ସୋସିଆଲ ମିଡିଆରେ ଫଟୋ ପୋଷ୍ଟକୁ ନେଇ ତେଜୁଛି ଆଇପିଏସ୍-ଆଇଏଏସ୍ କଳି, ବିନା ପୋଷ୍ଟିଂରେ ତିନି ଜଣଙ୍କ ହେଲା ବଦଳି

IPS IAS fight get viral in internet

ଓଡ଼ିଆ ଗସିପ ବ୍ୟୁରୋ: କର୍ଣ୍ଣାଟକର ମହିଳା ଆଇପିଏସ ଏବଂ ଆଇଏଏସ୍‌ ଅଧିକାରୀଙ୍କ ମଧ୍ୟରେ ଚାଲିଥିବା ଲଢ଼େଇ ସାର୍ବଜନୀନ ହୋଇଯାଇଛି । ଏବେ ସୋସିଆଲ ମିଡିଆରେ ଅଧିକାରୀଙ୍କ ଗୋପନୀୟ ଫଟୋ ଭାଇରାଲ ହୋଇଛି । ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପରେ ମାତିଥିବା କର୍ଣ୍ଣାଟକର ଦୁଇ ମହିଳା ଅଧିକାରୀଙ୍କୁ ରାଜ୍ୟ ସରକାର ଶେଷରେ ବଦଳି କରିଛନ୍ତି ।

ଆଇପିଏସ୍ ଅଧିକାରୀ ଡି.ରୁପା ମୁଦଗିଲ୍ ଓ ଆଇଏଏସ୍ ଅଫିସର ରୋହିଣୀ ସିନ୍ଧୁରୀଙ୍କୁ ବଦଳି କରାଯାଇଛି । ଉଭୟଙ୍କୁ ବିନା ପୋଷ୍ଟିଂରେ ଟ୍ରାନ୍ସଫର କରାଯାଇଛି । ଏଥିସହିତ ଆଇପିଏସ୍ ଅଧିକାରୀ ଡି ରୁପାଙ୍କ ସ୍ବାମୀ ଆଇଏଏସ୍ ଅଧିକାରୀ ମୁନିଶ ମୌଦଗିଲଙ୍କୁ ମଧ୍ୟ ବିନା ପୋଷ୍ଟିଂରେ ବଦଳି କରାଯାଇଛି ।

ଏହି ଘଟଣା କର୍ଣ୍ଣାଟକ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି । ବଦଳି ପୂର୍ବରୁ ବି.ରୁପା ହସ୍ତଶିଳ୍ପ ଉନ୍ନୟନ ନିଗମର ନିର୍ଦ୍ଦେଶକ ଓ ରୋହିଣୀ ସିନ୍ଧୁରୀ ହିନ୍ଦୁ ଧାର୍ମିକ ସଂସ୍ଥା ଓ ଚାରିଟେବୁଲ ଏନଡାଓମେଣ୍ଟ ବିଭାଗର କମିଶନର ଥିଲେ ।

ଆହୁରି ପଢ଼ନ୍ତୁ : କେମିତି ନବ ଦାସଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ଗୋପାଳ? ସାମ୍ନାକୁ ଆସିଲା ହତ୍ୟାକାଣ୍ଡ ଠିକ୍ ପୂର୍ବର ଭିଡିଓ ଓ ଫଟୋ, ଯାହା ଆପଣ କେବେ ଦେଖି ନଥିବେ…

ସୂଚନାଯୋଗ୍ୟ କର୍ଣ୍ଣାଟକ ଆଇପିଏସ ଅଧିକାରୀ ଡି ରୁପା ମୌଦଗିଲ ରବିବାର ନିଜ ଫେସବୁକ ପେଜରେ ଆଇଏଏସ ଅଧିକାରୀ ରୋହିଣୀ ସିନ୍ଧୁରୀଙ୍କ ଫଟୋ ଭାଇରାଲ କରିଥିଲେ । ସିନ୍ଧୁରୀ ପୁରୁଷ ଆଇଏଏସ୍‌ ଅଧିକାରୀଙ୍କ ଗୋପନୀୟ ଫଟୋ ସେୟାର କରି ସେବା ନିୟମ ଉଲ୍ଲଙ୍ଘନ କରିଥିବା ସେ ଅଭିଯୋଗ କରିଥିଲେ । ସେ ୨୦୨୧ରୁ ୨୨ ମଧ୍ୟରେ ୩ ଆଇଏଏସଙ୍କୁ ଏହି ଫଟୋ ପଠାଇଥିଲେ ।

