ପ୍ରେମ ପକ୍ଷୀ ଥିଲେ ଶୁଭଲକ୍ଷ୍ମୀ; ପ୍ରଥମ ବୟଫ୍ରେଣ୍ଡକୁ ଦେଖିଲୁ, ଦ୍ୱିତୀୟ ନିଖୋଜ ତୃତୀୟ ଜଣକ ଅଙ୍କଲ ନା ଆଉ କିଏ?

subhalaxmi suspicious death follow up

ଓଡ଼ିଆ ଗସିପ୍ ବ୍ୟୁରୋ: ଶୁଭଲକ୍ଷ୍ମୀଙ୍କ ଲଭ ଲାଇଫରେ କିଏ ଆଣିଲା କ୍ଳାଇମାକ୍ସ ? ଟ୍ରାଜେଡି ପଛରେ ଲୁଚିଛି କି ଟ୍ରାଇଙ୍ଗୁଲାର ଲଭ ଷ୍ଟୋରୀ ? ଭାଇରାଲ ଭିଡିଓ ଓ ଅଙ୍କଲଙ୍କ ରୋଲକୁ ନେଇ ବଢୁଛି ସସପେନ୍ସ । ତେବେ କିଏ ଏହି ଅଙ୍କଲ ଆଉ କିଏ ସେହି ଦ୍ୱିତୀୟ ଓ ତୃତୀୟ ପୁରୁଷ ? ହଁ ଏବେ ଏମିତି କିଛି ଘଟଣା ସହ କଲେଜ ଗାର୍ଲ ଶୁଭଲକ୍ଷ୍ମୀର ବାର୍ ଡ୍ୟାନ୍ସର ଜର୍ଣ୍ଣିକୁ ନେଇ ସାମ୍ନାକୁ ଆସିଛି ନୂଆ ନୂଆ ତଥ୍ୟ ।

ଏହାରି ମଧ୍ୟରେ ଆମ ପାଖରେ ହସ୍ତଗତ ହୋଇଛି ସଂପୃକ୍ତ ଅଙ୍କଲଙ୍କ ଅଡ଼ିଓ ଟେପ୍ । ଯେଉଁଥିରେ ସେ କହୁଛନ୍ତି -'ମୁଁ ତାକୁ ଆଡମିଶନ କରିବାକୁ ଆଣିଥିଲି । ତା ବାପା ମାଆର ଅନୁମତି ନେଇ ତାକୁ ମୁଁ ଆଣିଥିଲି ଭୁବନେଶ୍ୱର । ମୁଁ ଡ୍ୟାନ୍ସ ବାରରେ କାମ କରେ । ଯେହେତୁ ମୋର ସେଠାରେ ଚିହ୍ନା ପରିଚୟ ଅଛି ସେ ନିଜ ସାଙ୍ଗ ମାନଙ୍କ ସହ କେବେ କେମିତି ବାରକୁ ଯାଏ । ସେ ସେତେବେଳେ ସଞ୍ଜୟ ବୋଲି ଗୋଟେ ପୁଅକୁ ଭଲ ପାଉଥିଲା । ଆଉ ଏହି କଥା ପୁଅ ଘର ଲୋକ ମଧ୍ୟ ଜାଣିଥିଲେ । ଏ ପ୍ରସଙ୍ଗରେ ମୁଁ ଶୁଭଲକ୍ଷ୍ମୀ ସହ କି ସେ ପୁଅ ସହ କଥା ହୋଇନାହିଁ ।'

ଅଧିକ ପଢ଼ନ୍ତୁ : ଝିଅ ପାଇଁ ପୁଅ ଖୋଜିବାକୁ ଯାଇଥିଲା ମାଆ; ସମୁଦିକୁ ଦିଲ୍ ଦେଇ ମାରିଲେ ଫେରାର, ତା'ପରେ ଯ।ହା ହେଲା...

