କେମିତି ନବ ଦାସଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ଗୋପାଳ? ସାମ୍ନାକୁ ଆସିଲା ହତ୍ୟାକାଣ୍ଡ ଠିକ୍ ପୂର୍ବର ଭିଡିଓ ଓ ଫଟୋ, ଯାହା ଆପଣ କେବେ ଦେଖି ନଥିବେ…

viral video of ASI Gopal Das surfaces while firing at Naba Das

ଓଡ଼ିଆ ଗସିପ ବ୍ୟୁରୋ: ନବ ଦାସଙ୍କୁ କେମିତି ହତ୍ୟା କଲା ଗୋପାଳ? ତାହାର ଏକାଧିକ ଭିଡିଓ ଆପଣ ଦେଖିଥିବେ । ଭିଡ ଭିତରେ ଗୋପାଳ ନବଙ୍କ ଗାଡି ପାଖକୁ ଆସି ଅତି ନିକଟରୁ ଗୁଳି କରି ଚାଲିଯାଇଥିଲା । ହେଲେ ଗୋପାଳ ଗୁଳି କରୁଥିବାର ଏକ ଫଟୋ ଏବେ ସାମ୍ନାକୁ ଆସିଛି ।

ନବଙ୍କ ଠିକ୍ ସାମ୍ନାରେ ଛିଡା ହୋଇ ଦୁଇ ହାତରେ ବନ୍ଧୁକକୁ ଧରି ସିଧା ଛାତିକୁ ଗୁଳି କରୁଥିବା ସେହିି ଫଟୋରୁ ଜଣାପଡୁଛି । ସେହିପରି ସର୍ଭିସ ରିଭଲବର ବାହାର କରୁଥିବାର ଏକ ଭିଡିଓ ମଧ୍ୟ କନକ ନ୍ୟୁଜ ହାତରେ ଲାଗିଛି । ଫଟୋ ଓ ଭିଡିଓରୁ ଜଣାପଡିଛି ଗୋପାଳ ହିଁ ନବଙ୍କୁ ଗୁଳି କରିଛି । ତେବେ ହତ୍ୟାର ଉଦ୍ଦେଶ୍ୟ ଏବେ ବି ରହସ୍ୟ ହୋଇ ରହିଛି ।

ଆହୁରି ପଢ଼ନ୍ତୁ : ଦ୍ୱିତୀୟ ବିବାହ କରିବେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର !

କୁହାଯାଏ ଶତାଧିକ ଶବ୍ଦରେ ଯାହା କହି ହୁଏନି, ଗୋଟିଏ ଫଟୋ ତାକୁ ବୟାନ କରିଦିଏ । ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ ଗୁଳି କରୁଥିବା ସମୟରେ ସେହି ଫଟୋକୁ ଦେଖିଲେ, ତା ମନରେ ଥିବା କଠୋର ଭାବ ବେଶ ବାରି ହୋଇପଡୁଛି । ଆଖିରେ ରହିଛି ଘୃଣା ଓ ନୃଶଂସତା । ମନ୍ତ୍ରୀ ନବ ଦାସଙ୍କ ସାମ୍ନାରେ ଆସି ଛିଡା ହୋଇଯାଇଛି ଗୋପାଳ ।

firing at Naba Das

ଦୁଇ ହାତରେ ବନ୍ଧୁକକୁ ଏତେ ଜୋରରେ ଜାବୁଡି ଧରିଛି ଯେ, ହାତର ଶିରା ଟାଣ ହୋଇଯାଇଛି । ଲାଗୁଛି ଯେମିତି ଗୋଟିଏ ଗୁଳିରେ ମନ୍ତ୍ରୀଙ୍କୁ ମାରିଦେବାକୁ ନିଶ୍ଚିତ କରି ଆସିଛି ଗୋପାଳକୃଷ୍ଣ ଦାସ । ନବ ଦାସ ହତ୍ୟାକାଣ୍ଡର ଅନେକ ଭିଡିଓ ଆପଣ ଦେଖିଥିବେ । ଯେଉଁଠି ଭିଡ ଭିତରେ ଗୋପାଳ କେତେବେଳେ ଆସି ନବଙ୍କୁ ଗୁଳି କରି ଚାଲିଯାଉଛି ତାହା ସ୍ପଷ୍ଟ ଜଣା ପଡୁନାହିଁ ।

ଦେଖନ୍ତୁ ଭିଡ଼ିଓ :

ହେଲେ ବର୍ତ୍ତମାନ ଆସିଥିବା ଫଟୋରୁ ସ୍ପଷ୍ଟ ହେଉଛି ଯେ, ଗୋପାଳର ଗୁଳିରେ ହିଁ ଟଳି ପଡିଛନ୍ତି ମନ୍ତ୍ରୀ ନବ ଦାସ । ସମର୍ଥକମାନେ ଫୁଲମାଳ ଦେଉଥିବା ବେଳେ ସାମ୍ନାରେ ଓ ଅତି ପାଖରେ ଛିଡା ହୋଇ ଗୁଳି କରିଛି ଗୋପାଳ ।

ଯଦିଓ ନବ ଦାସଙ୍କୁ ଗୋପାଳ ହିଁ ଗୁଳି କରି ମାରିଥିବା କଥା ଏକାଧିକ ଭିଡିଓ ଏବଂ ଏହି ଫଟୋରୁ ସ୍ପଷ୍ଟ ହୋଇଛି । କିନ୍ତୁ ଗୋପାଳ କାହିଁକି ନବଙ୍କୁ ହତ୍ୟାକଲା ତାର କାରଣ ଖୋଜୁଛି କ୍ରାଇମବ୍ରାଞ୍ଚ । ହତ୍ୟାର ଉଦ୍ଦେଶ୍ୟ ନେଇ ଯେଉଁସବୁ ସୂଚନା ସାମ୍ନାକୁ ଆସିଛି ତାହା ଗ୍ରହଣୀୟ ହୋଇପାରୁ ନାହିଁ ।

Share this story

World Odia Language Conferene