ଆଜିର ରାଶିଫଳ : ଏହି ୫ ରାଶିରେ ବୃହସ୍ପତି ଚଳନ ରହିବ; ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ ଓ କାହା ପାଇଁ ଅଶୁଭ...

Astrology what happen when Jupiter transits with these zodiac signs

ଓଡ଼ିଆ ଗସିପ୍ ବ୍ୟୁରୋ: ପଞ୍ଜିକା ଅନୁସାରେ ଦେବଗୁରୁ ବୃହସ୍ପତି ଶୁକ୍ରବାର ରାତିର ଶେଷ ସମୟରେ ୫ଟା ୧୩ ମିନିଟ୍‌ ସମୟରେ ମୀନ ରାଶିର ଅଶ୍ୱନୀ ନକ୍ଷତ୍ର ମେଷ ରାଶିକୁ ସଂଚାର କରିବେ । ବୃହସ୍ପତି ମହାଗ୍ରହ ହେଉଛନ୍ତି ଶୁଭ ଗ୍ରହ । ତାଙ୍କର ଦୃଷ୍ଟି ଜାତକ ଯେଉଁ ଭାବ ଉପରେ ରୁହେ ସେ ଭାବ ବୃଦ୍ଧି ପାଏ । ସମସ୍ତ ମଙ୍ଗଳ କର୍ମର କାରକ ଅଟନ୍ତି । ସେ ସନ୍ତାନ, ବିଦ୍ୟା, ଧନ, ବିବାହ ସୁଖ ଆଦି ସମସ୍ତ ଶୁଭ କାର୍ଯ୍ୟ କରାଇ ଥାନ୍ତି । ବୃହସ୍ପତି ମହାଗ୍ରହ ଗୋଟିଏ ରାଶିରେ ହାରାହାରି ୧୩ ମାସ ପର୍ଯ୍ୟନ୍ତ ଅବସ୍ଥାନ କରିଥାନ୍ତି ।

ବୃହସ୍ପତି ଗୋଚରରେ ଶୁଦ୍ଧି...: ମିଥୁନ, ସିଂହ, ତୁଳା, ଧନୁ ଓ ମୀନ ରାଶିର ଗୋଚରରେ ବୃହସ୍ପତି ଶୁଭ ଫଳ ପ୍ରଦାନ କରିବେ । ଏତଦ୍‌ବ୍ୟତୀତ ଅନ୍ୟାନ୍ୟ ରାଶିଙ୍କ ପକ୍ଷେ ଅଶୁଭ ପ୍ରଦ l ଚାଲନ୍ତୁ ଜାଣିବା ୧୨ ରାଶି ଉପରେ କଣ ରହିଛି ବୃହସ୍ପତିଙ୍କର ପ୍ରଭାବ...

ମେଷ - ସ୍ୱାସ୍ଥ୍ୟରେ ସାମାନ୍ୟ ସମସ୍ୟା ଦେଖା ଦେଇପାରେ l ଚାକିରିରେ ଅନ୍ୟ ସ୍ଥାନକୁ ପରିବର୍ତ୍ତନ ହୋଇପାରେ l ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରିପାରନ୍ତି l ମାଲିମକଦ୍ଦମାକୁ ନେଇ ମନରେ ଟିକେ ଭୟ ଆସିପାରେ । ପ୍ରତିକାର - ଦେବାନାଂ ଚ ଋଷୀଣା° ଚ ଗୁରୁ° କନକ - ସନ୍ନିଭମ୍ ବନ୍ଦ୍ୟ ଭୁତଂ ତ୍ରିଲୋକେଶ° ତଂ ନମାମି ବୃହଷ୍ପତିମ୍ ମନ୍ତ୍ର ଜପ କରନ୍ତୁ ।

ବୃଷ - ଶାରୀରିକ ଅସୁସ୍ଥତା ସାମାନ୍ୟ ଦେଖା ଦେଇପାରେ l ଆୟ କମ୍‌, ବ୍ୟୟ ବୃଦ୍ଧି ହେବା ସହ ଅର୍ଥ ହାନି ଲାଗି ରହିପାରେ l ଚାକିରି କ୍ଷେତ୍ରରେ ମହିଳାମାନେ ବହୁ ନାନାବିଧ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ପ୍ରତିକାର - ମହାପ୍ରଭୁଙ୍କ ଦଶ ଅବତାରରୁ ଶ୍ରୀ ବାମନଙ୍କ ଫଟୋକୁ ପୂଜା କରନ୍ତୁ ।

