ଥରେ ଜିତେଇଲେ, ଏଥର ହରେଇବେ : ସୂର୍ଯ୍ୟବଂଶୀ ସୁରଜଙ୍କ ବିରୋଧରେ କଇଁଚି ମାରୁଛନ୍ତି ବିଜେପି ନେତା, କ୍ଲିକ କରି ଦେଖନ୍ତୁ ଭିଡିଓ...

Surjyabansi suraj to lose this time in Padampur predicts political analyst

ଓଡ଼ିଆ ଗସିପ ବ୍ୟୁରୋ: ବିଜେଡି କୁ ମାତ୍ ଦେଇ ବିଜେପି ବିଧାୟକ ହୋଇଥିଲେ ଦିବଂଗତ ନେତା ବିଷ୍ଣୁ ସେଠୀଙ୍କ ପୁଅ ସୁରଜ ସୂର୍ଯ୍ୟବଂଶୀ । ଧାମନଗର ଉପନିର୍ବାଚନରେ ବିଜୟ ପରେ ଖୁବ ପ୍ରସଂଶା ସାଉଁଟି ଥିଲେ । ବିଜେପିର ଭବିଷ୍ୟତ ପୀଢ଼ି ପାଇଁ ନୂଆ ସୂର୍ଯ୍ୟଦେୟ ହେଲା ବୋଲି ଚର୍ଚ୍ଚା ହେଉଥିଲା । ସୁରଜଙ୍କ ଭାରି ଜୋରେ ଗଣମାଧ୍ୟମରେ ଟେକିଲେ ଦଳୀୟ ନେତା । ଯାହାଫଳରେ ଦଳରେ ସୁରଜଙ୍କର ଦବଦବା ବଢ଼ିଲା ।

ବିଭିନ୍ନ କାର୍ଯ୍ୟକ୍ରମରେ ସୁରଜଙ୍କୁ ଆଗ ଖୋଜାପଡ଼ିଲା । କିନ୍ତୁ ରାଜନୀତିରେ କେହି କାହାର ଉତ୍ଥାନକୁ ସାହିପାରନ୍ତିନି । ଏହା ହିଁ ସତ । ଆଉ ବିଜେପିରେ ସୁରଜଙ୍କର ଉତ୍ଥାନ ଏବେ ଦଳରେ ଅନେକ ଯୁବନେତାଙ୍କ ପାଇଁ ଅସହ୍ୟ ହୋଇପଡିଥିବା ଶୁଣିବାକୁ ମିଳୁଛି । ଯେଉଁ ନେତା ସୁରଜଙ୍କ ବିଜୟ ପାଇଁ ଚିତ୍କାର କରୁଥିଲେ ଏବେ ସେଇ ନେତା ଚେର କାଟିବାକୁ ଚକ୍ରାନ୍ତ ଆରମ୍ଭ କରିଥିବା କୁହ ଯାଉଛି ।

ଆହୁରି ପଢ଼ନ୍ତୁ : ଆଜିର ରାଶିଫଳ: ଏହି ରାଶି ଥିବା ବ୍ୟକ୍ତି ମାନସିକ ଦୁଶ୍ଚିନ୍ତା ପାଇଁ ଅଡ଼ୁଆରେ ପଡ଼ିପାରନ୍ତି

ବିଜେପିରେ ସୁରଜଙ୍କ ତେଜ ଏବେ କିଛି ଦଳୀୟ ନେତାଙ୍କୁ ଜଳାଇବାକୁ ଯଥେଷ୍ଟ । ଯେଉଁମାନେ ସୁରଜଙ୍କ ପ୍ରଭାବ ଓ ସଫଳତାକୁ ସହିପାରୁନଥିବା ଶୁଣିବାକୁ ମିଳୁଛି । ଯୁବ ଚେହେରା ଭାବେ ଏବେ ସୁରଜଙ୍କୁ ପ୍ରଧାନ କ୍ୟାମ୍ପ ପ୍ରାଧାନ୍ୟ ଦେବା ଆରମ୍ଭ କରିଥିବାର କୁହାଯାଉଛି । ଯେଉଁଥିପାଇଁ ପୂର୍ବରୁ ଦଳରେ ହାକିମାତି କରୁଥିବା କିଛି ଯୁବନେତାଙ୍କ ପତିଆରା କମିଥିବା ଚର୍ଚ୍ଚା ହେଉଛି । ଯାହାକୁ ବରଦାସ୍ତ କରିପାରୁନାହାନ୍ତି ଏହି କୁଚକ୍ରୀ ଗୋଷ୍ଠୀ ।

