ଦମ୍ପତିଙ୍କୁ ସନ୍ତାନ ପ୍ରାପ୍ତିର ଲୋଭ ଦେଖାଇ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଲେ ଭଣ୍ଡ ବାବା...

conman dupe couple for unable to give birth to child

ଓଡ଼ିଆ ଗସିପ ବ୍ୟୁରୋ: ସନ୍ତାନ କରାଇଦେବାର ପ୍ରଲୋଭନ ଦେଖାଇ ଦମ୍ପତିଙ୍କୁ ଚୂନ ଲଗାଉଥିଲେ ଭଣ୍ଡ ବାବା । ପୋଲିସ ହାବୁଡ଼ରେ ପଡି ଗିରଫ ହୋଇଛନ୍ତି ଏହି ବାବା । ଗିରଫ ଭଣ୍ଡ ବାବା ଜଣକ ହେଲେ ଯାଜପୁର ଜିଲ୍ଲାର ସିଦ୍ଧେଶ୍ୱର ସାମନ୍ତରାୟ ।

ନିସନ୍ତାନ ଦମ୍ପତିଙ୍କୁ ପିଲା କାରାଇଦେବାର ପ୍ରଲୋଭନ ଦେଖାଇ ୩ଲକ୍ଷ ୯୦ ହଜାର ଟଙ୍କା ଠକିଥିବା ଜଣେ ଭଣ୍ଡ ବାବାଙ୍କୁ କଟକ ବାଦାମବାଡ଼ି ଥାନା ପୋଲିସ ଗିରଫ କରିଛି । ସୂଚନା ଅନୁସାରେ, ବିବାହର ଅନେକ ବର୍ଷ ହୋଇଯାଇଥିଲେ ସମ୍ପକ୍ତ ଦମ୍ପତ୍ତିଙ୍କର କୌଣସି ସନ୍ତାନ ହୋଇନଥିଲା ।

ଆହୁରି ପଢ଼ନ୍ତୁ : ଥରେ ଜିତେଇଲେ, ଏଥର ହରେଇବେ : ସୂର୍ଯ୍ୟବଂଶୀ ସୁରଜଙ୍କ ବିରୋଧରେ କଇଁଚି ମାରୁଛନ୍ତି ବିଜେପି ନେତା, କ୍ଲିକ କରି ଦେଖନ୍ତୁ ଭିଡିଓ...

ମେଡିକାଲ ଯାଇ ନିରାଶ ହେବା ପରେ ଶେଷରେ ଏହି ଭଣ୍ଡବାବାଙ୍କ ବିଷୟରେ ଶୁଣିଥିଲେ ଦମ୍ପତ୍ତି । ଚାରିଆଡ଼ୁ ନିରାଶ ହେବା ପରେ କାଳେ ଏଠି ତାଙ୍କ ଦୁଃଖ ଦୂର ହେବ ଭାବି ସେ ଭଣ୍ଡବାବାଙ୍କ ପାଖକୁ ଯାଇଥିଲା ।

ପୂଜାର୍ଚ୍ଚନା କରିବା, ଚେର ମୂଳି ଖାଇବାକୁ କହି ପ୍ରାୟ ୩ଲକ୍ଷରୁ ଅଧିକ ଟଙ୍କା ନେଇଥିଲେ ଭଣ୍ଡବାବା । ହେଲେ ଏତେ ପଇସା ଖର୍ଚ୍ଚ କରି ମଧ୍ୟ ସନ୍ତାନ ନହେବାରୁ ଶେଷରେ ବାଦାମବାଡ଼ି ଥାନାରେ ଦ୍ୱାରସ୍ତ ହୋଇଥିଲେ ଦମ୍ପତ୍ତି ।

ଅଭିଯୋଗ ପରେ ଭଣ୍ଡବାବାକୁ ଧରିଥିଲା ପୋଲିସ । ଏପରି ଭଣ୍ଡ ବାବାଙ୍କ ହାବୁଡ଼ରେ ନ ପଡ଼ିବାକୁ ଅପିଲ କରିଛନ୍ତି ଅଭିଯୋଗକାରୀ । ମେଡ଼ିକାଲ ସାଇନ୍ସ ଉପରେ ଭରସା ରଖିବାକୁ କହିଛନ୍ତି ।

Share this story

World Odia Language Conferene