ଦୀପିକାଙ୍କ ଛୁଆର ବାପା କିଏ ? ଆସିଲା ଦିନେଶ ଓ ଦୀପିକାଙ୍କ DNA ରିପୋର୍ଟ...

who is the father of Deepikas child here comes the DNA report

ଓଡ଼ିଆ ଗସିପ୍ ବ୍ୟୁରୋ: ଆସିଲା ଦୀପିକା ଓ ଦିନେଶଙ୍କ ଡିଏନଏ ରିପୋର୍ଟ । ରିପୋର୍ଟରେ ସ୍ପଷ୍ଟ ଲେଖା ଅଛି ଯେ, ଜନ୍ମିତ ଶିଶୁର ବାୟୋଲୋଜିକାଲ ପ୍ୟାରେଣ୍ଟ୍ସ ହେଉଛନ୍ତି ଦିନେଶ ଓ ଦୀପିକା । ଗତକାଲି ଥାନାରୁ ସାର୍ଟିଫାଏଡ୍ କପି ଆଣିଥିଲେ ଦୀପିକା । ୨୦୨୨ରେ ଏହି ତଥ୍ୟ ରାଜ୍ୟ ଫରେନ୍ସିକ ଲ୍ୟାବ୍ ପକ୍ଷରୁ ପ୍ରସ୍ତୁତ ହୋଇଥିଲା ।

୨୦୨୧ରେ ହୋଇଥିବା ମାମଲା ଅନୁସାରେ ଏହି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଟାଉନ ଥାନା ପକ୍ଷରୁ ଦିଆଯାଇଥିଲା । ୨୦୨୨ରେ ଏହି ରିପୋର୍ଟକୁ ଏସଡିଜେଏମ, ବ୍ରହ୍ମପୁର ଏସପି ଓ ଟାଉନ ଥାନାକୁ ଏହି ରିପୋର୍ଟ ପ୍ରଦାନ କରିଥିଲା ଏସଏଫଏସଏଲ ।

ଅଧିକ ପଢ଼ନ୍ତୁ : ଶୁଭଲକ୍ଷ୍ମୀ ମୃତ୍ୟୁ ପଛରେ ଏମ୍‌‌ଏମ୍‌‌ଏସ୍‌‌ ଭିଡିଓ ! ଏହି ଭିଡିଓ ସୁଟିଂ କଲା କିଏ? ସତ ହେଲେ ସାଙ୍ଘାତିକ...

ଏପର୍ୟ୍ୟନ୍ତ ଏହି ରିପୋର୍ଟ କୋର୍ଟରେ ଦିଆଯାଇନଥିବା ଅଭିଯୋଗ କରିଥିଲେ ଦୀପିକା । ତେବେ କୋର୍ଟର ଆବଶ୍ୟକତା ଓ ତାଙ୍କ ଓକିଲର ଆବଶ୍ୟକତା ଅନୁସାରେ ଯୋଗାଇ ଦିଆଯାଇଥିବା କହିଥିଲେ ବ୍ରହ୍ମପୁର ଏସପି ଶ୍ରବଣ ଏମ୍ ।

ଖବର ଅନୁଯାୟୀ, ସ୍ତ୍ରୀର ହକ୍‌ ସହ ଛୁଆକୁ ବାପାର ପରିଚୟ ଦେବା ପାଇଁ ଦୀର୍ଘ ଦିନ ଧରି ବଡବଜାର ଥାନା ଅନ୍ତର୍ଗତ ଦେଶୀବେହେରା ସାହିରେ ପ୍ରେମିକ ଦିନେଶଙ୍କ ଘର ସମ୍ମୁଖରେ ଧାରଣାରେ ବସିଥିଲେ ଦୀପିକା ।

୨୦୨୨, ଅଗଷ୍ଟ ୨ । ପତ୍ନୀର ମାନ୍ୟତା ଦାବି କରି ପ୍ରଥମ ଥର ପାଇଁ କେ.ଦିନେଶଙ୍କ ଘର ସାମ୍ନାରେ ଧାରଣା ଦେଇଥିଲେ କେ.ଦୀପିକା । ଖରା, ବର୍ଷା, ଶୀତକୁ ସହି ଘରଦାଣ୍ଡ ଆଗରେ ଟେଣ୍ଟ ପକାଇ ଜାରି ରଖିଥିଲେ ଧାରଣା । ତାହାରି ଭିତରେ କେବେ ଟେଣ୍ଟକୁ ଫିଙ୍ଗିଦିଆଯାଇଛି ତ ଆଉ କେବେ ତାଙ୍କୁ ଦୁର୍ବ୍ୟବହାର ଧମକ ଦିଆଯାଇଥିବାର ଚିତ୍ର ବି ସାମ୍ନାକୁ ଆସିଛି ।

ଅଧିକ ପଢ଼ନ୍ତୁ : ରାଜ୍ୟ କ୍ୟାବିନେଟ ବୈଠକରେ ୧୯ ପ୍ରସ୍ତାବ ଉପରେ ବାଜିଲା ମୋହର, ଜାଣନ୍ତୁ କେଉଁ ସବୁ ପ୍ରସଙ୍ଗ...

ଏଭଳି ୬ ମାସର ଲଢ଼େଇ ଭିତରେ ରାଜ୍ୟ ମହିଳା କମିଶନଙ୍କ ଠାରୁ ଆରମ୍ଭ କରି ବ୍ରହ୍ମପୁର ଏଡିଜେ ଏବଂ ଫ୍ୟାମିଲି କୋର୍ଟ ଯାଏଁ ପହଞ୍ଚିଛନ୍ତି ଦୀପିକା । ଏପରିକି ହାଇକୋର୍ଟରେ ବି ମାମଲା ଦାୟର କରିଛନ୍ତି । କିନ୍ତୁ ଏଯାଏଁ କାହିଁକି ନ୍ୟାୟ ମିଳୁନି ବୋଲି କହିବା ସହ ପ୍ରେମିକ ଦିନେଶଙ୍କ ଘର ଆଗରେ ନିର୍ଣ୍ଣାୟକ ଲଢ଼େଇର ଚେତାବନୀ ଦେଇଛନ୍ତି ।

Share this story