ରାଜ୍ୟ କ୍ୟାବିନେଟ ବୈଠକରେ ୧୯ ପ୍ରସ୍ତାବ ଉପରେ ବାଜିଲା ମୋହର, ଜାଣନ୍ତୁ କେଉଁ ସବୁ ପ୍ରସଙ୍ଗ...

state cabinet proposed these proposal in todays meet

ଓଡ଼ିଆ ଗସିପ୍ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଆଜିର ରାଜ୍ୟ କ୍ୟାବିନଟ ବୈଠକ ଶେଷ ହୋଇଛି । ଏହି କ୍ୟାବିନେଟରେ ୧୯ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ନୂତନ ଉନ୍ନତ ଅଭିଳାଷ ବା ନୂଆ ଓଡ଼ିଶା ଯୋଜନା ଉପରେ କ୍ୟାବିନେଟ ମୋହର ବାଜିଛି ।

ଏହି ଯୋଜନାରେ ଯୁବକ ଓ ଯୁବତୀଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯିବ । ପ୍ରତିବର୍ଷ ୧ ଲକ୍ଷ ଯୁବକଙ୍କୁ ତାଲିମ ଦିଆଯିବ । ଆସନ୍ତା ୩ବର୍ଷ ପର୍ଯ୍ୟନ୍ତ ଦିଆଯିବ ଏହି ଦକ୍ଷତା ବିକାଶ ତାଲିମ । ଏଥିପାଇଁ ୩୮୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସରକାରୀ ଦକ୍ଷତା ଓ ଶିକ୍ଷାନୁଷ୍ଠାନ ଜାରିଆରେ ତାଲିମ ଦିଆଯିବ ।

ଅଧିକ ପଢ଼ନ୍ତୁ : ପ୍ରେମ ପକ୍ଷୀ ଥିଲେ ଶୁଭଲକ୍ଷ୍ମୀ; ପ୍ରଥମ ବୟଫ୍ରେଣ୍ଡକୁ ଦେଖିଲୁ, ଦ୍ୱିତୀୟ ନିଖୋଜ ତୃତୀୟ ଜଣକ ଅଙ୍କଲ ନା ଆଉ କିଏ?

ଆହୁରି ଆଗେଇବ ମିଲେଟ ମିଶନ । ମାଣ୍ଡିଆର ପ୍ରଚାର ଓ ପ୍ରସାର ପାଇଁ ସ୍ବତନ୍ତ୍ର ଯୋଜନାକୁ ମଧ୍ୟ ମଞ୍ଜୁର ମିଳିଛି ।

ଅସ୍ତରଙ୍ଗ, ଗୋପ, କାକଟପୁରରେ ପାନୀୟ ଜଳ ପ୍ରକଳ୍ପ ହେବ । ଏଥିସହ ଡେଲାଙ୍ଗ, ପୁରୀ ସଦର ଓ ସତ୍ୟବାଦୀରେ ମଧ୍ୟ ପାନୀୟ ଜଳ ପ୍ରକଳ୍ପ ହେବ । ଏ ନେଇ ଆଜି କ୍ୟାବିନେଟରେ ମୋହର ବାଜିଛି ।

ନାଇଜର ପରିସରରେ ଏକ କ୍ୟାନସର ହସ୍ପିଟାଲ ନିର୍ମାଣ ହେବ । ଟାଟା ମେମୋରିଆଲ ପକ୍ଷରୁ ଏହି କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ହେବ । ଏଥି ପାଇଁ ରାଜ୍ୟସରକାର ୪୮.୮୪୨ ଏକର ଜମି ପ୍ରଦାନ କରିବେ । ଏ ନେଇ କ୍ୟାବିନେଟରେ ମଞ୍ଜୁର ମିଳିଛି ।

ଅଧିକ ପଢ଼ନ୍ତୁ : ଏହି ୩ ରାଶିର ବ୍ୟକ୍ତି ରୁହନ୍ତୁ ସତର୍କ, ଆଗକୁ ବଡ ସମସ୍ୟାର ସାମ୍ନା କରିବେ...

୪୩୭୩ ପଞ୍ଚାୟତରେ ଖୋଲିବ CSP ପ୍ଲସ ବ୍ୟାଙ୍କିଂ ଆଉଟଲେଟ୍ । ୬ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଜରିଆରେ ଖୋଲିବ ବ୍ୟାଙ୍କିଂ ଆଉଟଲେଟ୍ । ଏଥିପାଇଁ ୫୦୦ କୋଟିର ବ୍ୟୟବରାଦକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି ।

Share this story