ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ: ଫେଲ ମାରିଛି କି ଗୁଇନ୍ଦା ବିଭାଗ !

whether the intelligence wing of Odisha Police failed in firing on Naba Das

ଓଡ଼ିଆ ଗସିପ ବ୍ୟୁରୋ: ଜଣେ ପୋଲିସ କର୍ମଚାରୀର ଗୁଳିରେ ମନ୍ତ୍ରୀ ନବକିଶୋର ଦାସଙ୍କ ଦେହାନ୍ତ ହୋଇଯାଇଛି । ତାଙ୍କ ମୃତ୍ୟୁକୁ ନେଇ ବେଶ ତୁମ୍ଭିତୋଫାନ ଜାରି ରହିଛି । ତେବେ ଏହି ଘଟଣାକୁ ନେଇ ବର୍ତ୍ତମାନ ଅନେକ ପ୍ରଶ୍ନ ଉଙ୍କି ମାରିଛି ।

ରାଜ୍ୟର ଜଣେ ହେବିଓ୍ୱେଟ ନେତା ନବ କିଶୋର ଦାସଙ୍କୁ ହତ୍ୟା କରାଯାଇଛି । ଦିନ ଦ୍ୱିପ୍ରହରରେ ଜଣେ ତୁଙ୍ଗ ନେତାଙ୍କୁ ଗୁଳି କରି ହତ୍ୟା କରିବା ଘଟଣା ସମଗ୍ର ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇଛି । ଜଣେ ପୋଲିସ କର୍ମଚାରୀ ଗୁଳି କରି ନବ ଦାସଙ୍କୁ ହତ୍ୟା କରିଛି । ମନ୍ତ୍ରୀଙ୍କ ଛାତିରେ ସିଧା ଗୁଳି ବାଜିଥିଲା । ପୁରା କ୍ଲୋଜ ରେଞ୍ଜରୁ ଗୁଳି କରିଥିଲା ଅଭିଯୁକ୍ତ ।

ମନ୍ତ୍ରୀ ନିଜ ଗାଡ଼ିରୁ ଓହ୍ଲାଉଥିବା ବେଳେ ଏଏସଆଇ ଗୋପାଳକୃଷ୍ଣ ଦାସ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲା । ଗୁଳି ମାଡ଼ରେ ଆହତ ହୋଇ ଗୁରୁତର ଥିବା ମନ୍ତ୍ରୀ ନବଦାସଙ୍କ ସନ୍ଧ୍ୟାରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇ ଯାଇଛି ।

ଅଧିକ ପଢ଼ନ୍ତୁ : ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ ଘଟଣା; କାହା ଫୋନ ପାଇଁ ଝିଅର କଲ୍ କାଟିଲେ ASI ଗୋପାଳ ଦାସ ?

ତେବେ ଜଣେ ହାଇ ପ୍ରୋଫାଇଲ ମନ୍ତ୍ରୀଙ୍କୁ ଦିନ ଦ୍ୱିପ୍ରହରରେ ହତ୍ୟା କରାଯାଉଥିବା ବେଳେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଅଙ୍ଗୁଳି ଉଠିଛି । ଜଣେ ମନ୍ତ୍ରୀଙ୍କୁ ହତ୍ୟା କରାଯାଉଛି ଆଉ ରାଜ୍ୟ ଗୁଇନ୍ଦା ବିଭାଗ ଜାଣି ପାରୁନାହିଁ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ସେପଟେ ମନ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଜଣେ ପୋଲିସ ଅଧିକାରୀ । ଅଭିଯୁକ୍ତ ଗୋପାଳ ଦାସ ଜଣେ ପୋଲିସ କର୍ମୀ । କେଉଁଥିପାଇଁ ମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥାଇ ବି ମନ୍ତ୍ରୀଙ୍କ ଉପରକୁ ଗୁଳି ଚଳାଇଲେ ଏ ପୋଲିସ୍ ASI ? ମନ୍ତ୍ରୀଙ୍କୁ ସ୍ୱାଗତ ସମୟର ଏତେ ଭିଡ଼ ଭିତରେ ଏତେ ବଡ଼ ଦୁଃସାହସ କେମିତି କଲେ ? ଗୋଟିଏ କି ଦୁଇଟି ନୁହେଁ ଲଗାତର ୪ ରାଉଣ୍ଡ ଗୁଳି ଚଳାଇଥିଲେ ।

