ଚଳନ୍ତା ଟ୍ରେନ୍‌‌ରୁ ଡେଇଁପଡ଼ିଲେ ଯୁବକ, ମୃତ୍ୟୁ ମୁହଁରୁ ଟାଣି ଆଣିଲେ ଆରପିଏଫ୍‌ କନଷ୍ଟେବଳ ସୂର୍ଯ୍ୟକାନ୍ତ ସାହୁ, ଦେଖନ୍ତୁ ଭିଡ଼ିଓ...

RPF constable saves passenger life from running train

ଓଡ଼ିଆ ଗସିପ ବ୍ୟୁରୋ: ବ୍ରହ୍ମପୁର ରେଳ ଷ୍ଟେସନରେ ଏକ ଚଳନ୍ତା ଟ୍ରେନରୁ ଜଣେ ଯୁବକ ପ୍ଲାଟଫର୍ମକୁ ଡେଇଁପନ୍ତିଛନ୍ତି । ସେ ଟ୍ରେନରୁ ଡେଇଁ ରେଳଧାରଣା ଭିତରକୁ ଟାଣି ହୋଇ ଯାଉଥିବା ବେଳେ ସେଠାରେ କାର୍ଯ୍ୟରତ ଜଣେ ଆରପିଏଫ କନଷ୍ଟେବଳ ତାଙ୍କୁ ଉଦ୍ଧାର କରି ଜୀବନ ବଞ୍ଚାଇ ଦେଇଛନ୍ତି ।

ରବିବାର ଅପରାହ୍ନ ୧୨ଟା ୪୦ରେ ବ୍ରହ୍ମପୁର ରେଳ ଷ୍ଟେସନ ୧ନଂ ପ୍ଲାଟଫର୍ମରେ ଏହି ଘଟଣା ଘଟିଛି । ଉଦ୍ଧାର ହୋଇଥିବା ଯୁବକ ଜଣକ ହେଲେ ଆସାମ ଜଖଲବନ୍ଧ ଥାନା ସକମୁଠିର ଜୟଶଙ୍କର ମୁଣ୍ଡା (୩୪) ।

ଜୟଶଙ୍କର ଓ ତାଙ୍କ ପତ୍ନୀ ଜଖଲବନ୍ଧରୁ ଚେନ୍ନାଇ ଯାଉଥିଲେ । ସେମାନେ ବ୍ରହ୍ମପୁରରେ ଓହ୍ଲାଇ ଅନ୍ୟ ଏକ ଟ୍ରେନରେ ଚେନ୍ନାଇ ଯିବାକୁ ଯୋଜନା କରିଥିଲେ । ଏହି ସମୟରେ ହାୱଡ଼ା ମେଲ ଏକ୍ସପ୍ରେସ ଟ୍ରେନ ଚେନ୍ନାଇରୁ ଭୁବନେଶ୍ୱର ଯାଉଥିଲା ।

ଆହୁରି ପଢ଼ନ୍ତୁ : ଦମ୍ପତିଙ୍କୁ ସନ୍ତାନ ପ୍ରାପ୍ତିର ଲୋଭ ଦେଖାଇ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଲେ ଭଣ୍ଡ ବାବା...

ଏହି ଟ୍ରେନ ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିବା ପରେ ଜୟଶଙ୍କର ଓ ତାଙ୍କ ପତ୍ନୀ ସେଥିରେ ଚଢ଼ିଥିଲେ । ହେଲେ ସେମାନେ ଚେନ୍ନାଇ ଯିବା ବଦଳରେ ଭୁଲ ଟ୍ରେନ୍‌‌ରେ ଚଢ଼ି ଯାଇଥିବା ଜାଣିବାକୁ ପାଇଥିଲେ । ଟ୍ରେନ ଷ୍ଟେସନରେ ଠିଆ ହୋଇଥିବା ବେଳେ ଜୟଶଙ୍କରଙ୍କ ପତ୍ନୀ ତଳକୁ ଓହ୍ଲାଇ ସାରିଥିଲେ । କିନ୍ତୁ ଜୟଶଙ୍କର ଓହ୍ଲାଇବା ବେଳକୁ ଟ୍ରେନ ଷ୍ଟେସନରୁ ଛାଡ଼ି ଦେଇଥିଲା ।

ଟ୍ରେନ ଚାଲୁଥିବା ଅବସ୍ଥାରେ ଜୟଶଙ୍କର ୧ନଂ ପ୍ଲାଟଫର୍ମକୁ ଡେଇଁପଡ଼ିଥିଲେ । ଟ୍ରେନରୁ ଡେଇଁବା ପରେ ସେ ପ୍ଲାଟଫର୍ମରେ ପଡ଼ିଯାଇଥିଲେ ଏବଂ ତାଙ୍କ ଶରୀର ଟ୍ରେନ୍‌‌ ଓ ପ୍ଲାଟଫର୍ମ ଭିତରେ ଚାପି ହେବାକୁ ଯାଉଥିଲା ।

ଦେଖନ୍ତୁ ଭିଡ଼ିଓ :

ଏହି ସମୟରେ ପ୍ଲାଟଫର୍ମରେ କାର୍ଯ୍ୟରତ ଆରପିଏଫ କନଷ୍ଟେବଳ ସୂର୍ଯ୍ୟକାନ୍ତ ସାହୁ ତୁରନ୍ତ ତାଙ୍କ ନିକଟକୁ ଦୌଡ଼ି ଆସି ତାଙ୍କୁ ଦୂରକୁ ଟାଣି ନେଇଥିଲେ । ଫଳରେ ଜୟଶଙ୍କରଙ୍କ ଜୀବନ ବଞ୍ଚିଯାଇଛି । ତେବେ ସେ ସାମାନ୍ୟ ଆହତ ହୋଇଛନ୍ତି ।

Share this story

World Odia Language Conferene