ଆଗକୁ ଆସିଲେ ବାର୍ ଡ୍ୟାନ୍ସର ଶୁଭଲକ୍ଷ୍ମୀଙ୍କ ଅଙ୍କଲ: ଷ୍ଟୁଡେଣ୍ଟରୁ ସୁଇସାଇଡ ଯାଏ ଖୋଲିଦେଲେ ଗୋପନ କଥା

subhalaxmi viral video and depression twist

ଓଡ଼ିଆ ଗସିପ୍ ବ୍ୟୁରୋ: ସେ ସଞ୍ଜୁ ସହ ମିଶୁଥିଲା ଆଉ ଅନୀଲ ସହ ବି ମିଶୁଥିଲା । ଏକା ସମୟରେ ଏକା ସାଙ୍ଗରେ ଜଣେ ନୁହେଁ ଦୁଇ ଦୁଇ ଜଣ ପ୍ରେମିକ ସହ ମସ୍ତି କରୁଥିଲା । ହଁ ଆଜ୍ଞା ବିବାଦୀୟ ଅଙ୍କଲ ଆଜି ମିଡିଆ ସାମ୍ନାରେ ଏଭଳି ଖୁଲାସା କରିଛନ୍ତି ଯାହାକୁ ଶୁଣିଲେ ଆପଣଙ୍କ ବି ମୁଣ୍ଡ ଘୁରାଇ ଦେବ ।

ଟେନସନରେ ଆପଣ ବି ଡିପ୍ରେସନ କଥା ଭାବି ପାରନ୍ତି । ଠିକ୍ ଅନୁମାନ କରି ପାରୁଛନ୍ତି ଆମେ କେଉଁ କଥା କହିବାକୁ ଯାଉଛୁ । ଷ୍ଟୁଡେଣ୍ଟରୁ ବାର୍ ଡ୍ୟାନ୍ସର ଓ ପରେ ନିଜ ଜୀବନକୁ ଶେଷ କରି ଦେଇଥିବା ଶୁଭଲକ୍ଷ୍ମୀଙ୍କ ବିଷୟରେ କିଛି ଅଜଣା କଥା ଜାଣନ୍ତୁ...

ଦୁଇ ଦୁଇ ଜଣଙ୍କୁ ଶୁଭଲକ୍ଷ୍ମୀ ଯେତେବେଳେ ଦିଲ୍ ଦେଇ ବସିଥିଲେ ସେତେବେଳେ ଏହାକୁ ଗ୍ରହଣ କରିପାରିନଥିଲେ ଗାଁରୁ ଭୁବନେଶ୍ୱରକୁ ଆଣିଥିବା ଅଙ୍କଲ । କହିଛନ୍ତି ଶୁଭଲକ୍ଷ୍ମୀ ଯେତେବେଳେ ଦୁଇଟା ଟୋକା ସହ ସମ୍ପର୍କ ରଖୁଥିବା କଥା ସେ ଜାଣିଲେ ତୁରନ୍ତ ତାଙ୍କ ବାପା ଓ ମାଆଙ୍କୁ ଫୋନ୍ କରି ଏସବୁ କଥା କହି ଦେଇଥିଲେ ।

ଅଧିକ ପଢ଼ନ୍ତୁ : ନକ୍ସଲ ଆକ୍ରମଣରେ ଓଡ଼ିଆ ସିଆରପିଏଫ ଯବାନ ସହିଦ, ଦୁଇମାସ ତଳେ କରିଥିଲେ ବିବାହ

କିନ୍ତୁ ଏହା ବି ମାନିଛନ୍ତି ଯେ, ଶୁଭଲକ୍ଷ୍ମୀ କେମିତି ମଦ ପିଇବା ଶିଖିଲା କାହାଠୁ ଶିଖିଲା ସେ କଥା ସେ ନିଜେ ବି ଜାଣିନାହାନ୍ତି । ଯଦି ଜାଣିଥାନ୍ତେ ମିଡିଆ ଆଗରେ ସେ ନିଶ୍ଚୟ ଖୋଲି କରି କହିଥାନ୍ତେ । ଅବଶ୍ୟ ଆଗକୁ ଯାଇ ସେ ଏମିତି କିଛି କହିଛନ୍ତି ଯାହା ଖୁବ୍ ଚିନ୍ତା ଜନକ ଅଟେ ।

ହଁ ଆଜ୍ଞା ଏବେ ସୋସିଆଲ ମିଡିଆରେ ବୟଫ୍ରେଣ୍ଡ ପରେ ଅଙ୍କଲ ଓ ଅଙ୍କଲଙ୍କ ପରେ ଆଣ୍ଟି ବି ସାମ୍ନାକୁ ଆସିଛନ୍ତି । ଅର୍ଥାତ ଶୁଭଲକ୍ଷ୍ମୀଙ୍କ ସୁଇସାଇଡ୍ କେସରେ ଏବେ ଆବିର୍ଭାବ ହୋଇଛନ୍ତି ତାଙ୍କ ଆଣ୍ଟି । କୁହାଯାଉଛି ଶୁଭଲକ୍ଷ୍ମୀଙ୍କ ଏକ ବିବାଦୀୟ ଭିଡିଓ ଭାଇରାଲ ହୋଇଥିଲା । ଯାହା ପରେ ଡିପ୍ରେସନକୁ ଚାଲି ଯାଇଥିଲେ ଶୁଭଲକ୍ଷ୍ମୀ ।

ଅଧିକ ପଢ଼ନ୍ତୁ : ଶୁଭଲକ୍ଷ୍ମୀ ମୃତ୍ୟୁ ପଛରେ ଏମ୍‌‌ଏମ୍‌‌ଏସ୍‌‌ ଭିଡିଓ ! ଏହି ଭିଡିଓ ସୁଟିଂ କଲା କିଏ? ସତ ହେଲେ ସାଙ୍ଘାତିକ...

ଖବର ନେବାରୁ ଜଣା ପଡ଼ିଛି ଶୁଭଲକ୍ଷ୍ମୀ ଗୋଟିଏ ନୁହେଁ ବରଂ ତିନି ତିନିଟି ବାର୍ ରେ ନାଚୁଥିଲେ ଓ ଗ୍ରାହକଙ୍କୁ ନଚାଉଥିଲେ । ଶୁଭଲକ୍ଷ୍ମୀଙ୍କ ମୃତ୍ୟୁର ୬ ଦିନ ପରେ ଏହି ସତ ଏବେ ସାମ୍ନାକୁ ଆସିଛି । ଏହାରି ମଧ୍ୟରେ ୧୫ ଜଣଙ୍କ ବୟାନ ରେକର୍ଡ ମଧ୍ୟ କରି ସାରିଛି ପୋଲିସ ।

ଏହାରି ଭିତରେ ପୋଲିସ ହାତରେ ଲାଗିଛି କଲ୍ ଡିଟେଲ ରିପୋର୍ଟ ବା ସିଡିଆର । କଲ ଡିଟେଲ୍ ରିପୋର୍ଟରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା କଥା କୁହାଯାଉଛି । ମୃତ୍ୟୁ ପୂର୍ବରୁ କାହା ସହ କଥା ହୋଇଥିଲେ ଶୁଭଲକ୍ଷ୍ମୀ । ତାହା ଜାଣିବାକୁ ସିଡିଆର ରିପୋର୍ଟ ମଗାଇଥିଲା ପୋଲିସ । ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଏବେ ଭିସେରା ରିପୋର୍ଟକୁ ପୋଲିସ ଅପେକ୍ଷା କରିଛି ...

Share this story