କଣ ଏହି ରୋଗ 'ଲିଭର ସିରୋସିସ୍’, ଯାହା ପାଇଁ ଚାଲିଗଲେ ଅଭିନେତା ପିଣ୍ଟୁ ନନ୍ଦ ଜୀବନ: କ’ଣ ରହିଛି ଏହାର ଲକ୍ଷଣ ? କେମିତି କରିବେ ପ୍ରତିକାର ?

what is this liver sirosis and is there any remedies to it

ଓଡ଼ିଆ ଗସିପ ବ୍ୟୁରୋ : ଲିଭର ସିରୋସିସ୍ ରୋଗରେ ପୀଡିତ ହୋଇ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ପରେ ଲୋକଙ୍କ ମନରେ ଛନକା ପଶି ଯାଇଛି । ଏହି ଲିଭର ସିରୋସିସ୍ ରୋଗ କ’ଣ, କାହିଁକି ଏହି ରୋଗ ହୁଏ ? ଏହି ରୋଗ ହେଲେ ଏହାର ପ୍ରତିକାର କ’ଣ ?

‘ଲିଭର ସିରୋସିସ୍’କୁ ସାବଧାନ - ଲିଭର ସିରୋସିସ୍ ରୋଗ କ’ଣ ?

ଲିଭର ସିରୋସିସ୍ ହେଉଛି ଯକୃତକୋଶର କ୍ଷୟ ରୋଗ । ଲିଭର ଜନିତ ରୋଗର ଏହା ହେଉଛି ଶେଷ ଷ୍ଟେଜ୍ । ଏହି ରୋଗ ହେଲେ ଲିଭର ଭିତରେ କଳା ଚିହ୍ନ ଭଳି ଟିସୁ ତିଆରି ହୁଏ । ଲିଭରରେ ଥିବା ଏହି କଳା ଚିହ୍ନକୁ ଫିବ୍ରୋସିସ୍ ଟିସୁ ବୋଲି କୁହାଯାଏ । ଏହି ଟିସୁ ତିଆରି ହେଲେ ଲିଭରର ରୋଗ ପ୍ରତିିରୋଧକ ଶକ୍ତି କମିଯାଏ । ଫିବ୍ରୋସିସ୍ ଟିସୁ ଯୋଗୁ ସାଧାରଣ ଟିସୁ ପ୍ରଭାବିତ ହୋଇଥାଏ ।

ଆହୁରି ପଢ଼ନ୍ତୁ : ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ପରଲୋକ, ମଦ ପିଇବା ହେଲା କାଳ!

ଲିଭର ସିରୋସିସ୍ ରୋଗର ଲକ୍ଷଣ କ’ଣ ?

ଲିଭର ସିରୋସିସ୍ ରୋଗ ହେଲେ ଥକାପଣ ଅନୁଭବ ହୁଏ । ଲିଭର ସିରୋସିସ୍ ରୋଗୀ ଦୁର୍ବଳ ଅନୁଭବ କରନ୍ତି । ରୋଗ ହେଲେ ଭୋକ କମ ଲାଗିଥାଏ । ବିନାକାରଣରେ ଶରୀରର ଓଜନ ହ୍ରାସ ପାଏ । ବାନ୍ତି ଲାଗିବା ସହ ବାନ୍ତି ମଧ୍ୟ ହୋଇଥାଏ । ପାଦ ଓ ହାତ ନାଲି ପଡିଯାଏ । ତଳି ପେଟର ଡାହାଣ ପଟରେ ଯନ୍ତ୍ରଣା ହୋଇଥାଏ ।

ଖାଲି ଏତିକି ନୁହେଁ, ରୋଗ ଅଧିକ ଦିନ ରହିଲେ ଲକ୍ଷଣରେ ପରିବର୍ତନ ହୋଇଥାଏ । ଦେହ ହାତରେ କାଛୁ, କୁଣ୍ଡିଆ ହୋଇଥାଏ । ଗୋଡର ତଳ ଭାଗ ଫୁଲିବା ଆରମ୍ଭ ହୋଇଥାଏ । ଜଣ୍ଡିସ୍ ଭଳି ରୋଗ ହୋଇଥାଏ । ଶରୀରରେ କୌଣସି ସ୍ଥାନରେ କଟିଗଲେ ରକ୍ତ ବନ୍ଦ ହେବାରେ ବିଳମ୍ବ ହୁଏ । ଅଧିକ ଗୁୁରୁତର ବ୍ୟକ୍ତିଙ୍କ ଠାରେ ବ୍ୟବହାରରେ ପରିବର୍ତନ ଦେଖାଯାଏ । ପାକସ୍ତଳୀ, ଭେନ୍, ଖାଦ୍ୟନଳୀର ନମ୍ନ ଭାଗରୁ ରକ୍ତ ପଡେ ।

କାହିଁକି ହୁଏ ଲିଭର ସିରୋସିସ୍ ରୋଗ ?

ଲିଭର ସିରୋସିସ୍ ହେବାର ମୁଖ୍ୟ କାରଣ ଅଧିକ ଦିନ ଧରି ମଦ ପିଇବା । ବର୍ଷ ବର୍ଷ ଧରି ମଦ ପିଇବା ଯୋଗୁ ଏଭଳି ରୋଗ ହୋଇଥାଏ । ହିରୋଇନ୍ ଭଳି ଡ୍ରଗ୍ସ ଖାଉଥିବା ଲୋକଙ୍କୁ ମଧ୍ୟ ଏଭଳି ରୋଗ ହୁଏ । ଲିଭରରେ ଚର୍ବି ଜମା ହେବାରୁ ରୋଗ ବଢିଥାଏ ।

ଆହୁରି ପଢ଼ନ୍ତୁ : ଆପଣ ପାଇଁ ପ୍ରଶ୍ନ: ଅସ୍ତ୍ରୋପଚାର ସମୟରେ ଡାକ୍ତର କାହିଁକି ପିନ୍ଧନ୍ତି ସବୁଜ ରଙ୍ଗର ପୋଷାକ ?

ଲଭିର ସିରୋସିସ୍ ରୋଗର ପ୍ରତିକାର କ’ଣ ?

ଏହି ରୋଗରେ କୌଣସି ସ୍ଥାୟୀ ପ୍ରତିକାର ନଥାଏ । ରୋଗୀଙ୍କୁ ମଦ ପିଇବାକୁ ବାରଣ କରାଯାଇଥାଏ । ସୁସ୍ଥ ଡାଏଟ୍ ପାଇଁ ପରାମର୍ଶ ଦିଆଯାଇଥାଏ । ଫଳମୂଳ ଏବଂ ପନିପରିବା ଖାଇବାକୁ କୁହାଯାଏ । ଶରୀର ଓଜନ ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥାଏ । ସୁରକ୍ଷିତ ଶାରୀରିକ ସମ୍ପର୍କ ରଖିବାକୁ ପରାମର୍ଶ ଦିଆଯାଇଥାଏ ।

Share this story

World Odia Language Conferene