ନକ୍ସଲ ଆକ୍ରମଣରେ ଓଡ଼ିଆ ସିଆରପିଏଫ ଯବାନ ସହିଦ, ଦୁଇମାସ ତଳେ କରିଥିଲେ ବିବାହ

Odia jawan martyred in naxal attack in Jharkhand

ଓଡ଼ିଆ ଗସିପ୍ ବ୍ୟୁରୋ: ନକ୍ସଲ ଆକ୍ରମଣରେ ସହିଦ ହେଲେ ଓଡିଆ ଯବାନ । ଝାଡଖଣ୍ଡରେ ଘଟିଥିବା ମାଓ ଆକ୍ରମଣରେ ସିଆରପିଏଫ୍ ଯବାନ ସୁଶାନ୍ତ ଖୁଣ୍ଟିଆ ଆଖି ବୁଜିଛନ୍ତି ।ସହିଦ ଯବାନଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳରେ ।

ସୂଚନା ଅନୁସାରେ, କୁମ୍ବିଂ ଅପରେସନରେ ଝାଡ଼ଖଣ୍ଡ ଚାଇବାସା ଯାଇଥିଲେ ସିଆରପିଏଫ ଯବାନ । ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ଭିତରେ ଗୁଳି ବିନିମୟ ହୋଇଥିଲା । ଏହି ସମୟରେ ଦୁଇ ଜଣ ଯବାନ ମାଓବାଦୀଙ୍କ ଗୁଳିରେ ଆହତ ହୋଇଥିଲେ ।

ଅଧିକ ପଢ଼ନ୍ତୁ : ଦୀପିକାଙ୍କ ଛୁଆର ବାପା କିଏ ? ଆସିଲା ଦିନେଶ ଓ ଦୀପିକାଙ୍କ DNA ରିପୋର୍ଟ...

ତୁରନ୍ତ ଆହତ ଦୁଇ ଯବାନଙ୍କୁ ରାଞ୍ଚି ଏୟାରଲିଫ୍ଟ କରାଯାଇଥିଲା । ହସ୍ପିଟାଲରେ ପହଁଚିବା ପରେ ସୁଶାନ୍ତ ଖୁଣ୍ଟିଆଙ୍କ ଚିକିତ୍ସା ଆରମ୍ଭ କରିଥିଲେ । ତେବେ ଚିକିତ୍ସା ବେଳେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା । ଗୁଳିବିନିମୟ ବେଳେ ସୁଶାନ୍ତଙ୍କ ଛାତିରେ ଗୁଳି ଲାଗିଥିଲା । ଅନ୍ୟ ଜଣେ ଯବାନ ଗୁରୁତର ଅଛନ୍ତି ।

ସିଆରପିଏଫ୍ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ମୃତ୍ୟୁ ଖବର ମିଳିବା ପରେ ଆନନ୍ଦପୁର ଅଞ୍ଚଳରେ ଶୋକର ଲହର ଖେଳିଯାଇଛି । ସୁଶାନ୍ତଙ୍କ ପରିବାର ଉପରେ ଯେପରି ଦୁଃଖର କଳାବାଦଲ ଖେଳିଯାଇଛି । ୨୦୨୧ରେ ସୁଶାନ୍ତଙ୍କ ବାପାଙ୍କ ଦେହାନ୍ତ ହୋଇଥିବା ବେଳେ ୨ ଭାଇଙ୍କର ମଧ୍ୟ ମୃତ୍ୟୁ ଘଟିଛି ।

ଅଧିକ ପଢ଼ନ୍ତୁ : ଶୁଭଲକ୍ଷ୍ମୀ ମୃତ୍ୟୁ ପଛରେ ଏମ୍‌‌ଏମ୍‌‌ଏସ୍‌‌ ଭିଡିଓ ! ଏହି ଭିଡିଓ ସୁଟିଂ କଲା କିଏ? ସତ ହେଲେ ସାଙ୍ଘାତିକ...

ସୁଶାନ୍ତଙ୍କ ବଡ଼ ଭାଇ ମଧ୍ୟ ସିଆରପିଏଫ୍ ଯବାନ ଥିଲେ । ୨ ବର୍ଷ ତଳେ ତାଙ୍କର ଦେହାନ୍ତ ହୋଇଥିଲା । ଆଉ ଜଣେ ଭାଇ ମଧ୍ୟ କ୍ୟାନସରରେ ମୃତ୍ୟୁବରଣ କରିଥିଲେ । ବାପା ଓ ୨ ଭାଇଙ୍କର ମୃତ୍ୟୁ ପରେ ସୁଶାନ୍ତଙ୍କ ପରିବାର ଲୋକ ପୈତୃକ ଘର ଛାଡ଼ି,ଆନନ୍ଦପୁରରେ ଏକ ଭଡ଼ା ଘରେ ରହିଥିଲେ । କିନ୍ତୁ କିଛି ଦିନ ହେବ ସୁଶାନ୍ତଙ୍କ ମା’ ଅସୁସ୍ଥ ହୋଇ ଭୁବନେଶ୍ୱରରେ ଚିକିତ୍ସାଧୀନ ଅଛନ୍ତି ।

Share this story