ଆଜିର ରାଶିଫଳ: ଏହି ରାଶି ଥିବା ବ୍ୟକ୍ତି ମାନସିକ ଦୁଶ୍ଚିନ୍ତା ପାଇଁ ଅଡ଼ୁଆରେ ପଡ଼ିପାରନ୍ତି

know all about your horoscope of February 22 2023

ଓଡ଼ିଆ ଗସିପ ବ୍ୟୁରୋ: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ :

ବୁଧବାର ରାଶିଫଳ (୨୨-୦୨-୨୦୨୩) :

ମେଷ: ଦିନଟି ଭଲରେ କଟିବ । କୌଣସି ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିପାରେ । କ୍ୟାରିଅରରେ ପରିବର୍ତ୍ତନ ଦେଖାଦେବ । ନୂତନ ଯାନବାହାନ କ୍ରୟ କରିବାର ଯୋଗ ରହିଛି । ନିୟମିତ ଖାଦ୍ୟ ଓ ପାନୀୟ ଉପରେ ଧ୍ୟାନ ଦିଅନ୍ତୁ ।

ବୃଷ: ସାର୍ବଜନୀନ ସ୍ଥାନରେ ଯୁକ୍ତିତର୍କ କରିବା ଠାରୁ ଦୂରେଇ ରୁହନ୍ତୁ । ଦୀର୍ଘ ଦିନରୁ ଅଟକି ଥିବା କାର୍ଯ୍ୟ ପୂରଣ ହେବ । ସାମାଜିକ କାର୍ଯ୍ୟକ୍ରମରେ ଯୋଗଦାନ ଦେବେ । ଆର୍ଥିକ କ୍ଷେତ୍ରରେ ସାଙ୍ଗସାଥୀଙ୍କ ସହଯୋଗ ପାଇବେ ।

ଆହୁରି ପଢ଼ନ୍ତୁ : ନର୍ସିଂ ଛାତ୍ରୀଙ୍କୁ ଭଡ଼ାଘରକୁ ଡାକିଲେ, ଜବରଦସ୍ତ ମଦ ପିଆଇ ଗଣଦୁଷ୍କର୍ମ କଲେ ଦୁଇ ସାଙ୍ଗ

ମିଥୁନ: ଧନସଂପତ୍ତି ମାମଲାରେ ବୁଝିବିଚାରି ନିଷ୍ପତ୍ତି ନିଅନ୍ତୁ । ବହୁ ପ୍ରତୀକ୍ଷିତ ଯାତ୍ରାକୁ ସ୍ଥଗିତ କରିବାକୁ ପଡ଼ିପାରେ । ଜୀବନ ସାଥୀଙ୍କ ପରାମର୍ଶ କ୍ରମେ କାର୍ଯ୍ୟ କରିବେ । ଗୁରୁଜନଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତିତ ରହିବେ ।

କର୍କଟ: ପରିବାରରେ ସୁଖସମୃଦ୍ଧି ବୃଦ୍ଧି ପାଇବାକୁ ଲାଗିବ । ବ୍ୟବସାୟୀଙ୍କ ପାଇଁ ଦିନଟି ଉତ୍ତମ ରହିବ । ସକାରାତ୍ମକ ଚିନ୍ତାଧାରା କାରଣରୁ ସଫଳତା ପାଇବେ । କୌଣସି ଖାସ୍‌ କାମରେ ଦୂରଯାତ୍ରା କରିପାରନ୍ତି ।

ସିଂହ: ଆର୍ଥିକ କ୍ଷେତ୍ରରେ ମଜଭୁତ ରହିବେ । ମହିଳାମାନେ ଆତ୍ମବିଶ୍ବାସର ସହ କାର୍ଯ୍ୟ କରିବେ । ପଦୋନ୍ନତିର ସୁଯୋଗ ରହିଛି । ଦ୍ବନ୍ଦ୍ବରେ ପଡ଼ି ନିଷ୍ପତ୍ତି ନିଅନ୍ତୁ ନାହିଁ । ସମାଜରେ ମାନସମ୍ମାନ ବୃଦ୍ଧି ପାଇବ ।