ବ୍ରଜରାଜନଗରର ଗାନ୍ଧିଛକରେ ମନ୍ତ୍ରୀ ପହଞ୍ଚିବା ମାତ୍ରେ ହିଁ ତାଙ୍କ ଗାଡ଼ି ନିକଟକୁ ମାଡ଼ ଯାଇଥିଲା ଅଭିଯୁକ୍ତ ଗୋପାଳ ଦାସ । ତେବେ ଗୋପାଳ ଦାସ ଏଭଳି କାଣ୍ଡ କାହିଁକି ଭିଆଇଲେ ତାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଗୋପାଳଙ୍କ ଏଭଳି ଚରମ ନିଷ୍ପତ୍ତିକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ମନ୍ତ୍ରୀଙ୍କ ସହିତ ତାଙ୍କର କିଛି ପୁରୁଣା ଶତ୍ରୁତା ରହିଥିଲା କି ? ଏହି ଘଟଣା ଭିଆଇବା ପଛରେ ଏକା ଗୋପାଳଙ୍କ ସମ୍ପୃକ୍ତି ନା ଆଉ କାହାର ସମ୍ପୃକ୍ତି ରହିଛି ? ଏଭଳି ଅନେକ ପ୍ରଶ୍ନ ଛିଡ଼ା ହୋଇଛି ।

ଅଧିକ ପଢ଼ନ୍ତୁ : ନବ ଦାସଙ୍କୁ ରାସ୍ତାରୁ କିଏ ଓ କାହିଁକି ହଟାଇଲା ? ଏହା ସୁଚିନ୍ତିତ ରାଜନୈତିକ ଚକ୍ରାନ୍ତ ନାଁ ଅନ୍ୟ କିଛି ? ୨୯ ତାରିଖ ଦଳ ପାଇଁ କଳାଦିନ...

ଗୋପାଳଙ୍କ ଘର ହେଉଛି ବ୍ରହ୍ମପୁର । ବ୍ରହ୍ମପୁରରୁ ସେ ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ । ପରେ ଏଏସ୍‌ଆଇକୁ ପ୍ରମୋସନ୍ ପାଇ ଗତ ୧୨-୧୩ ବର୍ଷ ଧରି ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଥାନାରେ କାର୍ଯ୍ୟ କରୁଥିଲେ । ଆଉ ଏବେ ବ୍ରଜରାଜନଗର ଗାନ୍ଧିଛକ ଫାଣ୍ଡିରେ ଏଏସ୍‌ଆଇ ଥିବା ଗୋପାଳ ସେଇ ଫାଣ୍ଡିଠୁ ମାତ୍ର ୪୦୦ ମିଟର ଦୂରରେ ଭିଆଇଛନ୍ତି ଏମିତି ଜଘନ୍ୟ କାଣ୍ଡ ।

ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ବି କହିଛନ୍ତି ଏଇ ଗାନ୍ଧିଛକରେ ମାସକ ତଳେ ହୋଇଥିବା ମନ୍ତ୍ରୀ ନବଙ୍କ ଏକ କାର୍ଯ୍ୟକ୍ରମରେ ସେ ଅଭିଯୁକ୍ତ ଗୋପାଳକୃଷ୍ଣକୁ ଡ୍ୟୁଟି କରିଥିବା ଦେଖିଛନ୍ତି । ଏତେ ପୋଲିସ ସୁରକ୍ଷା ବଳୟ ଭିତରେ କିଭଳି ଏତେବଡ଼ କାଣ୍ଡ କରିବାକୁ ସମର୍ଥ ହେଲେ ଗୋପାଳକୃଷ୍ଣ ।

ଖାଲି ଏତିକି ନୁହେଁ କେମିତି ତାଙ୍କର ଏଭଳି କାର୍ଯ୍ୟକଳାପ ସଂପର୍କରେ ଟିକେ ବି ଆଭାସ ପାଇଲେନି ଗୁଇନ୍ଦା ବିଭାଗ, ତାହାକୁ ନେଇ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି । ରାଜ୍ୟର ଜଣେ ଟାଣୁଆ ମନ୍ତ୍ରୀଙ୍କୁ ତାଙ୍କ ନିଜ ଜିଲ୍ଲାରେ, ପୁଣି ଜଣେ ପୋଲିସ ଅଧିକାରୀଙ୍କ ଗୁଳିମା଼ଡ଼ ଘଟଣା ପରେ ରାଜ୍ୟର ଆଇନ୍‌ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ।

Share this story