ଝାରସୁଗୁଡ଼ା ଉପନିର୍ବାଚନର ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ସମ୍ପତ୍ତି ତାଲିକା ଉପରେ ନଜର ପକାନ୍ତୁ; ତାଙ୍କ ପାଖରେ କ’ଣ ସବୁ ରହିଛି ?

How much amount of property has BJD candidate Dipali Das for Jharsuguda Bypolls

ଓଡ଼ିଆ ଗସିପ୍ ବ୍ୟୁରୋ: ଝାରସୁଗୁଡ଼ା ଉପନିର୍ବାଚନରେ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି । ତେବେ ଅନଲାଇନରେ ଏହି ୩ ପ୍ରାର୍ଥୀଙ୍କ ସତ୍ୟପାଠ ଅପ୍‌ଲୋଡ୍‌ ହେବାପରେ ପ୍ରାର୍ଥୀଙ୍କ ବିଷୟରେ ଜାଣିବାକୁ ଜନତା ବେଶ୍‌ ଆଗ୍ରହୀ ଥିବା ଦେଖିବାକୁ ମିଳିଛି ।

ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଅନ୍ୟ ୨ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଟଙ୍କଧର ତ୍ରିପାଠୀ ଓ କଂଗ୍ରେସର ତରୁଣ ପାଣ୍ଡେଙ୍କଠାରୁ ଶିକ୍ଷା, ସମ୍ପତ୍ତିରେ ଆଗୁଆ ରହିଛନ୍ତି । ଦୀପାଳିଙ୍କ ଶିକ୍ଷାଗତ ଯୋଗ୍ୟତା ଏମ୍‌ବିଏ ହୋଇଥିବା ବେଳେ ଟଙ୍କଧରଙ୍କର ବିଏ, ଏଲଏଲ୍‌ବି ରହିଛି ।

ତରୁଣ ବିଇ ପାଠ୍ୟକ୍ରମ ଅଧାରୁ ଛାଡ଼ିଥିବା ତାଙ୍କ ସତ୍ୟପାଠରେ ଦର୍ଶାଇଛନ୍ତି । ତିନି ପ୍ରାର୍ଥୀଙ୍କ ସମ୍ପତ୍ତି ଦେଖିଲେ ଦୀପାଳି ଅନ୍ୟ ୨ ଜଣଙ୍କଠାରୁ ଆଗୁଆ ରହିଛନ୍ତି ।

ଆହୁରି ପଢ଼ନ୍ତୁ: ଆଜିର ରାଶିଫଳ : ଏହି ୫ ରାଶିରେ ବୃହସ୍ପତି ଚଳନ ରହିବ; ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ ଓ କାହା ପାଇଁ ଅଶୁଭ...

ଦୀପାଳି ଦାସଙ୍କ ସମ୍ପତ୍ତି ତାଲିକା ଉପରେ ନଜର ପକାନ୍ତୁ: ଦୀପାଳିଙ୍କ ସମ୍ପତ୍ତି କେତେ?

– ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ- ୧ କୋଟି ୮୮ ଲକ୍ଷ ୬ ହଜାର ୪୩୬ ଟଙ୍କା ।

– ଦୀପାଳିଙ୍କ ମାଆଙ୍କ ନାଁରେ ରହିଛି- ୩୨ କୋଟି ୫୨ ଲକ୍ଷ ୮୧ ହଜାର ୪୪୩ ଟଙ୍କାର ଅସ୍ଥାବର ସଂପତ୍ତି । ମାଆଙ୍କ ପାଖରେ ଥିବା ସ୍ଥାବର ସଂପତ୍ତିର ମୂଲ୍ୟ- ୫ କୋଟି ୪୨ ଲକ୍ଷ ୧ ହଜାର ୪୦୦ ଟଙ୍କା । ତେବେ ମାଆଙ୍କ ପାଖରେ ୩୩୦ ଗ୍ରାମ ସୁନା ଓ ୮୫୦ ଗ୍ରାମ ରୁପା ରହିଛି ।

– ଦୀପାଳିଙ୍କ ପାଖରେ ଅଛି ୩୪ ଲକ୍ଷ ୩୯ ହଜାର ଟଙ୍କାର ସ୍ଥାବର ସଂପତ୍ତି ।

ଆହୁରି ପଢ଼ନ୍ତୁ: ତିନି ଦିନ ଯାଏଁ କାଳବୈଶାଖୀ ଓ ଘଡ଼ଘଡ଼ି ବର୍ଷା !, ୫୦ କିମି ବେଗରେ ପବନ ବହିବ

– ପାଖରେ କୌଣସି ସୁନା ଗହଣା ରଖିନାହାନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ।

– ୪୨ ଲକ୍ଷ ଟଙ୍କାର ଏକ୍ସକାଭେଟର ଗାଡି ଦୀପାଳି ଦାସଙ୍କ ନାଁରେ ରହିଛି । ପାଖରେ ମାତ୍ର ୨ ଲକ୍ଷ ୮୫ ହଜାର ନଗଦ ଟଙ୍କା ରହିଥିବା ସତ୍ୟପାଠରେ ଦର୍ଶାଇଛନ୍ତି ଦୀପାଳି ।

– ଦୀପାଳିଙ୍କ ନାଁରେ ୨୬ ଲକ୍ଷ ୭୧ ହଜାର ୬୬୩ ଟଙ୍କାର ଋଣ ରହିଛି ।

– ସ୍ପେନର ବାର୍ସିଲୋନାରେ ଥିବା ଇୟୁ ବିଜନେଓ ସ୍କୁଲରୁ ଏମବିଏ କରିଛନ୍ତି ଦୀପାଳି ଦାସ ।
 

Share this story

World Odia Language Conferene