କାହିଁକି ବ୍ରିଜ ରୁ ଡେଇଁଲେ ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ, ଶେଷ କିଛି ଘଣ୍ଟାରେ କଣ ଘଟିଥିଲା...

What forced Chinmayee Priyadarshini to jump from bridge

ଓଡ଼ିଆ ଗସିପ ବ୍ୟୁରୋ : ସମ୍ବଲପୁର ବୁର୍ଲା ସ୍ଥିତ ପିସି ବ୍ରିଜ୍‌ରୁ ଡେଇଁ ନିଖୋଜ ଥିବା ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ନେଇ ବୁର୍ଲା ଏସଡିପିଓ ସୂଚନା ଦେଇଛନ୍ତି । ୧୨ ଘଣ୍ଟା ପରେ ବୁର୍ଲା ପାୱାର ଚ୍ୟାନେଲ ନିକଟରୁ ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତଦେହ ଉଦ୍ଧାର ହୋଇଛି ।

ଗତକାଲି କଲେଜ ସମାବର୍ତ୍ତନ ଉତ୍ସବକୁ ଆସିଥିବା ବେଳେ ପିସି ବ୍ରିଜ୍‌ରୁ ଡେଇଁ ପଡ଼ିଥିଲେ ଚିନ୍ମୟୀ । ଏ ନେଇ ରେଜିଷ୍ଟ୍ରର ଅଭିଯୋଗ କରିବା ପରେ ପୋଲିସ୍‌ ପକ୍ଷରୁ ଖୋଜାଖୋଜି ଆରମ୍ଭ ହୋଇଥିଲା ।

ଆହୁରି ପଢ଼ନ୍ତୁ : ଗର୍ଭାବସ୍ଥାରେ ଶାରୀରିକ ସମ୍ପର୍କ ରଖିବା ଉଚିତ କି? ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ...

ରାତିରେ କୌଣସି ସୂଚନା ମିଳି ନଥିବା ବେଳେ ଆଜି ସକାଳୁ ଚିନ୍ମୟୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଗତକାଲି ରାତିରେ ଜଣେ ଯୁବକଙ୍କ ସହ ତାଙ୍କର ଯୁକ୍ତିତର୍କ ପରେ ବ୍ରିଜ୍‌ ଉପରୁ ପାଣିକୁ ସେ ଡେଇଁ ପଡ଼ିଥିବା ନେଇ ଜଣାପଡ଼ିଛି ।

ସମ୍ପୃକ୍ତ ଯୁବକଙ୍କୁ ବୁର୍ଲା ଥାନାକୁ ଡକାଇ ପୋଲିସ ପଚରାଉଚରା କରୁଛି । ଅନ୍ୟପକ୍ଷେ, ଚିନ୍ମୟୀଙ୍କ ବେକରେ କିଛି ଦାଗ ଥିବା କହି ଏହା ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଚିନ୍ମୟୀଙ୍କ ମା’ ଏ ଘଟଣାରେ ଆଉ କାହାର ସମ୍ପୃକ୍ତି ଥିବା ନେଇ ମଧ୍ୟ ସେ ଅଭିଯୋଗ ଆଣିଛନ୍ତି ।

ଚିନ୍ମୟୀଙ୍କ ଶେଷ କେଇ ଘଣ୍ଟା...

ସମାବର୍ତ୍ତନ ଉତ୍ସବରୁ ପାୱାର ଚାନେଲ୍ । ଭିସୁଟ୍ ସମାବର୍ତ୍ତନ ଉତ୍ସବରେ ପାଇଥିଲେ ସାର୍ଟିଫିକେଟ୍ । ସମାବର୍ତ୍ତନ ଉତ୍ସବ ସାରି କଳାହାଣ୍ଡି ମ.ରାମପୁରକୁ ଫେରିଥାନ୍ତେ ଚିନ୍ମୟୀ । ସମାବର୍ତ୍ତନ ଉତ୍ସବ ପରେ କାହା ସହ କୁଆଡ଼େ ଗଲେ ଚିନ୍ମୟୀ ? ଚିନ୍ମୟୀଙ୍କ ସହ ସନ୍ଧ୍ୟାରେ ଘଟିଲା କ’ଣ ? ମୃତଦେହ ମିଳିଥିବା ପାୱାର ଚାନେଲରେ ଚିନ୍ମୟୀଙ୍କ ସହ କ’ଣ ଘଟିଲା ? ସନ୍ଧ୍ୟାରେ ସାଙ୍ଗଙ୍କ ସହ ପାୱାର ଚାନେଲ ବ୍ରିଜ୍‌ରେ ଥିଲେ ଚିନ୍ମୟୀ ।

ଆହୁରି ପଢ଼ନ୍ତୁ : ଜଣା ପଡ଼ିଲା ନବ ଦାସଙ୍କୁ ହତ୍ୟା କରିବାର ଅସଲ କାରଣ, ନିଜେ ଗୋପାଳ ଏକଥାକୁ କଲା ସ୍ଵୀକାର

ତେବେ ପାୱାର ଚାନେଲକୁ ଡେଇଁପଡ଼ିଥିଲେ ନା ଠେଲି ଦିଆଯାଇଥିଲା ? ନା ଚିନ୍ମୟୀଙ୍କ ସହ ଘଟିଥିଲା ଅନ୍ୟ କିଛି ଅଘଟଣ ? ପିସି ବ୍ରିଜ୍‌ରେ ଚିନ୍ମୟୀଙ୍କ ସହ ଘଟିଥିଲା କ’ଣ ? ପରିବାର ଲୋକଙ୍କ ଅଭିଯୋଗ, ଆତ୍ମହତ୍ୟା ନୁହେଁ, ଝିଅକୁ ତଣ୍ଟିଚିପି ହତ୍ୟା କରାଯାଇଛି । ଜଣେ ଯୁବକଙ୍କ ନାଁ ନେବା ସହ ସଂଘବଦ୍ଧ ହତ୍ୟା କରାଯାଇଥିବା ଅଭିଯୋଗ । ଏସବୁ ଦିଗକୁ ପୋଲିସ ଛାନଭିନ ଆରମ୍ଭ କରିଛି ।

Share this story