ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ ଘଟଣା; କାହା ଫୋନ ପାଇଁ ଝିଅର କଲ୍ କାଟିଲେ ASI ଗୋପାଳ ଦାସ ?

What is the reason behind ASI Gopal das hanging up phone call of her daughter

ଓଡ଼ିଆ ଗସିପ ବ୍ୟୁରୋ: ସକାଳେ ନିଜ ଝିଅଙ୍କ ସହ କଥା ହେଉଥିଲେ ଗୋପାଳ କିନ୍ତୁ ତାଙ୍କ ନିକଟକୁ ଆସିଥିଲା ଜଣେ ବ୍ୟକ୍ତିଙ୍କର କଲ୍ । ତେବେ କିଏ ସେ ବ୍ୟକ୍ତି ଯାହାଙ୍କ ସହ କଥା ହେବା ପାଇଁ ଗୋପାଳ ନିଜ ଝିଅର ଫୋନ କାଟିଥିଲେ ?

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ କରିଥିବା ଅଭିଯୁକ୍ତ ତଥା ଏଏସଆଇ ଗୋପାଳ ଦାସଙ୍କ ବିଷୟରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ସକାଳେ ନିଜ ଝିଅଙ୍କ ସହ କଥା ହେଉଥିଲେ ଗୋପାଳ କିନ୍ତୁ ତାଙ୍କ ନିକଟକୁ ଆସିଥିଲା ଜଣେ ବ୍ୟକ୍ତିଙ୍କର କଲ୍ । ଯେଉଁ କାରଣରୁ ନିଜ ଝିଅକୁ ଗୋପାଳ କହିଥିଲେ ଫୋନ ରଖ ଗୋଟିଏ କଲ୍ ଆସୁଛି । ତେବେ କିଏ ସେ ବ୍ୟକ୍ତି ଯାହାଙ୍କ ସହ କଥା ହେବା ପାଇଁ ଗୋପାଳ ନିଜ ଝିଅର ଫୋନ କାଟିଥିଲେ ?

ଫୋନ କଲ୍ କାଟିବା ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଛି । ଏହା ଷଡଯନ୍ତ୍ର, ବ୍ୟକ୍ତିଗତ ଶତ୍ରୁତା ନା ଗୁଳିମାଡ ପଛରେ ରହିଛି ଅନ୍ୟ କିଛି କାରଣ । ଏନେଇ ଖୋଳତାଡ କରୁଛି କ୍ରାଇମ ବ୍ରାଞ୍ଚ ।

ଅଧିକ ପଢ଼ନ୍ତୁ : ନବ ଦାସଙ୍କୁ ରାସ୍ତାରୁ କିଏ ଓ କାହିଁକି ହଟାଇଲା ? ଏହା ସୁଚିନ୍ତିତ ରାଜନୈତିକ ଚକ୍ରାନ୍ତ ନାଁ ଅନ୍ୟ କିଛି ? ୨୯ ତାରିଖ ଦଳ ପାଇଁ କଳାଦିନ...

ସୂଚନାଯୋଗ୍ୟ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାରିବା ଘଟଣାରେ ମୁହଁ ଖୋଲିଛନ୍ତି ଗୋପାଳ ଦାସଙ୍କ ପତ୍ନୀ । ସେ ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଁ ଘଣ୍ଟେ ତଳେ ଶୁଣିଲି ଏପରି ହୋଇଛି ବୋଲି । ମୁଁ ନିଜେ ଆଶ୍ଚର୍ଯ୍ୟ, ସକାଳୁ କଥା ବି ହୋଇନି ତାଙ୍କ ସହ । ୭ କି ୮ ବର୍ଷ ହେବ ମାନସିକ ଅବସ୍ଥା ଭଲ ନଥିଲା । ପୂର୍ବରୁ ଥରେ ଥାନାରୁ କୁଆଡେ ପଳାଇଯାଇଥିଲେ । ମେଡିସିନ ଖାଉଥିଲେ । କନେଷ୍ଟବଳରୁ ପ୍ରମୋଶନ ହୋଇ ଏଏସଆଇ ହୋଇଥିଲେ । ଛୁଟିରେ ଆସିବା ସମୟରେ ସାଧାରଣ ବ୍ୟବହାର କରୁଥିଲେ ।

