ଦ୍ୱିତୀୟ ବିବାହ କରିବେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର !

Captain Dibyashankar Mishra is all set to tie knot soon

ଓଡ଼ିଆ ଗସିପ ବ୍ୟୁରୋ: ପୁଣି ଚର୍ଚ୍ଚାରେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ ବିଧାୟକ ଦିବ୍ୟଶଙ୍କର ମିଶ୍ର । ଏଥର ବାହା ହେବାକୁ ନେଇ ଚର୍ଚ୍ଚା । ଦିବ୍ୟଶଙ୍କର ମିଶ୍ର ପୁଣି ବିବାହ କରିବାକୁ ଯାଉଥିବା ନେଇ ସୋସିଆଲ ମିଡିଆରେ ଖବର ଭାଇରାଲ ହେଉଛି ।

ଦିବ୍ୟଶଙ୍କର ତାଙ୍କ ଜୁନାଗଡ଼ ନିର୍ବାଚନମଣ୍ଡଳୀର ଗୋଲମୁଣ୍ଡା ବ୍ଲକ ଦେକୋଟ ଗାଁର ଜଣେ ଯୁବତୀଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି । ଫେବୃୟାରୀ ଶେଷ ସପ୍ତାହରେ ତଥା ୨୫ ତାରିଖରେ ପୁରୀରେ ସେ ବିବାହ କରିବେ ବୋଲି ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ : ଝାରସୁଗୁଡାର ପୁଣି ଏହି ପୂର୍ବତନ ବିଧାୟକଙ୍କୁ ହତ୍ୟା ଯୋଜନା, ପ୍ରତିଶୋଧ ନେଇଥାନ୍ତେ ପୋଲିସ କନଷ୍ଟେବଳ, ବଦଳି ହେଲେ...

ଉଭୟଙ୍କର ଏହା ଦ୍ୱିତୀୟ ବିବାହ । ଦିବ୍ୟଶଙ୍କର ପୂର୍ବରୁ ଜୟପାଟଣାରେ ବିବାହ କରିଥିଲେ । କିନ୍ତୁ କୌଣସି କାରଣକୁ ନେଇ ସେ ଛାଡପତ୍ର ଦେଇଥିଲେ । ଏନେଇ ଦିବ୍ୟଶଙ୍କରଙ୍କ କିମ୍ବା ତାଙ୍କ ପରିବାର ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ ।

Share this story

World Odia Language Conferene