ଜଣା ପଡ଼ିଲା ନବ ଦାସଙ୍କୁ ହତ୍ୟା କରିବାର ଅସଲ କାରଣ, ନିଜେ ଗୋପାଳ ଏକଥାକୁ କଲା ସ୍ଵୀକାର

ASI Gopal Das reveals naba das murder case

ଓଡ଼ିଆ ଗସିପ ବ୍ୟୁରୋ : ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ କାହିଁକି ଅଭିଯୁକ୍ତ ଗୋପାଳ ଦାସ ହତ୍ୟା କରିଥିଲା ଏହାର କାରଣ ଜଣାପଡ଼ିଛି ।

ବ୍ୟକ୍ତିଗତ କାରଣରୁ ନବଙ୍କୁ ହତ୍ୟା କରିଥିବା କଥା ଅଭିଯୁକ୍ତ ଗୋପାଳ ସ୍ୱୀକାର କରିଛି । ଏନେଇ କ୍ରାଇମବ୍ରାଞ୍ଚ ସୂତ୍ରରୁ ସୂଚନା ମିଳିଛି । ତେବେ ଏହାର ସତ୍ୟାସତ୍ୟ ପରୀକ୍ଷା ଉପରେ କ୍ରାଇମ୍‌ବ୍ରାଞ୍ଚ ଜୋର ଦେଇଛି ।

ଗୋପାଳର ସାଇକୋ ଆନାଲିସିସ୍ ଟେଷ୍ଟ ସମେତ ଅନ୍ୟ ସମସ୍ତ ପରୀକ୍ଷା ରିପୋର୍ଟକୁ ତଦନ୍ତକାରୀ ସଂସ୍ଥା ଅପେକ୍ଷା କରିଛି । ଚଳିତ ସପ୍ତାହ କିମ୍ବା ଆସନ୍ତା ସପ୍ତାହ ମଧ୍ୟରେ ଏହା କୋର୍ଟରେ ଦାଖଲ ହୋଇପାରେ ।

ଆହୁରି ପଢ଼ନ୍ତୁ : ସବୁବେଳେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା ବାପା, ସହି ନପାରି ବେକରେ ରଶି ଲଗେଇଲା ନାବାଳିକା ଝିଅ

ଏହାପରେ ରିପୋର୍ଟ ଗୁଡ଼ିକର ନକଲ ପାଇବାକୁ କୋର୍ଟରେ କ୍ରାଇମ୍‌ବ୍ରାଞ୍ଚ ଆବେଦନ କରିବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଏହା ମଧ୍ୟରେ କ୍ରାଇମ୍‌ବ୍ରାଞ୍ଚ ମୁଖ୍ୟ ଅରୁଣ ବୋଥ୍ରା ଏକାଧିକ ଥର ଜଷ୍ଟିସ ଜେ.ପି. ଦାସଙ୍କୁ ଭେଟି ତଦନ୍ତର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିବା ମଧ୍ୟ ସୂଚନା ମିଳିଛି ।

ତଦନ୍ତ ଠିକ୍‌ ଢଙ୍ଗରେ ଚାଲିଛି ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ମାମଲାର ତଦନ୍ତ ଶେଷ ହୋଇ ଚାର୍ଜସିଟ୍‌ ଦାଖଲ ହେବ ବୋଲି ଜଣାପଡ଼ିଛି । ଗୋପାଳ ଦେଇଥିବା ବୟାନର ସତ୍ୟାସତ୍ୟ ଯାଞ୍ଚ ପରେ କେଉଁ ବ୍ୟକ୍ତିଗତ କାରଣରୁ ସେ ମନ୍ତ୍ରୀଙ୍କୁ ହତ୍ୟା କଲା ତାହା ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି ।

Share this story