ଆପଣଙ୍କ ରାଶିରେ ଅଛି କି ଶନି ଦୋଷ? କରନ୍ତୁ ଏହି ଉପାୟ, ଦୂର ହୋଇଯିବ ସମସ୍ତ ଦୁଃଖକଷ୍ଟ!

know your august 12 2023 horoscope

ଓଡ଼ିଆ ଗସିପ୍ ବ୍ୟୁରୋ: ନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ଶନି ଦେବ ପ୍ରତ୍ୟେକ ଜୀବକୁ ତାର କର୍ମ ଅନୁଯାୟୀ ଉପଯୁକ୍ତ ଫଳ ଦେଇଥାଆନ୍ତି । ଧାର୍ମିକ ବିଦ୍ବାନଙ୍କ ମତ ଅନୁଯାୟୀ, ଶନି ଦେବ ଯାହା ଉପରେ ସନ୍ତୁଷ୍ଟ ହୋଇଥାଆନ୍ତି ସେହି ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନାହିଁ । ସେହିଭଳି ଯଦି ଶନି ଦେବ ରୋଷ କରନ୍ତି ବା ଅସନ୍ତୁଷ୍ଟ ହୁଅନ୍ତି ତାହାଲେ ଉକ୍ତ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୋଇପାରନ୍ତି ନାହିଁ । ସେମାନଙ୍କୁ ଜୀବନରେ ନାନାଦି ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼େ। ସେହିପରି ଜାତକରେ ଶନି ଦଶା  ଥିଲେ ଶନିବାର ଦିନ କିଛି ପ୍ରତିକାର କରିବା ଦ୍ବାରା ଏଥିରୁ ମୁକ୍ତି ମିଳିଥାଏ । ତେବେ ଆସନ୍ତୁ ଜାଣିବା କେଉଁ କାମ କଲେ ଶନି ଦେବ କୋଧିତ ହୋଇଥାଆନ୍ତି ବା କେଉଁ କାମ କରିବା ଉଚିତ୍ ନୁହେଁ ।

ଅଧିକ ପଢ଼ନ୍ତୁ : ଆଗକୁ ଆସିଲେ ବାର୍ ଡ୍ୟାନ୍ସର ଶୁଭଲକ୍ଷ୍ମୀଙ୍କ ଅଙ୍କଲ: ଷ୍ଟୁଡେଣ୍ଟରୁ ସୁଇସାଇଡ ଯାଏ ଖୋଲିଦେଲେ ଗୋପନ କଥା

ଏହି ସବୁ କାମ କଲେ କୋଧିତ ହୋଇଥାଆନ୍ତି ଶନିଦେବ:

-ଜ୍ୟୋତିଷଙ୍କ ଅନୁଯାୟୀ,ଯେଉଁମାନେ ବିଶୃଙ୍ଖଳିତ ଜୀବନଯାପନ କରନ୍ତି କିମ୍ବା ବିଶୃଙ୍ଖଳା ବିସ୍ତାର କରନ୍ତି ସେମାନେ କେବେହେଲେ ଶନିଦେବଙ୍କ ଆଶୀର୍ବାଦ ପାଆନ୍ତି ନାହିଁ। ଏହିପରି ଲୋକଙ୍କୁ ସର୍ବଦା ଶନିଙ୍କ କ୍ରୋଧ ସହିବାକୁ ପଡ଼େ ଓ ସେମାନେ ସର୍ବଦା ଆର୍ଥିକ ସଙ୍କଟ,ଅସୁସ୍ଥତା ଓ ଯନ୍ତ୍ରଣା ଭୋଗିଥାଆନ୍ତି ।

