୍ସରେ ନଜର ଆସୁଥିବା ପୁରୁଷବନ୍ଧୁଙ୍କୁ ମାରାଥନ ଜେରା କରିଛି ଲକ୍ଷ୍ମୀସାଗର ପୋଲିସ । ୨ ତାରିଖରୁ ୪ ତାରିଖ ମଧ୍ୟରେ ହୋଟେଲ ରୁମରେ ଶୁଭଲକ୍ଷ୍ମୀ କାହା ସହ ମିଶିଥିଲେ ? ସେ ସବୁ ଜାଣିବା ପାଇଁ ସିସିଟିଭି ଯାଞ୍ଚ କରାଯାଇଛି । ଅନ୍ୟପଟେ ଭାଇରାଲ ଭିଡିଓକୁ ନେଇ ମଧ୍ୟ ତଦନ୍ତ କରୁଛି ପୋଲିସ ।

ଅଧିକ ପଢ଼ନ୍ତୁ: ଆପଣଙ୍କ ରାଶିରେ ଅଛି କି ଶନି ଦୋଷ? କରନ୍ତୁ ଏହି ଉପାୟ, ଦୂର ହୋଇଯିବ ସମସ୍ତ ଦୁଃଖକଷ୍ଟ!

ଅନ୍ୟପଟେ ବୟଫ୍ରେଣ୍ଡ ବଖାଣିଛି ବ୍ରେକଅପ ବେଦନା । ୨୦ ଦିନ ତଳେ ବୟଫ୍ରେଣ୍ଡ ସଂଜୟଙ୍କ ସହ ଶୁଭଲକ୍ଷ୍ମୀଙ୍କର ବ୍ରେକଅପ୍‌ ହୋଇଥିଲା । ଅନୀଲଙ୍କ ସହ ରାତି ବିତାଉଥିବା ନେଇ ସାଙ୍ଘାତିକ ଅଭିଯୋଗ କରିଥିଲେ । ୩ ତାରିଖ ଦିନ ହୋଟେଲରେ ରୁମ ବୁକ ପୂର୍ବରୁ ଅନୀଲ ସହ ଲିଭଇନରେ ରହୁଥିଲେ ଶୁଭଲକ୍ଷ୍ମୀ ।

ବାର୍‌ରେ ଡ୍ୟାନ୍ସ କରିବା କଥା ମଧ୍ୟ ସ୍ଵୀକାର କଲେ ବୟଫ୍ରେଣ୍ଡ ସଞ୍ଜୟ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଶୁଭଲକ୍ଷ୍ମୀଙ୍କ ଉପରେ ଉଡୁଥିଲା ଟଙ୍କା । ମୃତ୍ୟୁ ପୂର୍ବରୁ ଥରୁଟିଏ ମଧ୍ୟ ଶୁଭଲକ୍ଷ୍ମୀଙ୍କ ସହ କଥା ହୋଇନଥିବା ପୋଲିସ ସମ୍ମୁଖରେ ସ୍ୱୀକାର କରିଛନ୍ତି ।

Share this story