ସେ ଖୁବ ଭଲ ଏମିତି କାହିଁକି କଲେ ମୁଁ କିଛି ଜାଣିପାରୁନି । ସେ ମତେ କିଛି କହିନାହାନ୍ତି ନବ ଦାସଙ୍କ ବିଷୟରେ । ସେ ଜଣେ ସ୍ପୋର୍ଟମ୍ୟାନ ଥିଲେ । ସ୍ତ୍ରୀ ହିସାବରେ ଏ ଖବର ଶୁଣି ମତେ ଭଲ ଲାଗୁନି । ୪ ମାସ ତଳେ ଛୁଟିରେ ଆସିଥିଲେ ଭଲ ଥିଲେ । ଆଜି ସକାଳେ ଝିଅକୁ ଭିଡିଓ କଲ୍ କରିଥିଲେ । କଥା ହେବା ସମୟରେ ଅନ୍ୟ ଏକ ଫୋନ କଲ୍ ଆସିବାରୁ କହିଲେ ଫୋନ ରଖ ଗୋଟେ କଲ୍ ଆସୁଛି । ମୁଁ ୧୫ ଦିନ ତଳେ କ୍ୱାଟରକୁ ଯାଇଥିଲି ।

ଅଧିକ ପଢ଼ନ୍ତୁ : କିଛି ଦିନ ତଳେ ଶନି ଠାକୁରଙ୍କୁ ସୁନା କଳସ ଦାନ କରି ଚର୍ଚ୍ଚାରେ ଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ହେଲେ ଗୁଳି ବାଜିବା ପରେ ପ୍ରାଣ ହରାଇଲେ ଏହି ଟାଣୁଆ ନେତା

ମେଡିସିନ ଖାଉଥିଲେ ମଝିରେ ମଝିରେ ମେଡିସିନ ଛାଡିଦେଇଥିଲେ । ମୁଁ କହିବାରୁ ଖାଇଥିଲେ । ଏବେ ଖାଉଥିଲେ କି ନାହିଁ ମୁଁ ପଚାରିନଥିଲି । ସମସ୍ତଙ୍କ ସହ ତାଙ୍କର ଭଲ ସମ୍ପର୍କ । ଆପଣ ଷ୍ଟାଫଙ୍କୁ ପଚାରନ୍ତୁ ସେ ସମସ୍ତଙ୍କ ସହ ଭଲ । ମୁଁ କଣ କରିବି ନିଜେ କିଛି ଭାବି ପାରୁନି । ପିଲାମାନେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି । ସେମାନେ ଭାବୁଛନ୍ତି ହଠାତ କିପରି ଏପରି ହୋଇଗଲେ ବାପା । ବ୍ରହ୍ମପୁରରେ କନେଷ୍ଟବଳ ଥିଲେ ପ୍ରମୋଶନ ପରେ ଝାରସୁଗୁଡା ବଦଳି ହୋଇଯାଇଥିଲା ।

ଗୋପାଳ ଦାସଙ୍କ ପୁଅ କହିଛନ୍ତି, ବାପା ସବୁବେଳେ ହସିକି କଥା ହେଉଥିଲେ । ଦଶହରା ସମୟରେ ବାପାଙ୍କ ଦେହ ଟିକେ ଖରାପ ହୋଇଥିଲା । ଛୁଟିନେବା ପାଇଁ ଚାହୁଁଥିଲେ । ମୁଁ ସେ ସମୟରେ ମାଆଙ୍କ ସହ ବାପାଙ୍କ ପାଖକୁ ଯାଇଥିଲି । ବିପି, ଏସିଡ ମଧ୍ୟ ଅଛି, ଗୋଡ ଫୁଲିଯାଉଥିଲା ।

ତଦନ୍ତ ପରେ ଏସବୁ ସ୍ପଷ୍ଟ ହେବ, ଏ ଘଟଣା କେବଳ ମାନସିକ ଅବସ୍ଥା ଖରାପ ପାଇଁ ହୋଇଛି ନା ଏହା ଭିତରେ ଅନ୍ୟ କୌଣସି କାରଣ ରହିଛି ।

Share this story

World Odia Language Conferene