ପିଣ୍ଟୁଙ୍କୁ ଝୁରୁଛି କୁକୁର ଚାର୍ଲୀ: ଖାଉନି ଖାଦ୍ୟ.. ଆଖିରୁ ଝରୁଛି ଲୁହ !, ହେଲେ ଏହି ମୁଖ୍ୟ କାରଣ ପାଇଁ କୁକୁର ଚାର୍ଲୀ ନିଜ ଘରେ ରଖୁନଥିଲେ...

Dog Charlie still wipe out tears for actor Pintu Nanda

ଓଡ଼ିଆ ଗସିପ ବ୍ୟୁରୋ : ପିଣ୍ଟୁଙ୍କୁ ଝୁରୁଛି ପୋଷା କୁକୁର ଚାର୍ଲୀ । ବେଶ୍ ଆଦରରେ ଦିଲ୍ଲୀରୁ କିଣି ଓଡ଼ିଶା ଆଣିଥିଲେ ଚାର୍ଲୀକୁ .. ସେ ଭୁଲିବ କେମିତି ? ପେଟର ଭୋକକୁ ଭୁଲି ଆଖିରୁ ଲୁହ ଗଡାଇ ଏବେ ବି ଅପେକ୍ଷା କରିଛି ମାଲିକ ଫେରିବା ବାଟକୁ.. ।

ବୁଧୁବାର ରାତିରେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ଖବର ଆସିବା ପରେ ଓଲିଉଡ ସମେତ ପିଣ୍ଟୁ ନନ୍ଦଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଶୋକ ଚାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପିଣ୍ଟୁଙ୍କ ମୃତ୍ୟୁରେ ଟୁଇଟ୍ ମାଧ୍ୟମରେ ଶୋକ ପ୍ରକାଶ କରିଛନ୍ତି । ଏହାରି ମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଛି ।

ଅଭିନେତା ପିଣ୍ଟୁ ନନ୍ଦ ଜୀବଜନ୍ତୁଙ୍କୁ ଖୁବ୍ ଭଲ ପାଉଥିଲେ । ବିଶେଷ କରି ପୋଷା କୁକୁରଙ୍କ ପାଇଁ ତାଙ୍କ ମନରେ ଥିଲା ସ୍ୱତନ୍ତ୍ର ସ୍ଥାନ । ନିଜର ସଉକ ଥିବାରୁ ରାଜଧାନୀ ଦିଲ୍ଲୀରୁ ଓଡ଼ିଶାକୁ ଏକ ଲାବ୍ରୋଡର କୁକୁର ଆଣିଥିଲେ ପିଣ୍ଟୁ । ନିଜ ଘରେ ରଖି ବେଶ୍ କିଛିଦିନ ପାଳିଥିଲେ । କୁକୁରକୁ ବୁଲିବାକୁ ମଧ୍ୟ ଯାଉଥିଲେ ।

ଆହୁରି ପଢ଼ନ୍ତୁ : କଣ ଏହି ରୋଗ 'ଲିଭର ସିରୋସିସ୍’, ଯାହା ପାଇଁ ଚାଲିଗଲେ ଅଭିନେତା ପିଣ୍ଟୁ ନନ୍ଦ ଜୀବନ: କ’ଣ ରହିଛି ଏହାର ଲକ୍ଷଣ ? କେମିତି କରିବେ ପ୍ରତିକାର ?

କିନ୍ତୁ ବ୍ରାହ୍ମଣ ପରିବାର ହେତୁ ପରିବାରରେ କୁକୁର ପାଳିବା ପାଇଁ ସାମାନ୍ୟ ମନମାଳିନ୍ୟ ଦେଖା ଦେଇଥିଲା । ସେହି କାରଣରୁ ପିଣ୍ଟୁ ନନ୍ଦ ନିଜ ବଡ ଭଉଣୀ ଘରେ କୁକୁର ଚାର୍ଲୀକୁ ଛାଡି ଦେଇଥିଲେ । ସେବେଠୁ ଚାର୍ଲୀକୁ ଦେଖା କରିବାକୁ ପିଣ୍ଟୁ ଭଉଣୀ ଘରକୁ ଯାଉଥିଲେ । ଖୁବ୍ ଆଦର କରୁଥିଲେ ଚାର୍ଲୀକୁ । ଏପରି କି ନିଜ ହାତରେ ଖୁଆଇ ଦେଉଥିଲେ ।

ପିଣ୍ଟୁ ରହୁଥିବା ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡ ମଧୁ ନାୟକଙ୍କ କହିବାନୁଯାୟୀ, ଦିଲ୍ଲୀ ମେଡ଼ିକାଲ ଯିବା ପୂର୍ବରୁ ମଧୁଙ୍କ ସହିତ କଥା ହୋଇଥିଲେ ପିଣ୍ଟୁ । ପିଣ୍ଟୁଙ୍କୁ ହୋଇଥିଲା ମାଟିଆ ଜଣ୍ଡିସ । ଅତ୍ୟଧିକ ମଦପାନ କାରଣରୁ ତାହା ଅଧିକ ହୋଇଗଲା ।

