କାଳବୈଶାଖୀ ସତର୍କତା : ବିଜୁଳି-ଘଡ଼ଘଡ଼ି ସହ ବର୍ଷା ନେଇ ୭ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ଓ୍ବାର୍ନିଂ

weather department issued yellow warning to these seven districts

ଓଡ଼ିଆ ଗସିପ୍ ବ୍ୟୁରୋ: ଗରମ ଗୁଳୁଗୁଳିରୁ ରାଜ୍ୟବାସୀଙ୍କୁ ମିଳିଛି ତ୍ରାହି । ଗତକାଲି ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ପାଣିପାଗ ବିଭାଗ ପକ୍ଷରୁ ୭ ଜିଲ୍ଲା ପାଇଁ ହିଟ୍‌ୱେଭ୍‌ ୱାର୍ଣ୍ଣିଂ ଜାରି କରାଯାଇଥିଲା । କିନ୍ତୁ ଶୁକ୍ରବାର ଭୋର୍‌ ପ୍ରାୟ ୪ଟା ବେଳକୁ ହଠାତ୍‌ ରାଜ୍ୟର ପାଗ ବଦଳି ଯାଇଥିଲା । କାଳବୈଶାଖୀ ପ୍ରଭାବରେ ମେଘୁଆ ପାଗ ସହ ପବନ ବହିବା ଆରମ୍ଭ ହୋଇଥିଲା ।

ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଯୋଗୁଁ କମିଛି ତାପମାତ୍ରା । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଦୈନିକ ତାପମାତ୍ରା ୪ରୁ ୫ ଡିଗ୍ରୀ ହ୍ରାସ ପାଇବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ଓ ଆସନ୍ତାକାଲି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ଆଶଙ୍କା ରହିଛି । ଆଜି ଦକ୍ଷିଣ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବ ।

ତେବେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆଜି କାଳବୈଶାଖୀ ନେଇ ୭ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ତିନି ଘଣ୍ଟା ମଧ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବ । ପବନର ବେଗ ୪୦ରୁ ୫୦ କି.ମି. ରହିବା ନେଇ ଅନୁମାନ କରାଯାଇଛି ।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା ଉପନିର୍ବାଚନର ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ସମ୍ପତ୍ତି ତାଲିକା ଉପରେ ନଜର ପକାନ୍ତୁ; ତାଙ୍କ ପାଖରେ କ’ଣ ସବୁ ରହିଛି ?

ନୂଆପଡା, ବଲାଙ୍ଗିର, ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ, ଦେଓଗଡ ଓ କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ଏହାର ପ୍ରଭାବ ପଡିବ । ବଜ୍ରପାତକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ଉପରୋକ୍ତ ୭ ଜିଲ୍ଲାବାସୀଙ୍କୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଅନ୍ୟପଟେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୩ରୁ ୪ ଦିନ ଯାଏ ରାଜ୍ୟରେ କାଳବୈଶାଖୀର ପ୍ରଭାବ ରହିଛି । ଫଳରେ ରାଜ୍ୟରେ ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ । କିଛି କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇପାରେ । ଫଳରେ ଆସନ୍ତା ୨୪ ତାରିଖ ଯାଏ ରାଜ୍ୟର ତାତିରେ ବ୍ରେକ୍‌ ଲାଗିବ ।

ସେହିପରି ରବିବାର ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, କଳାହାଣ୍ଡି, କନ୍ଧମାଳ,ରାୟଗଡ଼ା, କଟକ, ଜଗତ୍‌ସିଂହପୁର ଏବଂ ନବରଙ୍ଗପୁର ଜିଲାରେ ପ୍ରବଳ ବର୍ଷା ହେବା ସହ ପବନ ବହିବ । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି । କେତେକ ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇପାରେ । ଏଭଳି ପାଗ ଆସନ୍ତା ୨୬ ତାରିଖ ଯାଏ ରହିବା ନେଇ ଅନୁମାନ କରାଯାଇଛି ।

ଆହୁରି ପଢ଼ନ୍ତୁ: ଆଜିର ରାଶିଫଳ : ଏହି ୫ ରାଶିରେ ବୃହସ୍ପତି ଚଳନ ରହିବ; ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ ଓ କାହା ପାଇଁ ଅଶୁଭ...

ଅଚାନକ ପାରଦ ଖସିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟର ପୂର୍ବତନ ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି, ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇଛି । ଏଥିଯୋଗୁ ସମୁଦ୍ର ମଧ୍ୟରୁ ସ୍ଥଳଭାଗକୁ ଜଳୀୟ ବାଷ୍ପ ଆସୁଛି । ଏଥିସହିତ ବାୟୁମଣ୍ଡଳ ଉପରି ଭାଗରେ ଏକ ଟ୍ରପ୍‌ଲାଇନ୍‌ ରହିଛି । ଉଭୟ ଟ୍ରପ୍‌ଲାଇନ୍‌ ଏବଂ ଜଳୀୟବାଷ୍ପ ମିଶ୍ରିତ ହୋଇ ଓଡ଼ିଶାରେ କାଳବୈଶାଖୀଜନିତ ବର୍ଷା କରାଇବାରେ ସହାୟକ ହେବ । ବର୍ଷାର ପରିମାଣ ଶନିବାରଠାରୁ ଅଧିକ ରହିବ ବୋଲି ସେ କହିଛନ୍ତି ।

Share this story

World Odia Language Conferene