ଅଧିକ ପଢ଼ନ୍ତୁ : ନକ୍ସଲ ଆକ୍ରମଣରେ ଓଡ଼ିଆ ସିଆରପିଏଫ ଯବାନ ସହିଦ, ଦୁଇମାସ ତଳେ କରିଥିଲେ ବିବାହ

-ଯେଉଁମାନେ ଶନିବାର କିମ୍ବା ଅମାବାସ୍ୟା ଦିନ ମଦ୍ୟପାନ କରନ୍ତି କିମ୍ବା ଆମିଷ ଖାଇଥାଆନ୍ତି ଖାଇଥାଆନ୍ତି ସେମାନଙ୍କୁ ଶନିଦେବ କଦାପି କ୍ଷମା କରନ୍ତି ନାହିଁ ।  ଏହି ଲୋକଙ୍କ ଉପରେ ଶନି ମହା ଦଶା ପଡ଼ିଥାଏ । ସେମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ବିଫଳତାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଘରେ ଅଭାବ, ଅନଟନ, ବିଶୃଙ୍ଖଳା ବୃଦ୍ଧି ପାଇଥାଏ ।

-ଶାସ୍ତ୍ରରେ କୁହାଯାଇଛି ଯେ, ଯେଉଁମାନେ ନିରୀହ ତଥା ମୂକ ପ୍ରାଣୀ ବିଶେଷ କରି କୁକୁରମାନଙ୍କୁ ମାରିଥାଆନ୍ତି। ସେମାନଙ୍କୁ ଶନି ଦେବଙ୍କ କ୍ରୋଧର ସାମ୍ନା କରିବାକୁ ପଡି଼ଥାଏ । ଏହିପରି ଲୋକମାନେ କଦାପି ଖୁସିରେ ରହିପାରିବେ ନାହିଁ। ସେମାନଙ୍କୁ ଅନେକ ଦୁଃଖ କଷ୍ଟର ସାମ୍ନା କରିବାକୁ ପଡ଼ିଥାଏ ।  ସେମାନେ ସର୍ବଦା ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥାଆନ୍ତି।

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ଶନିଦେବଙ୍କୁ ଖୁସି କରିବା ଲାଗି ଆପଣାନ୍ତୁ ଏହି ସବୁ ଉପାୟ:

୧-ଶନିବାର ଦିନ ଗାଧୋଇବା ପରେ ବିଧି ଅନୁଯାୟୀ ଶନି ଦେବଙ୍କୁ ପୂଜା କରନ୍ତୁ। ଏହି ଦିନ ଶନି ଦେବଙ୍କୁ ସୋରିଷ ତେଲ ଓ କଳା ତେଲ ମଞ୍ଜିରେ ଅଭିଷେକ କରନ୍ତୁ । 
୨-ଶନି ମନ୍ଦିରକୁ ଯାଇ ଶନି ଦେବଙ୍କ ଦର୍ଶନ କରନ୍ତୁ ଏପରି କରିବା ଦ୍ବାରା ଶନି ଦେବଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

୩-ଜାତକରେ ଶନି ଦୋଷ ଥିଲେ ଏଥିରୁ ମୁକ୍ତି ପାଇବା ପାଇଁ ଶନିବାର ଦିନ ଶନି ମନ୍ଦିରକୁ ଯାଇ ଓସ୍ତ ଗଛରେ ଜଳ ଅର୍ପଣ କରନ୍ତୁ ।
୪-ଗରିବଙ୍କ ସେବା କଲେ ଶନି ଦେବଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଶନିବାର ଦିନ ଗରିବ ଓ ଅସହାୟ ଲୋକଙ୍କୁ କଳା ତେଲ ମଞ୍ଜି, ପୋଷାକ, ଜୋତା ଓ କମ୍ବଳ ଦାନ କରନ୍ତୁ ।
୫-ଶନିବାର ଦିନ କଳା କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ । ଶନିବାର ଦିନ କାଉମାନଙ୍କୁ ଖାଇବାକୁ ଦେବା ମଧ୍ୟ ଶୁଭ ହୋଇଥାଏ, ଏପରି କରିବା ଦ୍ବାରା ଶନି ଦେବ ପ୍ରସନ୍ନ ହୋଇଥାଆନ୍ତି।

Share this story