ଗର୍ଭାବସ୍ଥାରେ ଶାରୀରିକ ସମ୍ପର୍କ ରଖିବା ଉଚିତ କି? ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ...

whether one can keep physical relationship with pregnant woman

ଓଡ଼ିଆ ଗସିପ ବ୍ୟୁରୋ : ଗର୍ଭଧାରଣ ପ୍ରତ୍ୟେକ ମହିଳାଙ୍କ ପାଇଁ ୯ ମାସର ଏକ ରୋମାଞ୍ଚକର ଯାତ୍ରା ହୋଇଥାଏ । ଶରୀରରେ ପ୍ରଥମ ଥର ପାଇଁ ଅନେକ ଜିନିଷ ଘଟେ । ଏହା ଏପରି ଏକ ସମୟ ଯେତେବେଳେ ମହିଳାମାନଙ୍କୁ ନିଜର ଅଧିକ ଯତ୍ନ ନେବାକୁ ପଡ଼ିଥାଏ ।

କେବଳ ଖାଦ୍ୟ ନୁହେଁ, ଚାଲିବା, ଶୋଇବା ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିଥାଏ । ଗର୍ଭାବସ୍ଥାରେ ମହିଳାଙ୍କ ମନରେ ଅନେକ ପ୍ରଶ୍ନ ଉଠିଥାଏ, ଯାହାର ଉତ୍ତର ସହଜରେ ମିଳି ନଥାଏ । ଏହି ପ୍ରଶ୍ନଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଗର୍ଭାବସ୍ଥାରେ ଶାରୀରିକ ସମ୍ପର୍କ କ୍ଷତିକାରକ କି ନୁହେଁ । ଆସନ୍ତୁ ଏହା ବିଷୟରେ ଜାଣିବା...

ଆହୁରି ପଢ଼ନ୍ତୁ : ବାହାଘର ପାଇଁ ଘରେ ଲୋକେ ମନା କରିବାରୁ ପ୍ରେମିକାକୁ ୧୬ ଥର ଚୋଟ ମାରିଲା ଜହ୍ଲାଦ ପ୍ରେମିକ...

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, କେତେକ ସତର୍କତା ସହିତ ଗର୍ଭଧାରଣ ସମୟରେ ଶାରୀରିକ ସମ୍ପର୍କ ରଖାଯାଇପାରିବ । କିନ୍ତୁ ଗର୍ଭାବସ୍ଥାରେ ଶାରୀରିକ ସମ୍ପର୍କ ରଖୁଥିବା ବେଳେ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବା ଆବଶ୍ୟକ, ନଚେତ୍ ଆପଣ ସଂକ୍ରାମକ ରୋଗର ଶିକାର ହୋଇପାରନ୍ତି ।

ଗର୍ଭାବସ୍ଥାରେ ଶାରୀରିକ ସମ୍ପର୍କ ରଖିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ହୋଇଥାଏ । ଶାରୀରିକ ସମ୍ପର୍କ ରଖିବା ସମୟରେ କଣ୍ଡୋମ ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ ।

ଆହୁରି ପଢ଼ନ୍ତୁ : ଘରେ ସ୍ୱାମୀ ନଥିବା ଦେଖି ବୋହୂ ସହିତ ଦୁଷ୍କର୍ମ ଉଦ୍ୟମ କମୁକ ଶ୍ଵଶୁରକୁ ପଡ଼ିଲା ମହଙ୍ଗା, ପରେ ଏପରି କିଛି ଘଟିଲା କି ମନେ ରହିବ ସାରା ଜୀବନ...

ବିଶେଷଜ୍ଞମାନେ କହିଛନ୍ତି ଯେ, ଶାରୀରିକ ସମ୍ପର୍କ ରଖିବା ବେଳେ ସ୍ଥିତି ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବାନୁସାରେ, ଅନ୍ ଦି ଟପ୍ ପୋଜିଶନ୍ ଶାରୀରିକ ସମ୍ପର୍କ ରଖିବା ପାଇଁ ଠିକ୍ ହୋଇଥାଏ ।

ଯଦି ମହିଳାମାନେ କୌଣସି ଚିକିତ୍ସା ସମସ୍ୟା କିମ୍ବା ପ୍ଲେସେଣ୍ଟା ପ୍ରିଭିଆର ଅଭାବରେ ପୀଡିତ, ତେବେ ଶାରୀରିକ ସମ୍ପର୍କ ସ୍ଥାପନ କରିବା ବେଳେ ସେମାନେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ ।

Share this story