ଆହୁରି ପଢ଼ନ୍ତୁ: ତିନି ଦିନ ଯାଏଁ କାଳବୈଶାଖୀ ଓ ଘଡ଼ଘଡ଼ି ବର୍ଷା !, ୫୦ କିମି ବେଗରେ ପବନ ବହିବ

ମିଥୁନ - ସ୍ୱାସ୍ଥ୍ୟ ଭଲ ରହିବ। ଶତ୍ରୁ ଦମନ, ଯଶ, ସମ୍ମାନ ବୃଦ୍ଧି, ପ୍ରତିଷ୍ଠା ବା ପ୍ରମୋସନ ହୋଇପାରେ । ବାକି ପଡ଼ିଥିବା ଅର୍ଥ ଫେରି ପାଇପାରନ୍ତି l କର୍ମକ୍ଷେତ୍ରରେ ଭଲ କାର୍ଯ୍ୟ କରି ସମସ୍ତଙ୍କ ପ୍ରିୟ ହେବେ l ଶିକ୍ଷା କ୍ଷେତ୍ରରେ ଆଗକୁ ଯିବେ ।

କର୍କଟ - ଶରୀର ପ୍ରତି ଯତ୍ନବାନ ରହିବା ଉଚିତ୍‌ । କର୍ମକ୍ଷେତ୍ରରେ ସହକର୍ମୀମାନେ ବିଶ୍ୱାସଘାତକ କରି ପାରନ୍ତି l ପ୍ରେମିକା, ପ୍ରେମିକ ଉଭୟଙ୍କ ଭିତରେ ସନ୍ଦେହଭାବ ଜାତ ହୋଇପାରେ । ପରିବାର ଭିତରେ କୌଣସି କାରଣରୁ ତିକ୍ତତା ଦେଖା ଦେଇପାରେ । ପ୍ରତିକାର - ଗୌର ବର୍ଣ୍ଣ  ଗ୍ରହବିପ୍ରଙ୍କୁ ଗୁରୁବାର ଦିନ ହଳଦିଆ ବସ୍ତ୍ର, ଖେଚୁଡ଼ି ଭୋଜନ ଦେଇ ଦକ୍ଷିଣା ପ୍ରଦାନ କରନ୍ତୁ ।

ସିଂହ -  ଶାରୀରିକ କଷ୍ଟ ଦୂର ହୋଇଯିବ । କର୍ମକ୍ଷେତ୍ର ନୈରାଶ୍ୟ ଦୁରେଇ ଯିବ ଓ ପ୍ରତିଷ୍ଠା ଲାଭ  ହୋଇପାରେ l ଆର୍ଥିକ ଲାଭ ସହ ଉନ୍ନତିର ଯୋଗ ପ୍ରବଳ ରହିଛି l ସନ୍ତାନଙ୍କ ପାଇଁ ଥିବା ଚିନ୍ତା ଦୁରେଇ ଯାଇପାରେ ।

କନ୍ୟା - ଛାତିରେ ଯନ୍ତ୍ରଣା ଦେଖା ଦେଇପାରେ l ବ୍ୟବସାୟରେ ସାମାନ୍ୟ କ୍ଷତି ସହିବାକୁ ପଡ଼ିପାରେ l ପରିସ୍ଥିତିରେ ପଡ଼ି ଜମି ବିକି ପାରନ୍ତି l  ନିଜ ଲୋକମାନେ ଅସୁବିଧାରେ ପକାଇ ଖର୍ଚ୍ଚାନ୍ତ କରି ପାରନ୍ତି l ପ୍ରତିକାର- ବୃହସ୍ପତିଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

ତୁଳା - ସ୍ୱାସ୍ଥ୍ୟରେ ଉନ୍ନତି ଦେଖା ଦେଇପାରେ l ବ୍ୟବସାୟରେ ଉନ୍ନତି ହେବା ସହ ଧନ ସମ୍ପତ୍ତି ବୃଦ୍ଧି ପାଇବ l ଯଶ, ସମ୍ମାନ ବୃଦ୍ଧି ସହ କେତେକ ନୂତନ କାର୍ଯ୍ୟରେ ସଫଳତା ହାସଲ କରିବେ l ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ କରିବେ ।