ଏହାର ଦିନକ ପୂର୍ବରୁ ଆଇପିଏସ ଅଧିକାରୀ ଆଇଏଏସ୍‌ଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଲଗାଇଥିଲେ । ତେବେ ସେ ଅଭିଯୋଗକୁ ଖାରଜ କରି ଦେଇଥିଲେ । ଜନତା ଦଳ ବିଧାୟକ ସାରା ମେହଶଙ୍କ ସହ ସିନ୍ଧୁରୀଙ୍କ ଫଟୋ ଭାଇରାଲ ହେବା ପରେ ଏହି ବିବାଦ ଆରମ୍ଭ ହୋଇଥିଲା । ୨୦୨୧ରେ ସିନ୍ଧୁରୀ ମସୁରୀରେ ମୁତୟନ ଥିବା ସମୟରେ ଉଭୟେ ପରସ୍ପର ବିରୋଧରେ ଦୁର୍ନୀତି ଅଭିଯୋଗ ଲଗାଇଥିଲେ ।

କେବଳ ଏତିକି ନୁହେଁ, ଡି ରୁପା ସିନ୍ଧୁରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗର ଏକ ଲମ୍ବା ତାଲିକା ପ୍ରକାଶ କରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଏବଂ ମୁଖ୍ୟ ଶାସନ ସଚିବ ବନ୍ଦିତା ଶର୍ମାଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ ।

ଆହୁରି ପଢ଼ନ୍ତୁ : ଝାରସୁଗୁଡାର ପୁଣି ଏହି ପୂର୍ବତନ ବିଧାୟକଙ୍କୁ ହତ୍ୟା ଯୋଜନା, ପ୍ରତିଶୋଧ ନେଇଥାନ୍ତେ ପୋଲିସ କନଷ୍ଟେବଳ, ବଦଳି ହେଲେ...

ଏହା ପରେ ସିନ୍ଧୁରୀ ରବିବାର ଦିନ ଏକ ବୟାନରେ କହିଛନ୍ତି, ‘ଡି ରୁପା ମୋ ବିରୋଧରେ ଏକ ମିଥ୍ୟା, ବ୍ୟକ୍ତିଗତ ନିନ୍ଦା ଅଭିଯାନ’ ଚଳାଉଛନ୍ତି ଏବଂ ଧମକ ଦେଉଛନ୍ତି । ସେ ମୋତେ ବଦନାମ କରିବା ପାଇଁ ସୋସିଆଲ ମିଡିଆରୁ ଓ ହ୍ବାଟସ ଆପରୁ ସ୍କ୍ରିନସଟ ସଂଗ୍ରହ କରି ରଖିଛନ୍ତି । ଯେହେତୁ ସେ ଅଭିଯୋଗ କରିଛନ୍ତି ଯେ ମୁଁ ଏହି ଫଟୋଗୁଡ଼ିକୁ କିଛି ପୁରୁଷ ଅଧିକାରୀଙ୍କ ନିକଟକୁ ପଠାଇଛି, ତେଣୁ ମୁଁ ସେମାନଙ୍କ ନାମ ପ୍ରକାଶ କରିବାକୁ ତାଙ୍କୁ ଅନୁରୋଧ କରୁଛି ।

ଏହି ପ୍ରସଙ୍ଗରେ କର୍ଣ୍ଣାଟକର ଗୃହମନ୍ତ୍ରୀ କହିଛନ୍ତି, ମୁଁ ଏହି ବିବାଦକୁ ପୁଲିସ ମୁଖ୍ୟଙ୍କ ସହ ଆଲୋଚନା କରିଛି ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ଏହା ଜାଣିଛନ୍ତି । ଆମେ ଚୁପ୍ ବସି ନାହୁଁ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦୁହେଁ ଏତେ ଖରାପ ବ୍ୟବହାର କରୁଛନ୍ତି କି ସାଧାରଣ ଲୋକ ମଧ୍ୟ ରାସ୍ତାରେ ଏହିପରି କଥାବାର୍ତ୍ତା କରନ୍ତି ନାହିଁ ।

Share this story

World Odia Language Conferene