କନ୍ୟା: କାର୍ଯ୍ୟସ୍ଥଳୀରେ ନୂତନ କାର୍ଯ୍ୟକୁ ସୁଚାରୁ ରୂପରେ ସମାପନ କରିବେ । ଭାଇ ଭଉଣୀଙ୍କ ପାଇଁ ଅସୁବିଧାରେ ପଡ଼ିପାରନ୍ତି । ସ୍ବାସ୍ଥ୍ୟ ପାଇଁ ଚିନ୍ତିତ ରହିବେ । ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କ ମଧୁମୟ ହେବ ।

ତୁଳା: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ । କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି । ପ୍ରିୟଜନଙ୍କଠାରୁ ଆର୍ଥିକ ସହାୟତା ପାଇବେ । ଯାତ୍ରା ସମୟରେ ସାବଧାନ ରୁହନ୍ତୁ ।

ବିଛା: ବିରୋଧୀ ତଥା ପ୍ରତିଦ୍ବନ୍ଦ୍ବୀମାନେ ଦୂରେଇ ରହିବେ । ସାଙ୍ଗସାଥୀଙ୍କ ସହଯୋଗ ପାଇବେ । ମାନସିକ ଦୁଶ୍ଚିନ୍ତା ପାଇଁ ଅଡ଼ୁଆରେ ପଡ଼ିପାରନ୍ତି । ବ୍ୟବସାୟରେ ଆଶାଜନକ ଫଳ ପାଇବେ ନାହିଁ ।

ଆହୁରି ପଢ଼ନ୍ତୁ : ସୋସିଆଲ ମିଡିଆରେ ଫଟୋ ପୋଷ୍ଟକୁ ନେଇ ତେଜୁଛି ଆଇପିଏସ୍-ଆଇଏଏସ୍ କଳି, ବିନା ପୋଷ୍ଟିଂରେ ତିନି ଜଣଙ୍କ ହେଲା ବଦଳି

ଧନୁ: ନିଜ ନିର୍ଦ୍ଧାରିତ କାର୍ଯ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ବିଭିନ୍ନ ପ୍ରକାର ସମସ୍ୟାରେ ସମ୍ମୁଖୀନ ହେବାକୁ ପଡ଼ିପାରେ । ଆର୍ଥିକ ଅବସ୍ଥାରେ ପରିବର୍ତ୍ତନ ଦେଖାଦେବ ।

ମକର: ଦିନଟି ଉତ୍ସାହପୂର୍ଣ୍ଣ ରହିବ । ସାଙ୍ଗସାଥୀ ଓ ବନ୍ଧୁବାନ୍ଧବଙ୍କ ସହ ଅଧିକ ସମୟ କଟିବ । ବ୍ୟବସାୟରେ ଉନ୍ନତି ଦେଖାଦେବ । ଛାତ୍ରଛାତ୍ରୀଙ୍କୁ ନୂତନ ସୁଯୋଗ ମିଳିପାରେ ।

କୁମ୍ଭ: କର୍ମସ୍ଥଳୀରେ ଅଧିକ କାର୍ଯ୍ୟଭାର ରହିବ । ଆୟର ସ୍ରୋତ ବିକଶିତ ହେବ । ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ । ତରବରିଆ ଭାବେ କୌଣସି କାର୍ଯ୍ୟ କରନ୍ତୁ ନାହିଁ । ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କ ନିବିଡ଼ ରହିବ ।

ମୀନ: ଦିନଟି ମହତ୍ତ୍ବପୂର୍ଣ୍ଣ ରହିବ । କୋର୍ଟକଚେରୀ ମାମଲାରେ ସଫଳତା ପାଇବେ । ବିରୋଧୀମାନେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବେ । ଜୀବନସାଥୀଙ୍କ ସହ ଭୁଲ୍‌ ବୁଝାମଣା ସୃଷ୍ଟି ହୋଇପାରେ ।

Share this story

World Odia Language Conferene