ତେଣୁ ପୂର୍ବ ପତିଆରା ଫେରି ପାଇବାକୁ ଏବେ ସୁରଜଙ୍କ ବିରୋଧରେ ଦଳ କାଳେ ଚକ୍ରଭିୟୋ ରଚୁଥିବା ଶୁଣିବାକୁ ମିଳୁଛି । ସୁରଜଙ୍କୁ ଏକ ଘରକିଆ କରିବାକୁ ରୀତିମତ ଚକ୍ରାନ୍ତ କରୁଛନ୍ତି । ବିଷ୍ଣୁ ନନ୍ଦନ ଯେମିତି ରାଜ୍ୟ ରାଜନୀତିରେ ପ୍ରଭାବ ବିସ୍ତାର କରିବାରେ ସକ୍ଷମ ନ ହେବେ ସେଥିପାଇଁ କିଛି ବିଜେପି ନେତା ଏବେଠୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ଶୁଣିବାକୁ ମିଳୁଛି । ବିଭିନ୍ନ ପ୍ରସଙ୍ଗରେ ବିଜେପିର ଏହି ଗୋଷ୍ଠୀ ସୁରଜଙ୍କ ସାଥ ଦେଉନଥିବା କୁହାଯାଉଛି ।

ଆହୁରି ପଢ଼ନ୍ତୁ : ନର୍ସିଂ ଛାତ୍ରୀଙ୍କୁ ଭଡ଼ାଘରକୁ ଡାକିଲେ, ଜବରଦସ୍ତ ମଦ ପିଆଇ ଗଣଦୁଷ୍କର୍ମ କଲେ ଦୁଇ ସାଙ୍ଗ

ରାଜ୍ୟ ରାଜନୀତିରେ ନୁହେଁ କେବଳ ଧାମନଗରରେ ସୁରଜ ସୀମିତ ରୁହନ୍ତୁ ବୋଲି ବିଜେପିର ଗୋଟିଏ ଗୋଷ୍ଠୀ ଚାଁହୁଥିବା ଚର୍ଚ୍ଚା ହେଉଛି । ଅର୍ଥାତ ସୁରଜଙ୍କୁ କୂପମଣ୍ଡୁକ କରି ରଖିବାକୁ ଚକ୍ରବ୍ୟୁହ କରାଯାଉଛି । କାଳେ ସୁରଜ ଆଗକୁ ବିଜେପିର ଯୁବ ନେତୃତ୍ବର ମଙ୍ଗ ଧରିନେବେ ସେଥିପାଇଁ ଏବେଠୁ ତାଙ୍କୁ ବ୍ରେକ ଦେବାକୁ ଯୋଜନା ହେଉଥିବା ଶୁଣିବାକୁ ମିଳୁଛି ।

ଦେଖନ୍ତୁ ଭିଡ଼ିଓ :

ସୁରଜଙ୍କ ବ୍ୟକ୍ତିତ୍ୱ, ଭାଷଣ ଓ କାର୍ଯ୍ୟଶୈଳୀରେ ବିଜେପିର ଯୁବ ବର୍ଗ ବେଶ ପ୍ରଭାବିତ । ଯାହା ଅନେକ ସମୟରେ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳେ । ତେବେ ଆଗକୁ କାଳେ ପାଦ ପାଇଁ ସୁରଜ ବିପଦ ସାଜିବେ ସେଥିପାଇଁ ବିଜେପିର ଯୁବ ନେତା ଏବେଠାରୁ ସତର୍କ ହୋଇ ଉଠିଥିବା ଚର୍ଚ୍ଚା ହେଉଛି ।

Share this story

World Odia Language Conferene