ପୂର୍ବରୁ ମଧ୍ୟ ଥରେ କାମଳ ରୋଗ ହୋଇଥିଲା । ପିଣ୍ଟୁ ଉଭୟ ବ୍ୟକ୍ତିଗତ ଓ ବୃତ୍ତିଗତ ଭାବରେ ଖୁବ୍ ଭଲ ମଣିଷ ଥିଲେ । ମେଳାପି ଥିବା କାରଣରୁ ସମସ୍ତେ ତାଙ୍କୁ ଖୁବ୍ ଭଲ ପାଉଥିଲେ । ମଧୁ କହିଛନ୍ତି ପିଣ୍ଟୁ ଫୁରସତ ପାଇଲେ କୁକୁର ସହ ସମୟ ବିତାନ୍ତି ।

ପିଣ୍ଟୁ ଆଦର କରୁଥିବା କୁକୁରଠାରେ କାଲି ରାତିଠୁ ସାମାନ୍ୟ ପରିବର୍ତ୍ତନ ଦେଖାଯାଇଛି ବୋଲି ପିଣ୍ଟୁଙ୍କ ଜଣେ ଘନିଷ୍ଟ ବନ୍ଧୁ କହିଛନ୍ତି । ରାତିରୁ କୁକୁରଟି କିଛି ଖାଉନାହିଁ ଏବଂ ଆଖିରୁ ଲୁହ ଗଡାଉଛି । ବୋଧହୁଏ ସେ ପିଣ୍ଟୁଙ୍କୁ ଝୁରୁଛି ବୋଲି ବୁଝି ହଉଛି ।

ଆହୁରି ପଢ଼ନ୍ତୁ : ପାର୍ଟନରଙ୍କ ସହ ମସ୍ତି ଭରା ରାତି କାଟିବାକୁ ଯଦି ଚାହାନ୍ତି ତେବେ ଗ୍ରୀନ୍ ଟି ସେବନ କରନ୍ତୁ ଅଧଘଣ୍ଟା ମଧ୍ୟରେ ଆପଣଙ୍କୁ ମିଳିବ ଶତସିଂହର ବଳ; କିନ୍ତୁ ଏହି ଟିପ୍ସ ସବୁ ମନେ ରଖନ୍ତୁ...

ସୂଚନାଯୋଗ୍ୟ, ପିଣ୍ଟୁ ନନ୍ଦ ମାତ୍ର ୧୭ ବର୍ଷ ବୟସରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏକାଧିକ ଆଲବମରେ ଅଭିନୟ କରି ସେ ସଫଳତା ସାଉଁଟିଥିଲେ । ସେଥିମଧ୍ୟରୁ ‘ଏ ଗଉରI’ ଆଲବମ ଗୀତ ବେଶ ଲୋକପ୍ରିୟ ହୋଇଥିଲା । ଏହା ବାଦ ସେ ‘କୋଇଲି’ ଫିଲ୍ମରେ ପ୍ରଥମେ ନଣ୍ଡା ଚରିତ୍ରରେ ଅଭିନୟ ଆରମ୍ଭ କରିଥିଲେ ।

ତାଙ୍କର ଲୋକପ୍ରିୟ ଫିଲ୍ମ ମଧ୍ୟରେ ରହିଛି, ‘୨୦୨୨ରେ ଆସିଥିବା ‘ରଙ୍ଗ ନମ୍ବର’, ୨୦୦୬ରେ ଆସିଥିବା ‘ପ୍ରେମ ଋତୁ ଆସିଲାରେ’, ୨୦୧୧ରେ ଆସିଥିବା ‘ଦୋସ୍ତି’, ୨୦୧୧ ହାତ ଧରି ଚାଲୁଥା’ ଓ ୨୦୧୩ରେ ଆସିଥିବା ରୁମ୍‌କୁ ଝୁମାନା ।

ସେହିପରି ‘ବ୍ୟାଚଲର’, ‘ଧର୍ମ’, ‘ଡାହI ବାଳୁଙ୍ଗା’, ‘ଜୟ ଜଗନ୍ନାଥ’, ‘ବାହୁଡ଼ିବେ ମୋ ଜଗାବଳିଆ’, ‘ଆଇ ଲଭ୍ ମାଇଁ ଇଣ୍ଡିଆ’, ‘ସାଥୀରେ’, ‘ପ୍ରେମ ପାଇଁ ମହାଭାରତ’ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ସେ । ପିଣ୍ଟୁ ନନ୍ଦଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳି ଯାଇଛି ।

Share this story