ଆପଣ ପାଇଁ ପ୍ରଶ୍ନ: ଅସ୍ତ୍ରୋପଚାର ସମୟରେ ଡାକ୍ତର କାହିଁକି ପିନ୍ଧନ୍ତି ସବୁଜ ରଙ୍ଗର ପୋଷାକ ?

why doctor used to wear green coloured clothes during operation

ଓଡ଼ିଆ ଗସିପ ବ୍ୟୁରୋ: ଅସ୍ତ୍ରୋପଚାର ସମୟରେ ଡାକ୍ତରମାନେ ସବୁଜ ରଙ୍ଗର ପୋଷାକ ପିନ୍ଧିଥାନ୍ତି, ଏହା ସମସ୍ତେ ଜାଣନ୍ତି । ଅନେକ ହସ୍ପିଟାଲ୍‌ରେ ଡାକ୍ତରମାନେ ଅସ୍ତ୍ରୋପଚାର ସମୟରେ ନୀଳ ରଙ୍ଗର ପୋଷାକ ମଧ୍ୟ ପିନ୍ଧିଥାନ୍ତି । କିନ୍ତୁ ଏହି ଦୁଇଟି ରଙ୍ଗ ବ୍ୟତୀତ ଡାକ୍ତରମାନେ କାହିଁକି ଅନ୍ୟ କୌଣସି ରଙ୍ଗର ପୋଷାକ ପିନ୍ଧନ୍ତି ନାହିଁ, ଏ ପ୍ରଶ୍ନ ଉଠିବା ସ୍ବାଭାବିକ ।

ତେବେ, ଏହା ପଛରେ ଏକ ବୈଜ୍ଞାନିକ କାରଣ ରହିଛି । ଅନେକ ଥର ଆମେ ସମସ୍ତେ ଅଧିକ ଖରାରେ ବାହାରକୁ ଯାଇଥିଲେ, ଘରକୁ ଆସିବା ପରେ ଅନ୍ଧାର ଦେଖାଯାଏ । ଏହି ସମୟରେ ସବୁଜ କିମ୍ବା ନୀଳ ରଙ୍ଗ ଆଖିକୁ ଆରାମ ଦେଇଥାଏ । ଏହି ନିୟମ, ଅସ୍ତ୍ରୋପଚାର ସମୟରେ ଡାକ୍ତରଙ୍କ ପାଇଁ ଲାଗୁ ହୁଏ ।

ଆହୁରି ପଢ଼ନ୍ତୁ : ଚଳନ୍ତା ଟ୍ରେନ୍‌‌ରୁ ଡେଇଁପଡ଼ିଲେ ଯୁବକ, ମୃତ୍ୟୁ ମୁହଁରୁ ଟାଣି ଆଣିଲେ ଆରପିଏଫ୍‌ କନଷ୍ଟେବଳ ସୂର୍ଯ୍ୟକାନ୍ତ ସାହୁ, ଦେଖନ୍ତୁ ଭିଡ଼ିଓ...

ସବୁଜ ଓ ନୀଳ ରଙ୍ଗର ବିପରୀତ ଲାଲ୍ ରଙ୍ଗ ହୋଇଥାଏ । ଅସ୍ତ୍ରୋପଚାର ସମୟରେ ମୁଖ୍ୟତଃ ଲାଲ୍‌ ରଙ୍ଗ (ରକ୍ତ) ଉପରେ ଡାକ୍ତରମାନେ ଧ୍ୟାନ କେନ୍ଦ୍ରିତ କରିଥାନ୍ତି । ତେଣୁ ସବୁଜ କିମ୍ବା ନୀଳ ରଙ୍ଗ ଡାକ୍ତରଙ୍କ ଦୃଷ୍ଟିଶକ୍ତି ବୃଦ୍ଧିରେ ସାହାଯ୍ୟ କରିଥାଏ ଏବଂ ଲାଲ୍‌ ରଙ୍ଗ ପ୍ରତି ଅଧିକ ସମ୍ବେଦନଶୀଳ କରିଥାଏ ।

୧୯୯୮ ମସିହାରେ ପ୍ରକାଶିତ ‘ଟୁଡେ ସର୍ଜିକାଲ୍‌ ନର୍ସ’ର ଏକ ସଂଖ୍ୟାରେ ଉଲ୍ଲେଖ ଥିଲା ଯେ, ବିଶ୍ବର ପ୍ରଥମ ସର୍ଜନ କୁହାଯାଉଥିବା ଶୁଶ୍ରୁତ ମଧ୍ୟ ସବୁଜ ରଙ୍ଗର ପୋଷାକ ପିନ୍ଧିଥିଲେ । ପୂର୍ବରୁ ଡାକ୍ତରମାନେ ଧଳା ରଙ୍ଗର ପୋଷାକ ପିନ୍ଧି ଅସ୍ତ୍ରୋପଚାର କରୁଥିଲେ ।

କିନ୍ତୁ ୧୯୧୪ ମସିହାରୁ ଅସ୍ତ୍ରୋପଚାର କରୁଥିବା ଡାକ୍ତରମାନଙ୍କ ପାଇଁ ସବୁଜ କିମ୍ବା ନୀଳ ରଙ୍ଗର ପୋଷାକ ପିନ୍ଧିବା ଉପରେ ଜୋର୍‌ ଦିଆଗଲା । ଏହା ପରେ ଏହି ଦୁଇଟି ରଙ୍ଗ ଡ୍ରେସ୍‌ କୋଡ୍‌ ଭାବେ ପ୍ରଚଳନ ହେଲା ।

Share this story

World Odia Language Conferene