World Odia Language Conferene

ସବୁବେଳେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା ବାପା, ସହି ନପାରି ବେକରେ ରଶି ଲଗେଇଲା ନାବାଳିକା ଝିଅ

shocking incident father rapes minor daughter

ଓଡ଼ିଆ ଗସିପ ବ୍ୟୁରୋ : ଝିଅ ଉପରେ ଥିଲା ବାପାର ଖରାପ ନଜର । ସବୁବେଳେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା ଯୌନ ରାକ୍ଷସ ବାପା । ନାବାଳିକା ଝିଅକୁ ବାପା ଦେଉଥିଲା ଯୌନ ନିର୍ଯାତନା ।

ପରେ ବାପାର ନିର୍ଯାତନା ସହି ନପାରି ଶେଷରେ ବେକରେ ଦୌଡ଼ିଦେଇ ଆତ୍ମହତ୍ୟା କଲା ଝିଅ । ୧୪ ବର୍ଷର ଝିଅ ଉପରେ ଏପରି ନିର୍ଯାତନା ହୋଇଥିବା ନେଇ ପୋଲିସ କହିଛି ।

ସୂଚନା ମୁତାବକ ନାବାଳିକା ଜଣକ ପୂର୍ବରୁ ଏନେଇ ତାଙ୍କ ମା’ଙ୍କୁ କହିଥିଲେ । ହେଲେ ତାଙ୍କ ମା’ ଏ ବିଷୟରେ ବେଶି କିଛି ଆଲୋଚନା ନକରିବା ସହ କୌଣସି ପଦକ୍ଷେପ ନେଇନଥିଲେ । ଫଳରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ : ସହିପାରିଲେନି ରାଗିଂ: ଆତ୍ମହତ୍ୟା ଉଦ୍ୟମର ୪ ଦିନ ପରେ ମେଡିକାଲ୍‌ ଛାତ୍ରୀ ମୃତ

ଏପରି ଏକ ଘଟଣା ମହାରାଷ୍ଟ୍ର ପାଲଘର ଜିଲ୍ଲା ଭାସାଇ ତାଲୁକାରେ ଘଟିଛି । ଜଣେ ୧୪ ବର୍ଷର ବାଳିକା ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଘଟଣାକୁ ନେଇ ଜଣେ ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଆତ୍ମହତ୍ୟା ସ୍ଥାନରୁ ଏକ ସୁଇସାଡ୍ ନୋଟ୍‌ ଜବତ କରାଯାଇଛି ।

ସୁଇସାଡ୍ ନୋଟ୍‌ରେ ସେ ତାଙ୍କ ବାପାଙ୍କୁ ନେଇ ଅଭିଯୋଗ ଆଣିଛନ୍ତି । ମୃତ ନାବାଳିକାଙ୍କ ବାପା ତାଙ୍କୁ ଯୌନ ଶୋଷଣ କରୁଥିଲେ । ଘଟଣାସ୍ଥଳରୁ ଶବ ଜବତ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏହି ଘଟଣାରେ ଏକ ମାମଲା ପଞ୍ଜିକୃତ ହୋଇଥିବା ବେଳେ ତଦନ୍ତ ଜାରି ରହିଛି ।

Share this story