ବିଛା - ମୂତ୍ରାଶୟ ଜନିତ ରୋଗ କଷ୍ଟ ପାଇ ପାରନ୍ତି l ଅଯଥା ଭ୍ରମଣର ସୁଜନା କରିପାରନ୍ତି l ଅଯଥା ଖର୍ଚ୍ଚ ବଢ଼ିପାରେ l ଘରେ, ବାହାରେ ଭୁଲ୍‌ ବୁଝାମଣା ହେତୁ ଅଯଥା ଶତ୍ରୁ ବୃଦ୍ଧି ହେବାର ସମ୍ଭାବନା ଦେଖାଦେବ l ଦୋଷ ନଥାଇ ଦୋଷୀ ସାବ୍ୟସ୍ତ ହୋଇ ପାରନ୍ତି । ପ୍ରତିକାର - ଓଁ ବୃ° ବୃହସ୍ପତୟେ ନମଃ ମନ୍ତ୍ରକୁ ଜପ କରନ୍ତୁ ।

ଧନୁ - ବହୁ ଦିନରୁ ଭୋଗୁ ଥିବା କଷ୍ଟ ଦୂର ହେବ l ବ୍ୟବସାୟରେ ବହୁତ ଆଗକୁ ଯିବେ l ଦାମ୍ପତ୍ୟ ଜୀବନରେ ସନ୍ତାନ ସୁଖର ଯୋଗ ମିଳିବ l ନୂତନ ଜମି, ଗାଡ଼ି କ୍ରୟ କରିପାରନ୍ତି ।

ଆହୁରି ପଢ଼ନ୍ତୁ: ଦିନକ ପରେ ବିବାହ ବାର୍ଷିକୀ ପାଳନ କରିଥାନ୍ତେ, ହେଲେ ତା’ପୂର୍ବରୁ ଦେଶ ପାଇଁ ସହିଦ ହୋଇଗଲେ ଓଡ଼ିଆ ଯବାନ, ଦେଖନ୍ତୁ ଭିଡ଼ିଓ...

ମକର - ଚକ୍ଷୁ ସମସ୍ୟା ଦେଖା ଦେଇପାରେ l ଭାବିଚିନ୍ତି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ l ଛାତ୍ରଛାତ୍ରୀମାନେ ପାଠପଢାରେ ମନଯୋଗ ରଖି ପାରିବେ ନାହିଁ l ଅନ୍ୟ ପାଇଁ ଖରାପ ଭାବିଲେ ନିଜେ ଅସୁବିଧାରେ ପଡ଼ିପାରନ୍ତି । ତେଣୁ ଏସବୁ ଠାରୁ ଦୂରରେ ରୁହନ୍ତୁ । ପ୍ରତିକାର - ମା’ ତାରାଙ୍କର ମନ୍ତ୍ର ପାଠ କରନ୍ତୁ ।

କୁମ୍ଭ - ସ୍ୱାସ୍ଥ୍ୟରେ ବିଭିନ୍ନ ସମସ୍ୟା ଦେଖା ଦେଇପାରେ l ଅନ୍ୟମାନଙ୍କର ବିଶ୍ୱାସଘାତକତା ମାନସିକ ସ୍ତରରେ କ୍ଷତି ଘଟାଇପାରେ l ମିଥ୍ୟା ପ୍ରଲୋଭନର ଶିକାର ହୋଇ ନିଜର ଅସୁବିଧା କରିପାରନ୍ତି l ସମ୍ପତ୍ତିକୁ ନେଇ ସମସ୍ୟା ଦେଖା ଦେବ । ପ୍ରତିକାର - ସୁନା, କଂସା, ଘିଅ, ହଳଦୀ, ଚିନି, ଚଣା, ଡାଲି, ପୋଖରାଜ ଦକ୍ଷିଣା ବ୍ରାହ୍ମଣକୁ ଦାନ କରନ୍ତୁ ।

ମୀନ - ଶାରୀରିକ ସମସ୍ୟା ଦୂରେଇ ଯାଇପାରେ l ବିଭିନ୍ନ କ୍ଷେତ୍ରରେ ସଫଳ ହେବା ସହ ସୁଖ ସମୃଦ୍ଧି ବୃଦ୍ଧି ପାଇବ l ଚାକିରିରେ ପ୍ରମୋସନ ହେବା ସହ ସମ୍ମାନ ପ୍ରାପ୍ତ ହେବ l ବିଦ୍ୟାର୍ଥୀମାନେ ପରୀକ୍ଷାରେ ଭଲ କୃତକାର୍ଯ୍ୟ କରିବେ ।

Share this story

World Odia Language Conferene