ସହିପାରିଲେନି ରାଗିଂ: ଆତ୍ମହତ୍ୟା ଉଦ୍ୟମର ୪ ଦିନ ପରେ ମେଡିକାଲ୍‌ ଛାତ୍ରୀ ମୃତ

ranging takes life of a medical student

ଓଡ଼ିଆ ଗସିପ ବ୍ୟୁରୋ : ସହିପାରିଲେନି ରାଗିଂ । ଆତ୍ମହତ୍ୟା ଉଦ୍ୟମର ୪ ଦିନ ପରେ ଜଣେ ମେଡିକାଲ୍‌ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଗତ ରବିବାର ରାତିରେ ହାଇଦ୍ରାବାଦରେ ପୋଷ୍ଟଗ୍ରାଜୁଏଟ୍‌ ପ୍ରଥମ ବର୍ଷର ଜଣେ ମେଡିକାଲ୍‌ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ରୀ ହେଲେ ୨୬ ବର୍ଷୀୟ ଡି ପ୍ରୀତି ।

କାକତୀୟ ମେଡିକାଲ୍‌ କଲେଜର ସିନିୟରମାନେ ତାଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଥିଲା । ଫଳରେ ବୁଧବାର ଦିନ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏମ୍‌ଜିଏମ୍‌ ହସ୍ପିଟାଲରେ ରାତି ଶିଫ୍ଟରେ କାମ କରିବା ବେଳେ ବେହୋସ ହୋଇପଡ଼ିଥିଲେ । ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ ହାଇଦ୍ରାବାଦ ଅଣା ଯାଇଥିଲା ।

ଆହୁରି ପଢ଼ନ୍ତୁ : ପାର୍ଟନରଙ୍କ ସହ ମସ୍ତି ଭରା ରାତି କାଟିବାକୁ ଯଦି ଚାହାନ୍ତି ତେବେ ଗ୍ରୀନ୍ ଟି ସେବନ କରନ୍ତୁ ଅଧଘଣ୍ଟା ମଧ୍ୟରେ ଆପଣଙ୍କୁ ମିଳିବ ଶତସିଂହର ବଳ; କିନ୍ତୁ ଏହି ଟିପ୍ସ ସବୁ ମନେ ରଖନ୍ତୁ...

ତେବେ ଦୁଃଖଦ ଘଟଣା, ରବିବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ପ୍ରୀତିଙ୍କ ବାପାଙ୍କ ଅଭିଯୋଗ ଆଧାରରେ, ପୋଷ୍ଟ ଗ୍ରାଜୁଏଟ୍‌ ଦ୍ୱିତୀୟ ବର୍ଷ ଛାତ୍ର ମହମ୍ମଦ ଅଲୀ ସୈଫଙ୍କୁ ପୋଲିସ୍‌ ରାଗିଂ ଓ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ଗିରଫ କରିଥିଲା ।

ଏପରିକି ପ୍ରୀତିଙ୍କ ବାପା ସିନିୟର ଛାତ୍ରଙ୍କ ବିରୋଧରେ କଲେଜ ଓ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।

ମିଳିଥିବା ସୂଚନା ଅନୁସାରେ, ପୀଡ଼ିତାଙ୍କ ହ୍ୱାଟ୍ସଆପ୍‌ ଚାଟ୍‌ ଓ ଅଭିଯୁକ୍ତର ଫୋନ୍‌ରୁ ମିଳିଥିବା ତଥ୍ୟ ଅନୁସାରେ ଏହା ରାଗିଂ ବୋଲି ଜଣାପଡ଼ିଛି । ଏନେଇ ପୋଲିସ୍‌ ତଦନ୍ତ ଚଳାଇଛି ।

ଆହୁରି ପଢ଼ନ୍ତୁ : ପିଣ୍ଟୁଙ୍କୁ ଝୁରୁଛି କୁକୁର ଚାର୍ଲୀ: ଖାଉନି ଖାଦ୍ୟ.. ଆଖିରୁ ଝରୁଛି ଲୁହ !, ହେଲେ ଏହି ମୁଖ୍ୟ କାରଣ ପାଇଁ କୁକୁର ଚାର୍ଲୀ ନିଜ ଘରେ ରଖୁନଥିଲେ...

ରାଜ୍ୟପାଳ ତମିଲିସାଇ ସୌନ୍ଦରରାଜନ ଚିକିତ୍ସାଧୀନ ଅବସ୍ଥାରେ ପ୍ରୀତିଙ୍କ ସହ କଥା ହୋଇଥିଲେ । ମୃତ୍ୟୁ ପରେ ପ୍ରୀତିଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ ନେଇ ଘୋଷଣା ହୋଇଛି ।

Share this story