ସେପଟେ ସୂଚନା ମିଳିଛି ଅଭିଯୁକ୍ତଙ୍କ ବିରୋଧରେ ଲାଗିପାରେ ଦଫା- '306' । ଏହି ପ୍ରସଙ୍ଗରେ ମହିଳା କମିଶନ ଅଧ୍ୟକ୍ଷାଙ୍କ ଉଦବେଗ ପରେ ଘଟଣାକୁ ଗୁରୁତ୍ୱର ସହ ନେଇ ଜେରା ହୋଇଛି । ପାଠ ପଢ଼ାରୁ ସୟମ ମିଳିଲେ ଖଟି ଆଉ ଫୁରସତ ପାଇଲେ ରିଲ୍ସ । କହିବାକୁ ଗଲେ ଫୁଲ୍ ମଜା ମସ୍ତି ।

ହେଲେ ହଠାତ ଏମିତି କଣ ହେଇଗଲା ଯେ, ନିଜ ଜୀବନକୁ ବି ଲୋଭ ନ କରି ନିଜକୁ ନିଜେ ଶେଷ କରିଦେଲେ । କଟକ ରୋଡ୍ ହୋଟେଲ ଦୀପାଳି ରୁମ୍ ନମ୍ବର 205ରେ ବେକରେ ଓଢ଼ଣୀ ଦେଇ ଆତ୍ମହତ୍ୟା କଲେ । 4 ଦିନ ପରେ ପାରିପାର୍ଶିକ ସ୍ଥିତି ଓ ପୋଷ୍ଟ ମର୍ଟମ ରିପୋର୍ଟ ଆଧାରରେ ତଦନ୍ତ ଆଗକୁ ନେଇଛି ।

ତ୍ରିକୋଣୀୟ ପ୍ରେମକୁ ନେଇ ଏବେ ମାମଲା ଆଗକୁ ଦୌଡ଼ୁଛି । ତେବେ ସେପଟେ ଜଣେ ବୟସ୍କ ଲୋକ ଏବଂ ଏକ ଭାଇରାଲ ଭିଡିଓକୁ ନେଇ ତମ୍ବିତୋଫାନ ମଚି ଯାଇଛି । ସେପଟେ ଆସନ୍ତା 15 ଦିନ ମଧ୍ୟରେ ଏହି ମାମଲାରେ ରିପୋର୍ଟ ଦେବାକୁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମହିଳା ଆୟୋଗ ଅଧ୍ୟକ୍ଷା ।

ଅଧିକ ପଢ଼ନ୍ତୁ : ଏହି ୩ ରାଶିର ବ୍ୟକ୍ତି ରୁହନ୍ତୁ ସତର୍କ, ଆଗକୁ ବଡ ସମସ୍ୟାର ସାମ୍ନା କରିବେ...

ତେବେ ବଡ଼ କଥା ହେଉଛି କାହିଁକି ଅଚାନକ ହୋଟେଲ ମାଲିକ ରୁମ୍ ନମ୍ବର 205କୁ ଭାଙ୍ଗିଲେ । ବୟଫ୍ରେଣ୍ଡଙ୍କ ବାର୍ ଡ୍ୟାନର ବୟାନକୁ ନେଇ ଚର୍ଚ୍ଚା ହେବା ଏବଂ ହୋଟେଲ ରୁମ୍ କବାଟ ଭାଙ୍ଗିବା ଅନ୍ୟ କିଛି ଦିଗ ଆଡକୁ ଇଙ୍ଗିତ କରୁଛି । କୁହାଯାଉଛି ତଦନ୍ତକୁ ବାଟବଣା କରିବାକୁ ତରବରିଆ ଭାବେ ସେହି କୋଠରୀର କବାଟ ଭାଙ୍ଗି ଦିଆଯାଇଛି  । ସେପଟେ ବାର୍ ମାଲିକଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ହେଉଛି ତାକୁ ଦେଖିବାକୁ ବାକି ରହିଲା ।

Share this story